|
![]() |
|||
|
||||
Overviewଗଦ୍ୟ ସାହିତ୍ୟ-ସମ୍ରାଟ ଫକୀରମୋହନ ସେନାପତି (୧୮୪୩-୧୯୧୮)। ତାଙ୍କ ବାଲ୍ୟଜୀବନ ସଂଘର୍ଷପୂର୍ଣ୍ଣ। କେବେ ଅଝାଲ ସିଲେଇ, ଜାହାଜାତି କାରବାର ତ ଗୁମାସ୍ତାଙ୍କର ମେଟ୍]। ପରେ ସ୍କୁଲ ମାଷ୍ଟ୍ରେ। ଶେଷରେ ଦେବାନ, ଆଡ଼ମିନିଷ୍ଟ୍ରେଟ୍]ର। ଓଡ଼ିଆ ଜନଜୀବନ ସହ ସେ ଓତପ୍ରୋତ ଭାବେ ସଂଶ୍ଳିଷ୍ଟ। ଜୀବନକୁ ଦେଖିଲେ ଖୁବ୍ ନିକଟରୁ। ଜନତାର ହା-ହୁତାଶା, ବ୍ୟଥା-ବେଦନା, ସାମାଜିକ ଦୁଃସ୍ଥିତି ଆଦି ନାନା ଘଟଣା; ମ୍ରିୟମାଣ ଫକୀରମୋହନ। ଦ୍ରଷ୍ଟା ଫକୀରମୋହନ ହେଲେ ସ୍ରଷ୍ଟା ଫକୀର ମୋହନ। ତଟସ୍ଥ ଭାବେ ଆଙ୍କି ଚାଲିଲେ ଜନତାଙ୍କ ସୁଖ, ଦୁଃଖ, ହାନି, ଲାଭ, ସଂଗ୍ରାମ ସଂଘାତ କଥା। ସାହିତ୍ୟର ବିଭିନ୍ନ ବିଭାରେ ଲେଖନୀ ଚାଳନା କଲେ। କାବ୍ୟ, କବିତା, ସ୍କୁଲ ପାଠପଢ଼ା ବହି ଲେଖିଲେ। ମନ ମାନିଲାନି। ଗଦ୍ୟକୁ ଆପଣେଇ ନେଲେ। ଲେଖିଲେ ଚାରୋଟି ଉପନ୍ୟାସ - (୧) ଛ'ମାଣ ଆଠଗୁଣ୍ଠ, (୨) ମାମୁ, (୩) ଲଛମା, (୪) ପ୍ରାୟଶ୍ଚିତ। ତାଙ୍କ ଲେଖନୀରୁ ଜନ୍ମନେଲା କୋଡ଼ିଏଟି କ୍ଷୁଦ୍ରଗଳ୍ପ। କେହି କେହି ସମାଲୋଚକ ଭିନ୍ନ ମତ ପୋଷଣ କରନ୍ତି। 'ଲଛମନିଆ' ତାଙ୍କର ପ୍ରଥମ କ୍ଷୁଦ୍ର ଗଳ୍ପ ବୋଲି କହନ୍ତି; ମାତ୍ର ଏହା ପଛରେ କୌଣସି ବଳିଷ୍ଠ ଯୁକ୍ତି ନ ଥିଲା ପରି ମନେହୁଏ। କଥାସମ୍ରାଟ ଫକୀରମୋହନଙ୍କ ଗଳ୍ପ ସମଗ୍ର ଉପରେ ଆଧାରିତ ତାଙ୍କ ପ୍ରବନ୍ଧ ସଂକଳନ 'ଊନବିଂଶ ଶତାବ୍ଦୀ ଓ ଫକୀରମୋହନ' ଏକ ସ୍ୱତନ୍ତ୍ର ସ୍ୱାଦର ଶିଳ୍ପଚାତୁର୍ଯ୍ୟ। ପୁସ୍ତକଟି ସମାଲୋଚନା ସାହିତ୍ୟର ଏକ ଭିନ୍ନ ଦିଗନ୍ତକୁ ଉନ୍ମୋଚନ କରିବ - ଏହା ନିଃସନ୍ଦେହ। 'ଊନବିଂଶ ଶତାବ୍ଦୀ ଓ ଫକୀରମୋହନ' ଏକ ସ୍ୱତନ୍ତ୍ର ସ୍ୱାଦର ସମାଲୋଚନା ପୁସ୍ତକ; ଗୁଣଗ୍ରାହୀ ପାଠକଙ୍କୁ ଆକର୍ଷଣ କରିବ ନିଶ୍ଚୟ। Full Product DetailsAuthor: Sarbeswar SenaPublisher: Black Eagle Books Imprint: Black Eagle Books Dimensions: Width: 14.00cm , Height: 0.70cm , Length: 21.60cm Weight: 0.168kg ISBN: 9781645605713ISBN 10: 164560571 Pages: 124 Publication Date: 12 August 2024 Audience: General/trade , General Format: Paperback Publisher's Status: Active Availability: Available To Order ![]() We have confirmation that this item is in stock with the supplier. It will be ordered in for you and dispatched immediately. Table of ContentsReviewsAuthor Informationଲବ୍ଧପ୍ରତିଷ୍ଠ ପ୍ରାବନ୍ଧିକ, ବିଶିଷ୍ଟ ଶିକ୍ଷାବିତ୍ ତଥା ଖ୍ୟାତନାମା ସ୍ତମ୍ଭକାର ଡ. ସର୍ବେଶ୍ୱର ସେଣ ଉତ୍ତର ଅଶୀ ସମାଲୋଚନା ଓ ପ୍ରବନ୍ଧ ରଚନା କ୍ଷେତ୍ରରେ ଏକ ଶ୍ରଦ୍ଧାସ୍ପଦ ଉଚ୍ଚାରଣ। ବ୍ୟକ୍ତି ମନୀଷା ଓ ରସ ଜିଜ୍ଞାସାକୁ ବ୍ୟଞ୍ଜନାଧର୍ମୀ ଗଦ୍ୟକଳାରେ ରୂପଦେଇ ସେ ସମାଲୋଚନା ସାହିତ୍ୟକୁ କେବଳ ଋଦ୍ଧିମନ୍ତ କରିନାହାନ୍ତି; ସ୍ୱକୀୟ ମନନଶୀଳତାରେ କରିଛନ୍ତି ଉଦ୍ଭାସିତ। ସାବଲୀଳ କାବ୍ୟିକ ପ୍ରକାଶ ବୈଚିତ୍ର]୍ୟରେ ତାଙ୍କ ପ୍ରବନ୍ଧଗୁଡ଼ିକ ଅପୂର୍ବ ବିଭା ବିମଣ୍ଡିତ। ଶିକ୍ଷା, ସଭ୍ୟତା, ପରମ୍ପରା, ସଂସ୍କୃତି ଓ ଜନଜୀବନକୁ ଡ. ସେଣ ଯେଭଳି ଭାବେ ଦାର୍ଶନିକତାର ପ୍ରଲେପ ଦେଇ ତୋଳି ଧରନ୍ତି ତାହା ବାସ୍ତବିକ ଅନନ୍ୟ, ଅସାଧାରଣ। Tab Content 6Author Website:Countries AvailableAll regions |