|
![]() |
|||
|
||||
Overviewଧୂଳିକଣା ପକ୍ଷରେ କ'ଣ ନକ୍ଷତ୍ର ପର୍ଯ୍ୟନ୍ତ ପହଞ୍ଚିବା ସମ୍ଭବ? ଅସମ୍ଭବ ନିଶ୍ଚୟ । ତେବେ କ'ଣ ଚେଷ୍ଟା କରାଯିବ? ତାହାହିଁ ସଂଗତ । ମଣିଷ ପ୍ରେମରେ ଅସଂପୂର୍ଣ୍ଣ, ସିଦ୍ଧାନ୍ତ ଘେନିବାରେ ଅନିଶ୍ଚିତ ଆଉ ମୃତ୍ୟୁ ସମ୍ମୁଖରେ ବଡ଼ ଅସହାୟ; ତଥାପି ସେହି ଅସମର୍ଥ ଜୀବନ ଘେନି କବି ଗାଲିବଙ୍କର ସେହି ସଂଗତ କାର୍ଯ୍ୟଟିକୁ ସେ କରି ଚାଲିଥାଏ ଚିରକାଳ, ସୂର୍ଯ୍ୟାଭିସରଣରେ ସମୁଦ୍ୟତ କରିଥାଏ ନିରନ୍ତର । ବ୍ୟର୍ଥତା ଅବଶ୍ୟ ଅମୋଘ । ତେବେ ଯାହାକୁ ଆମେ ବ୍ୟର୍ଥତା କହୁଛେ ତହିଁର ଅପର ପ୍ରାନ୍ତରେ ବିଦ୍ୟମାନ ରହିଛି ପରମ ସାର୍ଥକତା, ଶୂନ୍ୟର ଅପର ପ୍ରାନ୍ତରେ ବର୍ତ୍ତମାନ ଅଖଣ୍ଡ ପୂର୍ଣ୍ଣତା, ବ୍ୟବଧାନ ଅସେତୁ ସମ୍ଭବ । ବିରହ ଅବସ୍ଥା ହିଁ ତେଣୁ ଚୈତନ୍ୟ ପୀଡ଼ିତ ମଣିଷର ବଂଚିବାର ଏକମାତ୍ର ସର୍ତ୍ତ ଓ ପାଥେୟ । ପ୍ରେମରେ ଉତ୍ତୀର୍ଣ୍ଣତା, ମିଳନରେ ଚରିତାର୍ଥତା - ଯାହା ସର୍ବଦା ଅନୁପସ୍ଥିତ । ଭଲ କବିଏ ତେଣୁ ଅମୃତର ଆକାଂକ୍ଷା ଓ ସଂଧାନ ଘେନି କବିତା ଲେଖିଥାନ୍ତି । ଯାହା ଅଲବ୍ଧ ଓ ଅପ୍ରାପଣୀୟ ତାହାରି ପାଇଁ ଶେଷକଥା । ବିରହ ଦୁଃଖ ମୂଲ୍ୟବାନ । କବିତାର ବିଶେଷତ୍ୱ ଏଇଠି, ମୂଲ୍ୟ ବି । କବିତା ମୂଲ୍ୟବାନ କେବଳ କବିତା ବୋଲି ନୁହେଁ, ତାହା ଚୈତନ୍ୟର ପ୍ରସୂନ ବୋଲି ମୂଲ୍ୟବାନ । ଆଉ ଚୈତନ୍ୟ ମାନେ ଆଧ୍ୟାତ୍ମିକ । କବି ପ୍ରତିଭା ଶତପଥୀ କବିତାରେ ସେହି ଅମୃତ ସଂଧାନରେ ଅଭିସରଣ ସମୁତ୍ସୁକ । ତାଙ୍କ କବିତାକୁ ତେଣୁ ଅଧ୍ୟାତ୍ମ ଭାବନାରୁ ବିଚ୍ଛିନ୍ନ କରି ଦେଖି ହୁଏ ନାହିଁ । ସେ କବିତା ଲେଖନ୍ତି ଅଧ୍ୟାତ୍ମ ଐତିହ୍ୟର ଉତ୍ତରାଧିକାର ଘେନି । ସେଇଥିପାଇଁ ତାଙ୍କ 'ଶବରୀ', 'ତନ୍ମୟଧୂଳି' ଓ 'ଅଧା ଅଧା ନକ୍ଷତ୍ର' ପରି କବିତା ସଙ୍କଳନର ରଚନା । Full Product DetailsAuthor: Pratibha SatpathyPublisher: Black Eagle Books Imprint: Black Eagle Books Dimensions: Width: 14.00cm , Height: 0.80cm , Length: 21.60cm Weight: 0.168kg ISBN: 9781645605102ISBN 10: 1645605108 Pages: 126 Publication Date: 26 January 2024 Audience: General/trade , General Format: Paperback Publisher's Status: Active Availability: Available To Order ![]() We have confirmation that this item is in stock with the supplier. It will be ordered in for you and dispatched immediately. Table of ContentsReviews"ଆଧୁନିକ ଗ୍ରୀକ ସାହିତ୍ୟର ମହତ୍ତମ ପ୍ରତିଭା କବି ନିକସ୍ କାଜାନତ୍ (୧୮୮୩-୧୯୫୭) ବିଶ୍ୱାସ କରନ୍ତି ଆମ ମନ୍ତ୍ରଦ୍ରଷ୍ଟା ଋଷିଙ୍କ ପରି, Man can contact the source power, meaning and purpose in himself and rise above his apparently tragic predicament. ମଣିଷକୁ 'a useless passion' କହିବା ଅପରାଧ । ପ୍ରତିଭା ଦେବୀଙ୍କ ମଣିଷର ସେହି ସାମର୍ଥ୍ୟ ଅଛି, ତାଙ୍କର ଧୂଳି ତନ୍ମୟ ହୋଇପାରେ । ତାଙ୍କ ଅଷ୍ଟାବକ୍ର ବି କହିପାରେ, ""ମୁଁ ମୁଁ କି ଚମତ୍କାର, ମୋତେ ମୋର ନମସ୍କାର"" (ଅଷ୍ଟାବକ୍ରର ସଂହତି) । ଯାହା ଅଙ୍ଗର ଆଠଟି ସ୍ଥାନରେ ବିକୃତି ଥିବ ସେବି ହୋଇ ଉଠିବ ଅପୂର୍ବ ଓ ଅନୁପମ - ସୁନ୍ଦରତମ । ସେ ଯେ କୌଣସି ବ୍ୟକ୍ତି ନୁହେଁ, ସେ ହେଉଛନ୍ତି ସେ ହିଁ 'ମୁଁ' ଯିଏ ଏକାଘଟରେ 'ତୁମେ' । ଯେତେବେଳେ ଜଣେ ଓଡ଼ିଆ କବି ମଣିଷ ଜୀବନର ଯଥାର୍ଥ ମର୍ଯ୍ୟାଦା ବୁଝିଛନ୍ତି, ଏହା ଅତ୍ୟନ୍ତ ଆନଂଦର କଥା, ମୋକ୍ଷ ନୁହେଁ, ମୁମୁକ୍ଷୁତ୍ୱରେ ହିଁ ମନୁଷ୍ୟତ୍ୱ । --- ପ୍ରଫେସର ଦାଶରଥି ଦାସ, ମାୟାଲୋକ, ଗୋଧୂଳି ଲେନ୍], କଟକ" Author Informationସାଂପ୍ରତିକ କବିତା ବାଙ୍]ମୟରେ ବିଶିଷ୍ଟ କବି ପ୍ରତିଭା ଶତପଥୀ ଏକ ସ୍ପର୍ଦ୍ଧିତ ଉଚ୍ଚାରଣ । ଅନୁଭବର ଉଚ୍ଚାରଣକୁ ଏକାଗ୍ର ଭାବରେ କବିତାୟିତ କରିଥିବା ପ୍ରଚଣ୍ଡ କାବ୍ୟସାଧିକା ସେ । ତାଙ୍କ କବିତାର ଶବ୍ଦ ଆତ୍ମାର ଅକପଟ ଅଭିବ୍ୟକ୍ତିକୁ ସ୍ପଷ୍ଟ ଭାବରେ ଚିତ୍ରାୟିତ କରେ । କବିତା ଜରିଆରେ ସେ ଆକାଶ, ପୃଥିବୀ, ମାଟି, ବୃକ୍ଷ, ପୁଷ୍ପ, ନକ୍ଷତ୍ର, ରାତ୍ରି, ସାଗର, କାକର, ମେଘ, ମୃତ୍ୟୁ, ସଂପର୍କ, ପୂର୍ଣ୍ଣତା ଓ ଅପୂର୍ଣ୍ଣତାର ସାର୍ଥକ ଉପସ୍ଥାପିକା । ସେ ବିଚାରରେ ଗମ୍ଭୀର, ଆବେଗରେ ଛଳଛଳ, ଉଚ୍ଚାରଣରେ ଉଦାତ୍ତ ଓ ଅକୃତ୍ରିମ । ଜାତୀୟ ତଥା ମହାଭାରତୀୟ ସାହିତ୍ୟ କ୍ଷେତ୍ରରେ ଡ. ଶତପଥୀ ବ୍ୟତିକ୍ରମ ଓ ସ୍ୱତନ୍ତ୍ର । 'ତନ୍ମୟ ଧୂଳି' କବିତା ପୁସ୍ତକ ନିମନ୍ତେ ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ପ୍ରଥମ ଓଡ଼ିଆ କବୟିତ୍ରୀ ସେ । ଡକ୍ଟର ଶତପଥୀ ଏକାଧାରରେ ଜଣେ କବି, ପ୍ରାବନ୍ଧିକ, ଭ୍ରମଣ କାହାଣୀକାର, ଜୀବନୀକାର, ଅନୁବାଦିକା, ସଂପାଦିକା ତଥା ସମାଲୋଚିକା । କବିତା କ୍ଷେତ୍ରରେ 'ଅସ୍ତଜହ୍ନର ଏଲିଜି' (୧୯୬୯), 'ଗ୍ରସ୍ତ ସମୟ' (୧୯୭୪) ଇତ୍ୟାଦି ତାଙ୍କର ଉଲ୍ଲେଖନୀୟ ସୃଷ୍ଟି । ଏ ସମସ୍ତ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ, ଓଡ଼ିଶା ସାହିତ୍ୟ ଏକାଡେମୀ, ଶାରଳା ପୁରସ୍କାର, କର୍ଣ୍ଣାଟକର ଏନ୍].ଏନ୍].ଥିରୁମଲାମ୍ବା ଜାତୀୟ ପୁରସ୍କାର, କବୀର ସମ୍ମାନ ଇତ୍ୟାଦି ପୁରସ୍କାର ପ୍ରାପ୍ତ ହୋଇଛନ୍ତି । Tab Content 6Author Website:Countries AvailableAll regions |