|
|
|||
|
||||
Overviewମନୋଜ ଦାସ ଏକ ସାରସ୍ୱତ ବିସ୍ମୟ। ଚେତନା ରୂପାନ୍ତରର ଏକ ସୃଜନୀ ଶିଳ୍ପୀ। କବି, ଗାଳ୍ପିକ, ଔପନ୍ୟାସିକ, ପ୍ରାବନ୍ଧିକ ସବୁ ବର୍ଗର ପାଠକ ପାଇଁ ମନୋଜଙ୍କ ଲିଖନୀରୁ ଝରିଛି ଅମୃତ। ଓଡ଼ିଆ ସାହିତ୍ୟରେ ନିଜ ସାଧନାର ବଳିଷ୍ଠ ସ୍ୱାକ୍ଷର ପାଇଁ ସମଗ୍ର ବିଶ୍ୱରେ ପରିଚିତ ଏଇ ଓଡ଼ିଆ ଶିଳ୍ପୀ। ଆଜୀବନ ନୈତିକ ଆଦର୍ଶ, ଭାରତୀୟ ସଂସ୍କୃତି ଓ ବୈଦିକ ବିଚାର ଉପରେ ପ୍ରତିଷ୍ଠିତ ମନୋଜୀୟ ସୃଜନୀ ସମ୍ଭାର ଯେତିକି ଉଦାତ୍ତ ଓ ଗମ୍ଭୀର, ସେତିକି ମାନବୀୟ ସଂବେଦନ ଓ ଚେତନାର ରୂପାନ୍ତରରେ ଶାଣିତ ଓ ପ୍ରଖର। ମନୋଜ ଦାସଙ୍କ ଗଳ୍ପ ଦିଗନ୍ତ ପରି ତାଙ୍କ ପ୍ରବନ୍ଧ ମାନସ ବି ଦିଗନ୍ତ ବିସ୍ତାରୀ। ସୌଭାଗ୍ୟର କଥା ମନୋଜଙ୍କ ପ୍ରବନ୍ଧକୁ ନେଇ ଏକ ପୂର୍ଣ୍ଣାଙ୍ଗ ଗବେଷଣା ଗ୍ରନ୍ଥ ପ୍ରକାଶ ପାଇବାକୁ ଯାଉଛି। ଧରଣୀଧର ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପନା କରୁଥିବା ଡକ୍ଟର ଅଜୟ କୁମାର ସାହୁଙ୍କ ଏହା ବିଦ୍ୟାବାରିଧି ପାଇଁ ନିବନ୍ଧ ଗ୍ରନ୍ଥ ଯାହା ଏବେ ପୁସ୍ତକ ରୂପେ ପ୍ରକାଶ ପାଇବାକୁ ଯାଉଛି। ଡକ୍ଟର ସାହୁ ମନୋଜ ଦାସଙ୍କ ସମଗ୍ର ଗଦ୍ୟସୃଷ୍ଟି ଉପରେ ଗବେଷଣା କରି ମନୋଜୀୟ ଚେତନାର ବହୁବିଧ ଉପଲବ୍ଧିକୁ ପାଠକ ପାଇଁ ଅନାବରଣ କରିଛନ୍ତି। ଇତିହାସ, କିମ୍ବଦନ୍ତୀ, ପୁରାଣ, ବେଦ, ଉପନିଷଦ, ସଂସ୍କୃତି, ଆଧ୍ୟାତ୍ମିକତା ସବୁ ବିଶ୍ଳେଷଣ କରିଛନ୍ତି ଡକ୍ଟର ସାହୁ। କଳାତ୍ମକ ଦୃଷ୍ଟିରୁ ମନୋଜ ଦାସ ଗଳ୍ପ ଉପନ୍ୟାସରେ ଯେମିତି ଅତୁଳନୀୟ ପ୍ରବନ୍ଧରେ ବି ସେମିତି ଅବିସ୍ମରଣୀୟ। ଏପରି ସତ୍ୟକୁ ନିଜ ଆଲୋଚନା ଜରିଆରେ ଉନ୍ମୋଚିତ କରିବାରେ ସମର୍ଥ ଡଃ ସାହୁ। ଓଡ଼ିଆ ସାହିତ୍ୟରେ ଅସଂଖ୍ୟ ଛାତ୍ରଛାତ୍ରୀ ଅନୁସନ୍ଧିତ୍ସୁ ଗବେଷକମାନଙ୍କ ପାଇଁ ""ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ପ୍ରବନ୍ଧ ଓ ପ୍ରାବନ୍ଧିକ ମନୋଜ ଦାସ""ପୁସ୍ତକ ଏକ ଆଲୋକ ବର୍ତ୍ତିକା ହୋଇ ଉଭାହେବ। ମନୋଜୀୟ ସୃଜନ ରହସ୍ୟର ଗବେଷଣା ଓ ବିଶ୍ଳେଷଣ ସମୟରେ ପୁସ୍ତକଟି ନିଜର ଉପାଦେୟତା ପ୍ରମାଣିତ କରିପାରିବ। Full Product DetailsAuthor: Ajay Kumar SahooPublisher: Black Eagle Books Imprint: Black Eagle Books Dimensions: Width: 14.00cm , Height: 1.50cm , Length: 21.60cm Weight: 0.313kg ISBN: 9781645607212ISBN 10: 1645607216 Pages: 266 Publication Date: 15 August 2025 Audience: General/trade , General Format: Paperback Publisher's Status: Active Availability: Available To Order ![]() We have confirmation that this item is in stock with the supplier. It will be ordered in for you and dispatched immediately. Language: Oriya Table of ContentsReviewsଡଃ ସାହୁ ଜଣେ ନିରଳସ ତଥା ଜିଜ୍ଞାତ୍ସୁ ଗବେଷକ। ଏ ପ୍ରକାର ସାରସ୍ୱତ ପ୍ରୟାସ ଓଡ଼ିଆ ସାହିତ୍ୟର ଛାତ୍ରଛାତ୍ରୀମାନଙ୍କ ସହ ବୃହତ୍ତର ମନୋଜୀୟ ପାଠକମାନଙ୍କୁ ଆମୋଦିତ ଓ ଉଦ୍]ବୁଦ୍ଧ କରିବାରେ ସମର୍ଥ ହେବ। ଏଇ ଅବସରରେ ମନୋଜ ଦାସଙ୍କ ଲେଖନୀକୁ ପ୍ରଣାମ କରି ଡଃ ଅଜୟ କୁମାର ସାହୁଙ୍କୁ ଅଭିନନ୍ଦନ ଜଣାଇବା ସହ ଗ୍ରନ୍ଥଟିର ପାଠକୀୟ ଆଦୃତି ଆଶା କରୁଛି। ସୁଧା ଦାଶ, ଅବସର ପ୍ରାପ୍ତ ଓଡ଼ିଆ ପ୍ରଫେସର, ଧରଣୀଧର ବିଶ୍ୱବିଦ୍ୟାଳୟ, କେନ୍ଦୁଝର Author Informationଓଡ଼ିଆ ଭାଷା ସାହିତ୍ୟ ପାଇଁ ଡକ୍ଟର ଅଜୟ କୁମାର ସାହୁ ଜଣେ ଉଦୀୟମାନ ଯୁବ ଗବେଷକ। ସାହିତ୍ୟ ପ୍ରତି ଗଭୀର ରୁଚି ଥିବା ହେତୁ ସେ ଗଳ୍ପ, କବିତା ଓ ପ୍ରବନ୍ଧ ରଚନାରେ ମନୋନିବେଶ କରିଛନ୍ତି। ଓଡ଼ିଶାରେ ବାସ କରୁଥିବା ଜନଜାତିମାନଙ୍କର ବିଭିନ୍ନ ସମସ୍ୟା ସହିତ ସେମାନଙ୍କର ସାଂସ୍କୃତିକ ଜୀବନଚିତ୍ର ଓ ଚାଲିଚଳଣିକୁ ନେଇ କେତେଗୁଡ଼ିଏ ନିବନ୍ଧ ବିଭିନ୍ନ ପତ୍ରପତ୍ରିକାରେ ଡକ୍ଟର ସାହୁଙ୍କ ଦ୍ୱାରା ପ୍ରକାଶିତ। ଓଡ଼ିଆ ପ୍ରବନ୍ଧ ସାହିତ୍ୟ ପ୍ରତି ଅନୁରାଗି ଡକ୍ଟର ସାହୁ ପ୍ରାବନ୍ଧିକ ଚିତ୍ତରଂଜନ ଦାସଙ୍କ ସଂପର୍କରେ ଆଲୋଚନା କରି କଳାଭୂଷଣ ଉପାଧି ପ୍ରାପ୍ତ କରିଥିବା ବେଳେ ମନୋଜ ଦାସଙ୍କ ପ୍ରବନ୍ଧ ସଂପର୍କରେ ନିବନ୍ଧ ପ୍ରସ୍ତୁତ କରି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ କଳାବିଭୂଷଣ ଉପାଧିରେ ଭୂଷିତ ହୋଇଛନ୍ତି। ବର୍ତ୍ତମାନ ଡକ୍ଟର ସାହୁ କେନ୍ଦୁଝରସ୍ଥିତ ଧରଣୀଧର ବିଶ୍ୱବିଦ୍ୟାଳୟରେ ଓଡ଼ିଆ ବିଭାଗରେ ଅଧ୍ୟାପନାରତ। Tab Content 6Author Website:Countries AvailableAll regions |