Surendra Mohantynka Khyudragalpa: Bhababastu O Shilpakala

Author:   Gourahari Das
Publisher:   Black Eagle Books
ISBN:  

9781645602927


Pages:   222
Publication Date:   28 June 2022
Format:   Paperback
Availability:   Available To Order   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Our Price $31.02 Quantity:  
Add to Cart

Share |

Surendra Mohantynka Khyudragalpa: Bhababastu O Shilpakala


Add your own review!

Overview

ଓଡ଼ିଆ ସାହିତ୍ୟରେ କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତିଙ୍କର ସ୍ଥାନ ସ୍ବତନ୍ତ୍ର। ତାଙ୍କର ବିଷୟବସ୍ତୁ ନିର୍ବାଚନ, ଚରିତ୍ର ଚିତ୍ରଣ ଏବଂ ଶବ୍ଦ ଚୟନ ସମସାମୟିକ ସାହିତ୍ୟିକମାନଙ୍କ ଠାରୁ ଭିନ୍ନ। ଶ୍ରୀଜଗନ୍ନାଥଙ୍କୁ ନେଇ ସେ ଲେଖିଥିବା 'ନୀଳଶୈଳ', 'ନୀଳାଦ୍ରି ବିଜୟ', 'କୃଷ୍ଣାବେଣୀରେ ସନ୍ଧ୍ୟା', ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ନେଇ ଲେଖିଥିବା 'କୁଳବୃଦ୍ଧ' ଓ 'ଶତାବ୍ଦୀର ସୂର୍ଯ୍ୟ' ଏବଂ ଗୌତମ ବୁଦ୍ଧଙ୍କ ଦର୍ଶନର ଭିନ୍ନ ଭିନ୍ନ ଦିଗକୁ ନେଇ ରଚନା କରିଥିବା ଅଜସ୍ର ଗଳ୍ପ-ଉପନ୍ୟାସ ତାଙ୍କୁ ସର୍ବଦା ସ୍ମରଣୀୟ କରି ରଖିବ। ସେ ଏଭଳି ଜଣେ ବିଖ୍ୟାତ ଲେଖକ, ଯାହାଙ୍କ ଗଳ୍ପର ବାକ୍ୟଗୁଡ଼ିକ ପାଠକକୁ ରୋମା]ଞ୍ଚିତ କରେ। ସାହିତ୍ୟର ବିଭିନ୍ନ ବିଭାଗରେ ପ୍ରସିଦ୍ଧି ଅର୍ଜନ କରିଥିଲେ ମଧ୍ୟ କ୍ଷୁଦ୍ରଗଳ୍ପ ହିଁ ତାଙ୍କୁ ଗଭୀର ଆତ୍ମସନ୍ତୋଷ ଦେଇଥିବା ସୁରେନ୍ଦ୍ର ଏକାଧିକବାର କହିଛନ୍ତି। ଡକ୍ଟର ଗୌରହରି ଦାସଙ୍କ ଲିଖିତ ଏହି ବହିଟି ସୁରେନ୍ଦ୍ର ମହାନ୍ତିଙ୍କ ଗଳ୍ପ ସାହିତ୍ୟକୁ ବୁଝିବା ଦିଗରେ ଏକ ଅତ୍ୟନ୍ତ ଉପାଦେୟ ଗ୍ରନ୍ଥ। ସୁରେନ୍ଦ୍ର ମହାନ୍ତିଙ୍କ ରଚିତ ମହାନଗରୀର ରାତ୍ରି, କୃଷ୍ଣଚୂଡ଼ା, ରୁଟି ଓ ଚନ୍ଦ୍ର, ମରାଳର ମୃତ୍ୟୁ, ଦୁଇ ସୀମାନ୍ତ, ମହାନିର୍ବାଣ, ମଧୁମତ୍ତାର ରାତ୍ରି, ପିତା ଓ ପୁତ୍ର, ସାରୀପୁତ୍ତ, ଯଦୁବଂଶ ଓ ରାଜଧାନୀ ପରି ଅସଂଖ୍ୟ ଗଳ୍ପର ଅନାସକ୍ତ ଆଲୋଚନା ତାଙ୍କର ସ୍ଥାପତ୍ୟ ଓ ଭାବସଂପଦ ସମ୍ବନ୍ଧରେ ପାଠକକୁ ଅବହିତ କରାଏ। ଏ ବହିର ଲେଖକ ଗୌରହରି ଦାସ ନିଜେ ଜଣେ ଯଶସ୍ବୀ କଥାଶିଳ୍ପୀ ଏବଂ ଏକଦା ସୁରେନ୍ଦ୍ର ମହାନ୍ତିଙ୍କର ଅନ୍ତରଙ୍ଗ ସହଯୋଗୀ ଥିଲେ। ତାଙ୍କର ନିଜସ୍ବ ଦୃଷ୍ଟିଭଙ୍ଗୀ ଏବଂ ସୁରେନ୍ଦ୍ର ସାହିତ୍ୟ ସଂପର୍କରେ ପର୍ଯ୍ୟାପ୍ତ ଧାରଣା ବହିଟିକୁ ସଂଗ୍ରହଣୀୟ କରିଛି।

Full Product Details

Author:   Gourahari Das
Publisher:   Black Eagle Books
Imprint:   Black Eagle Books
Dimensions:   Width: 14.00cm , Height: 1.30cm , Length: 21.60cm
Weight:   0.286kg
ISBN:  

9781645602927


ISBN 10:   1645602923
Pages:   222
Publication Date:   28 June 2022
Audience:   General/trade ,  General
Format:   Paperback
Publisher's Status:   Active
Availability:   Available To Order   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.
Language:   Oriya

Table of Contents

Reviews

Author Information

ଗଳ୍ପ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଏବଂ ଉପନ୍ୟାସ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିବା ଡକ୍ଟର ଗୌରହରି ଦାସ (୧୯୬୦) ଓଡ଼ିଆ କଥା ସାହିତ୍ୟର ଅନ୍ୟତମ ପ୍ରଖର ଶିଳ୍ପୀ। ଅଠରଟି ଗଳ୍ପଗ୍ରନ୍ଥ ଓ ସାତଟି ଉପନ୍ୟାସ ସହ ପ୍ରାୟ ସତୁରି ଖଣ୍ଡ ପୁସ୍ତକ ଏହାର ନିଦର୍ଶନ। ଗଳ୍ପ-ଉପନ୍ୟାସ ଭିନ୍ନ ନାଟକ, ଭ୍ରମଣ କାହାଣୀ, କବିତା, ପ୍ରବନ୍ଧ, ଅନୁବାଦ, ସ୍ମୃତିକଥା ପରି ସାହିତ୍ୟର ସବୁ ବିଭାଗରେ କଲମ ଚାଳନା କରି ପ୍ରସିଦ୍ଧି ଅର୍ଜନ କରିଥିବା ଗୌରହରିଙ୍କ ବୈଶିଷ୍ଟ୍ୟ ହେଲା ବିବିଧବର୍ଣ୍ଣା କଥାଭୂମି ଏବଂ ବିଶ୍ୱସନୀୟ ଚରିତ୍ର ସମାବେଶ। 'ଜୀବନର ଜଳଛବି' ଗୌରହରିଙ୍କ ଏକ ଲୋକପ୍ରିୟ ସ୍ତମ୍ଭ ଯହିଁରେ ସାଧାରଣ ଜନଜୀବନର କଥା ରୂପ ପାଇଥାଏ। ସର୍ଜନଶୀଳ ସାହିତ୍ୟ ଭିନ୍ନ ଡକ୍ଟର ଗୌରହରି ଦାସଙ୍କର 'ଭଲ ଗଳ୍ପ ଭୂମି ଓ ଭୂମିକା', 'କଥାବାର୍ତ୍ତା', 'କାହାର ଓଡ଼ିଶା', 'କଥା ସରିନାହିଁ' ଏବଂ 'ଆଉ କିଛି କଥା' ପରି ଅନେକ ପ୍ରବନ୍ଧ ସଂକଳନ ରହିଛି । କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତିଙ୍କ କ୍ଷୁଦ୍ରଗଳ୍ପ ସଂପର୍କରେ ଗବେଷଣା କରି ଉତ୍କଳ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍] ଲାଭ କରିଥିବା ଗୌରହରିଙ୍କର ଏହି ଗ୍ରନ୍ଥଟି ସୁରେନ୍ଦ୍ର କଥା ସାହିତ୍ୟ ସଂପର୍କରେ ଏକ ଉଲେ୍ଲଖନୀୟ ଆଲୋଚନା ଗ୍ରନ୍ଥ।

Tab Content 6

Author Website:  

Customer Reviews

Recent Reviews

No review item found!

Add your own review!

Countries Available

All regions
Latest Reading Guide

RGJUNE2025

 

Shopping Cart
Your cart is empty
Shopping cart
Mailing List