|
![]() |
|||
|
||||
Overviewତାଙ୍କ ପ୍ରକାଶିତ ପୁସ୍ତକଗୁଡ଼ିକ ମଧ୍ୟରେ 'ପ୍ରତୀକ୍ଷାର ଅନ୍ତିମ ପ୍ରହର', 'ପିଲାଙ୍କ ପାଇଁ ସାତୋଟି ନାଟକ' ପ୍ରଭୃତି ତାଙ୍କର ନାଟ୍ୟକୃତି । ପୂର୍ବ ନାଟକଗୁଡ଼ିକ ଭଳି 'ସୁବର୍ଣ୍ଣସେତୁ ଓ ଆଉ କେତୋଟି ନାଟକ' ପାଠକୀୟ ସ୍ୱୀକୃତି ପାଇବ ଏ ଆଶା ଆମେ କରୁଛୁ । ୨୦୦୯ ମସିହାରେ 'ବସୁଧାର ପ୍ରତିବାଦ ଓ ଅନ୍ୟାନ୍ୟ ନାଟକ' ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀର ସମ୍ମାନ ଜନକ ପୁରସ୍କାର ମଧ୍ୟ ଲାଭ କରିଛନ୍ତି । Full Product DetailsAuthor: Sanghamitra MishraPublisher: Black Eagle Books Imprint: Black Eagle Books Dimensions: Width: 14.00cm , Height: 1.20cm , Length: 21.60cm Weight: 0.259kg ISBN: 9781645604266ISBN 10: 1645604268 Pages: 200 Publication Date: 28 July 2023 Audience: General/trade , General Format: Paperback Publisher's Status: Active Availability: Available To Order ![]() We have confirmation that this item is in stock with the supplier. It will be ordered in for you and dispatched immediately. Table of ContentsReviewsAuthor Informationପ୍ରଫେସର ସଂଘମିତ୍ରା ମିଶ୍ର ଓଡ଼ିଆ ସାହିତ୍ୟର ଜଣେ ସଶ୍ରଦ୍ଧ ଉଚ୍ଚାରଣ । ଓଡ଼ିଆ ନାଟକରେ ମଣିଷର ସ୍ୱାଭାବିକ ଭାବପ୍ରବଣତା, ଦ୍ୱନ୍ଦ୍ୱ, ଆବେଗ, ଭାବ-ଅଭାବର ସୂକ୍ଷ୍ମାତିସୂକ୍ଷ୍ମ ଗୋପନୀୟ ଚିତ୍ର, ଆଶା, ଆକାଙ୍]କ୍ଷା, ଜଟିଳତା, ଅବଦମିତ ଇଚ୍ଛା, ପ୍ରବୃତ୍ତିର ପ୍ରତିଫଳନ, ପ୍ରୀତି ଓ ପ୍ରତ୍ୟୟର ଯଥାର୍ଥ ରୂପାୟନ, ପାଠକ ଶ୍ରୋତା ଏବଂ ଦ୍ରଷ୍ଟାଙ୍କୁ ସବୁବେଳେ ଭାବ ବିଭୋର କରିଥାଏ । ସେ ତାଙ୍କର ସମସ୍ତ ରଚନାରେ ମଣିଷ ଜୀବନଠାରୁ ସାହିତ୍ୟକୁ ବିଚ୍ଛିନ୍ନ କରିବାର ଅପଚେଷ୍ଟା କେବେ କରିନାହାନ୍ତି । ତାଙ୍କ ରଚିତ ନାଟକର ସଂଳାପ ସଂଯୋଜନା, ଉପସ୍ଥାପନା, ଶୈଳୀ, ଗତିଶୀଳତା ତଥା ଆରୋହଣ, ଅବରୋହଣ ଏବଂ କ୍ରମ ପରିଣତି ପାଠକକୁ ଆବେଗ ଅଧୀର କରି ରଖିଥାଏ । ମଣିଷ ମନର ଘାତ-ପ୍ରତିଘାତ, ଆଘାତ ଓ ସଂଘାତକୁ ଅତି ଚମତ୍କାର ଭାବରେ ଚରିତ୍ର ଭିତରେ ଅବତାରଣା କରି ଦର୍ଶକକୁ ଆନନ୍ଦ ବିଭୋର କରି ରଖିଥାଏ ତାଙ୍କର ନାଟକ । ସତେ ଯେମିତି ସତ୍ୟର ଝଙ୍କାର ଝଙ୍କୃତ ହେଉଥାଏ ତାଙ୍କର ପ୍ରତିଟି ରଚନାରେ । ବ୍ୟକ୍ତି ଓ ବ୍ୟଷ୍ଟି ଉଭୟ ଜୀବନର ମନସ୍ତତ୍ତ୍ୱର ସଫଳ ଚିତ୍ର ଦେଖିବାକୁ ମିଳେ ତାଙ୍କର ନାଟକରେ ।ପ୍ରଫେସର ମିଶ୍ର ଏକାଧାରରେ ଜଣେ କବୀ, ପ୍ରାବନ୍ଧିକା, ନାଟ୍ୟକାର, ଗବେଷିକା, ସାହିତ୍ୟ ସମାଲୋଚିକା, ଜୀବନୀ ଓ ଫିଚର୍ ଲେଖିକା । ବାଲ୍ୟାବସ୍ଥାରୁ ସେ ମା'ଙ୍କ ଠାରୁ ଛାନ୍ଦ, ଚଉପଦୀ, ଗୀତାଭିନୟ, ସଂଗୀତ ଶିକ୍ଷାକରି ନିଜର ସାହିତ୍ୟାକାଶକୁ ସୁନୀଳ-ସବୁଜ କରି ରଖିଛନ୍ତି । ସାହିତ୍ୟ ତାଙ୍କର ପ୍ରାଣବାୟୁ । ଆବେଗଧର୍ମିତା ଓ ମନନଶୀଳ ବାଗ୍ମିତା, ସମ୍ବେଦନଶୀଳତା ଓ ସୁରୁଚି ତାଙ୍କ ସାହିତ୍ୟର ପ୍ରମୁଖ ପ୍ରସଙ୍ଗ ।ତାଙ୍କ ପ୍ରକାଶିତ ପୁସ୍ତକଗୁଡ଼ିକ ମଧ୍ୟରେ 'ପ୍ରତୀକ୍ଷାର ଅନ୍ତିମ ପ୍ରହର', 'ପିଲାଙ୍କ ପାଇଁ ସାତୋଟି ନାଟକ' ପ୍ରଭୃତି ତାଙ୍କର ନାଟ୍ୟକୃତି । ପୂର୍ବ ନାଟକଗୁଡ଼ିକ ଭଳି 'ସୁବର୍ଣ୍ଣସେତୁ ଓ ଆଉ କେତୋଟି ନାଟକ' ପାଠକୀୟ ସ୍ୱୀକୃତି ପାଇବ ଏ ଆଶା ଆମେ କରୁଛୁ । ୨୦୦୯ ମସିହାରେ 'ବସୁଧାର ପ୍ରତିବାଦ ଓ ଅନ୍ୟାନ୍ୟ ନାଟକ' ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀର ସମ୍ମାନ ଜନକ ପୁରସ୍କାର ମଧ୍ୟ ଲାଭ କରିଛନ୍ତି । Tab Content 6Author Website:Countries AvailableAll regions |