|
![]() |
|||
|
||||
Overviewସଦ୍ୟତମ ଗ୍ରନ୍ଥ 'ସେକ୍]ସପିଅର ଜୀବନୀ ଓ କୃତି' ବିଶ୍ୱବିଶ୍ରୁତ ନାଟ୍ୟକାର ସେକ୍]ସପିଅରଙ୍କ ବ୍ୟକ୍ତି ପ୍ରତିକୂଳତା ଭିତରେ ତାଙ୍କ ସ୍ରଷ୍ଟା ମାନସର ଅଦ୍ଭୁତ ଉତ୍ତରଣର ପର୍ଯ୍ୟାଲୋଚନା କରାଯିବା ସଙ୍ଗେ ସଙ୍ଗେ ତାଙ୍କ ରଚିତ ସନେଟ୍ ଏବଂ ନାଟକର ବିଷୟବସ୍ତୁ ସହ ପାଠକଙ୍କୁ ପରିଚିତ କରାଯାଇଛି, ଯାହା ଶ୍ରୀ ରଥଙ୍କର ଏକ ସାହସିକ ସାରସ୍ୱତ ସତ୍]ଉଦ୍ୟମ । ଓଡ଼ିଆଭାଷାରେ ସମାଲୋଚନା ସାହିତ୍ୟକ୍ଷେତ୍ରରେ ଏହି ବହିଟି ନିଶ୍ଚିତ ଭାବେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ କାରଣ ଓଡ଼ିଆଭାଷା ସାହିତ୍ୟର ଛାତ୍ରଛାତ୍ରୀ ପଥମତଃ ସେକ୍]ସପିଅରଙ୍କ ଜୀବନୀ ଓ କୃତି ବିଷୟରେ ବହୁତ କୌତୁହଳପୂର୍ଣ୍ଣ ତଥା ଉପାଦେୟ ତଥ୍ୟ ଜାଣିବାକୁ ପାଇବେ । ଦ୍ୱିତିୟତଃ, ଏହି ତଥ୍ୟକୁ ଛାତ୍ର ଓ ଗବେଷକମାନେ ତୁଳନାତ୍ମକ ସମାଲୋଚନା ଲିଖନ କ୍ଷେତ୍ରରେ ବ୍ୟବହାର କରି ପାରିବେ । Full Product DetailsAuthor: Pradeep Kumar RathPublisher: Black Eagle Books Imprint: Black Eagle Books Dimensions: Width: 14.00cm , Height: 1.20cm , Length: 21.60cm Weight: 0.268kg ISBN: 9781645605423ISBN 10: 1645605426 Pages: 206 Publication Date: 19 April 2024 Audience: General/trade , General Format: Paperback Publisher's Status: Active Availability: Available To Order ![]() We have confirmation that this item is in stock with the supplier. It will be ordered in for you and dispatched immediately. Table of ContentsReviewsବହିଟି ଲେଖକଙ୍କର ଅଦମ୍ୟ ଉତ୍ସାହ ପାଣ୍ଡିତ୍ୟ, ସାହିତ୍ୟପ୍ରୀତି, ଧୈର୍ଯ୍ୟ ଓ ସତ୍]ସାହସର ଫଳଶ୍ରୁତି ଅଟେ । ମୋର ଆଶା ଓ ବିଶ୍ୱାସ, ବହିଟି ନିଶ୍ଚିତଭାବେ ଲୋକପ୍ରିୟ ହେବ ଏବଂ ତଦ୍ୱାରା ଲେଖକଙ୍କର ଶ୍ରମସାର୍ଥକ ହେବ । ମୂଳରୁ ଶେଷଯାଏଁ ବହିଟି ସେକ୍]ସପିଅର୍]ଙ୍କ ଜୀବନ, କୃତି ତଥା ଇଂଲଣ୍ଡର ସାଂପ୍ରତିକ ଇତିହାସ ଉପରେ ଅନେକ ରୋଚକ ତଥ୍ୟ ପ୍ରଦାନ କରେ । ---ଡକ୍ଟର ରାମନାରାୟଣ ପଣ୍ଡା, ପ୍ରାକ୍ତନ ପ୍ରଫେସର ଓ ବିଭାଗୀୟ ମୁଖ୍ୟ, ସ୍ନାତକୋତ୍ତର ଇଂରେଜୀ ବିଭାଗ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସାହିତ୍ୟାନୁରାଗୀ ସାହିତ୍ୟସ୍ରଷ୍ଟା ଶ୍ରୀ ପ୍ରଦୀପ କୁମାର ରଥ ଜଣେ ସଫଳ, ସିଦ୍ଧହସ୍ତ ନାଟ୍ୟକାର, କବି ଓ ସମାଲୋଚକ । ସେକ୍]ସପିଅରଙ୍କର ଜନ୍ମବୃତ୍ତାନ୍ତଠାରୁ ଆରମ୍ଭ କରି, ଜନ୍ମରହସ୍ୟ ସମ୍ବନ୍ଧିତ ଗବେଷଣାକୁ ଉତ୍]ଥାପନ କରି, ତତ୍କାଳୀନ ସାମାଜିକ ଜୀବନ ପରିପ୍ରେକ୍ଷୀରେ ଅନେକଗୁଡ଼ିଏ ମତ ଆମ ସାମ୍ନାରେ ରଖିଛନ୍ତି । ପ୍ରତ୍ୟେକ ନାଟକର ସାରାଂଶ ସାଧାରଣ ଜନତା ଆଗରେ ଥୋଇଛନ୍ତି ପୁସ୍ତକ ମାଧ୍ୟମରେ । ବିନ୍ଦୁରେ ସିନ୍ଧୁ ଦର୍ଶନର ସୁଯୋଗ ଦେଇଛନ୍ତି ଆମ ସମସ୍ତଙ୍କୁ । ଆଶା, ତାଙ୍କରି କଲମ ଅବିରତ ଚିତ୍ରିତ କରୁଥାଉ ଆମ ସମସ୍ତଙ୍କ ବିଚିତ୍ର ଜୀବନାନୁଭବ । ---ଡ. ଏମ୍]. ସୀମାଞ୍ଚଳ ରାଓ, ଅବସରପ୍ରାପ୍ତ ଅଧ୍ୟକ୍ଷ କବି, ନାଟ୍ୟକାର, ଭ୍ରମଣକାହାଣୀକାର ଓ ସମାଲୋଚକ ଶ୍ରୀପ୍ରଦୀପ କୁମାର ରଥଙ୍କର ସଦ୍ୟତମ ଗ୍ରନ୍ଥ 'ସେକ୍]ସପିଅର ଜୀବନୀ ଓ କୃତି' ଏହି ଶ୍ରେଷ୍ଠ ନାଟ୍ୟକାରଙ୍କ ସଂଘାତମୟ ଜୀବନ ଏବଂ ତାଙ୍କର ଅମିଳନ କୃତି ପ୍ରତି ଏକ ମହାର୍ଘ ସାରସ୍ୱତ ଅର୍ଘ୍ୟ । ---ଗୋସ୍ୱାମୀ ଗୋଲାମ ଦେବତା, ଆଇ.ଏ.ଏସ୍].(ଅବସରପ୍ରାପ୍ତ) Author Informationଓଡ଼ିଆ ସାହିତ୍ୟର ସିକତା ଉପରେ ପ୍ରଦୀପ କୁମାର ରଥଙ୍କର ପଦଚିହ୍ନ ବେଶ୍ ପରିଚିତ ଆଉ ସୁସ୍ପଷ୍ଟ । କବିତା, ନାଟକ, ପ୍ରବନ୍ଧ, ସମାଲୋଚନା ଓ ଭ୍ରମଣ ବୃତ୍ତାନ୍ତ ବହୁ ସ୍ୱାଦର ରଚନାରେ ଲେଖକଙ୍କର ସୃଜନ ପ୍ରତିଭା ପାଠକୀୟ ଶ୍ରଦ୍ଧା ଓ ସମାଦୃତି ଲାଭ କରିଛି । ଆଠଗୋଟି ଓଡ଼ିଆ ନାଟକ, ଦୁଇଟି ସମାଲୋଚନା ଗ୍ରନ୍ଥ 'ଆଧୁନିକବାଦ- ଉତ୍ତର ଆଧୁନିକବାଦ ଭାବ ତାତ୍ତ୍ୱିକ ଅନୁଶୀଳନ', 'ଭଞ୍ଜ ଓ ସେକ୍]ସପିଅର ଏବଂ ଅନ୍ୟାନ୍ୟ ପ୍ରବନ୍ଧ'; 'ଭ୍ରମଣ କାହାଣୀ', 'ୟୁରୋପ ଏକ ବର୍ଣ୍ଣିଳ ବିସ୍ମୟ', 'ଆମେରିକା ବିବିଧ ବର୍ଣ୍ଣାଳୀ'; ଇଂରାଜୀ କବିତା ସଂକଳନ 'The Glistering Sky', 'Textures of Time'; ସ୍ମୃତିଲିପି 'Textures of Time'; କଫିଟେବୁଲ ପୁସ୍ତକ 'Through the prism of Time Odisha and Rajbhavans' ଏବଂ ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଡ. ଏସ୍].ସି. ଜମିର୍]ଙ୍କ ବକ୍ତୃତାମାଳାର ସମ୍ପାଦନା ଶ୍ରୀ ରଥଙ୍କ ଦ୍ୱାରା ହୋଇଛି । । ଶ୍ରୀ ରଥ ସମ୍ବଲପୁର ଜିଲ୍ଲାପାଳ ରୂପେ କାର୍ଯ୍ୟ କରିବା ପରେ ରାଜ୍ୟପାଳଙ୍କ ସଚିବ ଭାବେ ଅବସର ନେଇଛନ୍ତି । ସମ୍ପ୍ରତି ସେ ଭୁବନେଶ୍ୱରରେ ଅବସ୍ଥାପିତ । Tab Content 6Author Website:Countries AvailableAll regions |