Sata Chitra Michha Charitra

Author:   Gourahari Rout
Publisher:   Black Eagle Books
ISBN:  

9781645600954


Pages:   140
Publication Date:   28 November 2022
Format:   Paperback
Availability:   Available To Order   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Our Price $31.68 Quantity:  
Add to Cart

Share |

Sata Chitra Michha Charitra


Add your own review!

Overview

ସତ ନାଁ'ରେ ଏଠି ମିଛର ଖେଳ ବେଶୀ ଚାଲିଥାଏ । ଉପରର ଭେଲ୍]ବେଟ୍ କପଡ଼ା ତଳେ କେତେ କଦର୍ଯ୍ୟ ଅପରିଷ୍କାର ଚିତ୍ର ସାଇତା ହୋଇଛି - ଚକ୍]ଚକ୍ କରୁଥିବା ଭେଲ୍]ବେଟ୍ କପଡ଼ା ନଟେକିଲେ ଆମେ କେମିତି ଜାଣିବା? ମୁଖାପିନ୍ଧି ନାଚୁଥିବା ଲୋକର ମୁଖା ନଖୋଲିଲେ ଆମେ କ'ଣ ଚରିତ୍ରର ସତ ଚେହେରାକୁ ଦେଖିପାରିବା? ସେଇଥି ପାଇଁ କୁଢ଼ କୁଢ଼ ଅଳିଆ ଉପରେ ଅତର ସିଞ୍ଚି ଚଉଦିଗକୁ ମହକାଉଥିବା ଲୋକ ଉପରେ ଭରସା କରି ଆମରି ଭିତରୁ ଅନେକେ ସେମାନଂକ ପଛରେ ଧାଇଁଥାନ୍ତି । ଆମେ ସତରେ କେତେ ବୋକା - ସେମାନଂକ ମନଭୁଲାଣିଆ କଥାରେ ଭଳିଯାଇ କାଳିସୀ ଲାଗିଲାପରି ଚାଲିଥାଉ । କାଂଚନ ବଦଳରେ କାଚ କଣିକା ଦେଖାଇ ସେମାନେ ଆମକୁ ନୟାନ୍ତ କଲେ ବି ଆମେ ମାଇଲ୍ ମାଇଲ୍ ବାଟ ଦୌଡୁଥାଉ - କାଳେ କାଂଚନ ମିଳିଯିବ କି? ଶେଷରେ ପାଣି ଭ୍ରମରେ ମରୀଚିକା ପଛରେ ଧାଇଁବାର ପରିଣାମ ଆମକୁ ଭୋଗିବାକୁ ପଡ଼େ । ନା କାଂଚନ, ନା କାଚ - ନା ଜଳ, ନା ମରୀଚିକା କୌଣସିଟା ଆମ ଭାଗ୍ୟରେ ଯୁଟେନି । ଆମକୁ ଭ୍ରମିତ କରୁଥିବା ସେଇ ଚତୁରମାନେ କିନ୍ତୁ ଆସନ୍ନ ବିପଦର ସୁରାକ୍ ପାଇଲେ ଖସିଯାଆନ୍ତି, କେତେବେଳେ ସାତବର୍ଣ୍ଣି ଏଣ୍ଡୁଅ ପରି ରଙ୍ଗ ବଦଳାଇ ଅଥବା ଆଉ କେତେବେଳେ ଅଭିନବ ଅଭିନୟ କରି । ଏଇସବୁ ଚିତ୍ର ଏବଂ ଚରିତ୍ରର ସମାହାର ହେଉଛି 'ସତ ଚିତ୍ର ମିଛ ଚରିତ୍ର' । ଆମ ଚାରିପାଖର ବାସ୍ତବ ଚିତ୍ର ଏଥିରେ ରୂପ ପାଇଛି ନୂଆ ଢଂଗରେ; ଆଉ ଏକ ପରିପାଟୀରେ । ବିଶେଷ କଥା ହେଉଛି - ବାସ୍ତବ ଚିତ୍ର ଭିତରେ ଖଂଜାଯାଇଥିବା ଚରିତ୍ରମାନେ କିନ୍ତୁ ଅବାସ୍ତବ ବା ମିଛ । ଏଇ ଅବାସ୍ତବ ଚରିତ୍ରମାନଂକ ଭିତରକୁ ଗଭୀର ଭାବରେ ନିରୀକ୍ଷଣ କଲେ ଆପଣ ବାସ୍ତବ ଚରିତ୍ରମାନଙ୍କ ଭେଟ ପାଇପାରିବେ । ଭାବିବେ - ସତେ ତ ଏଭଳି ଲୋକ ଜଣେ ମୋତେ ଚିତା କାଟିଥିଲା, ଏଭଳି ଲୋକମାନଂକୁ ମୁଁ ନିଜ ଚାରିପାଖରେ ଦେଖୁଛି! ସେଥିପାଇଁ ଆମର ଏ ପ୍ରୟାସ ।

Full Product Details

Author:   Gourahari Rout
Publisher:   Black Eagle Books
Imprint:   Black Eagle Books
Dimensions:   Width: 14.00cm , Height: 0.80cm , Length: 21.60cm
Weight:   0.186kg
ISBN:  

9781645600954


ISBN 10:   1645600955
Pages:   140
Publication Date:   28 November 2022
Audience:   General/trade ,  General
Format:   Paperback
Publisher's Status:   Active
Availability:   Available To Order   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.
Language:   Oriya

Table of Contents

Reviews

Author Information

ଗୌରହରି ରାଉତ - ଶରତର ସଫେଦ ଶୋଭା ତାଙ୍କ ସୃଜନ ସ୍ରୋତର ବୈଶିଷ୍ଟ୍ୟ । ସାହିତ୍ୟ ସୃଷ୍ଟିରେ ଯେତିକି ଅଙ୍ଗୀକାରବଦ୍ଧ, କଳା ନୈପୁଣ୍ୟରେ ସେତିକି ସମର୍ପିତ ସେ । ସେଇଥିପାଇଁ ତାଙ୍କ ସାହିତ୍ୟର ବିଭିନ୍ନ ବିଭାବ ଯେତିକି ରସାଳ ଚିତ୍ର ସୃଷ୍ଟିର କଳା କମନୀୟତା ସେତିକି ଚିତ୍ତାକର୍ଷକ । ସାହିତ୍ୟିକ ଆବେଦନ ନିଆରାପଣରେ ଯେତିକି ମଧୁମୟ; ଚିତ୍ରଭାଷାର ନୀରବ ବ୍ୟଞ୍ଜନା ସେତିକି ସୁଧାମୟ । ଡକ୍ଟର ଗୌରହରି ରାଉତ - ଆମ ସମୟର ଜଣେ ପ୍ରତିଷ୍ଠିତ ସାହିତ୍ୟିକ ଓ ଚିତ୍ରଶିଳ୍ପୀ ଭାବରେ ନିଜର ସ୍ୱତନ୍ତ୍ର ଛାପ ସୃଷ୍ଟି କରିଛନ୍ତି ।କାବ୍ୟ-କଳାରୁ ତାଙ୍କ ଯାତ୍ରାର ଉନ୍ମେଷ... ତାହା ପୁଣି ପ୍ରଲଂବିତ ହୁଏ କଥା ସାହିତ୍ୟ, ଉପନ୍ୟାସ, ପ୍ରବନ୍ଧ, ଆତ୍ମକଥା, ଲଳିତ ନିବନ୍ଧ ଏବଂ ବ୍ୟଙ୍ଗ ସାହିତ୍ୟ ପର୍ଯ୍ୟନ୍ତ । ଯାତ୍ରା ତାଙ୍କର ଅବ୍ୟାହତ । ଏହା ଭିତରେ ସେ ସାଉଁଟିଛନ୍ତି ଅନେକ ପାଠକୀୟ ଶ୍ରଦ୍ଧା । ତାଙ୍କ ବ୍ୟଙ୍ଗ କଥନରେ କଟାକ୍ଷର ଯେତିକି କଂଟକ, ତହୁଁ ବଳି ହାସ୍ୟ ରସର ଅନନ୍ୟ ଉପସ୍ଥାପନା । ହସେଇ ରସେଇ ଗେଲ କରିବା ଛଳରେ ଗାଲ ଚିପିବାର କଳାରେ ସେ ବେଶ ଧୂରୀଣ । ପ୍ରକାଶିତ ପୁସ୍ତକ 'ସତ ଚିତ୍ର ମିଛ ଚରିତ୍ର' ସ୍ପିନ୍ ବୋଲର୍ ଗୌରହରିଙ୍କ ଶାଣିତ ଦସ୍ତାବିଜ ।

Tab Content 6

Author Website:  

Customer Reviews

Recent Reviews

No review item found!

Add your own review!

Countries Available

All regions
Latest Reading Guide

MRG2025CC

 

Shopping Cart
Your cart is empty
Shopping cart
Mailing List