|
![]() |
|||
|
||||
Overviewଅନୁଭବର ଉଦ୍ଭାବନ ବିବିଧତାରେ ବିକଶିତ । ଅଭିନବ ଉଦ୍ଭାଷରେ ଉଦ୍ଭାସିତ ତା'ର ଆଲେକ୍ଷ୍ୟର ଅଭିଲେଖ । ଯହିଁରେ ଅଭିପ୍ସାର ଅସ୍ଥିତ୍ୱ ଅସ୍ମିତାରେ ଅଭିସିକ୍ତ ହୋଇ ଅନିତ୍ୟର ଅପୂର୍ବ ସଙ୍ଗତିରେ ପ୍ରତିଭାତ ହୁଏ । ସୁଯୋଗ୍ୟ ଶବ୍ଦ ସଞ୍ଜୋଜନାକୁ ଅଙ୍ଗୀକାର କରି ଭାବର ସମ୍ପ୍ରୀତିରେ ତାହା ଅମର୍ତ୍ତ୍ୟ ଅମୃତ ପରସେ । ପ୍ରସ୍ଫୁଟିତ କଲ୍ଲୋଳ କମନୀୟ ହିଲ୍ଲୋଳରେ ମହନୀୟରୁ ମାର୍ମିକ ହୋଇଯାଏ । ମହିମାରୁ ତା'ର କବ୍ୟିକ ଚେତନାର ଚଉହଦି ବିମୁଗ୍ଧ ବର୍ଣ୍ଣାଳି ତଥା ସ୍ନିଗ୍ଧର ସାଫଲ୍ୟ ସନ୍ନିହିତ ହୋଇ ସମ୍ମୋହିତ କରେ । ସ୍ୱପ୍ନର ସେହି ସ୍ୱରାଜକୁ ଅମାତ୍ୟ ପଣିଆ ଧରି ଅବତୀର୍ଣ୍ଣ ହୁଏ ଆନୁଗତ୍ୟ ଅତୀତ । ଜାଜୁଲ୍ୟ ଜାଲରେ ଛନ୍ଦି ବିଭୋର ଫାନ୍ଦରେ ବାନ୍ଧି ବର୍ତ୍ତମାନର ବିଲମ୍ୱିତ ବ୍ୟଥାର ବିଥିକା ପୁଣି ପ୍ରହେଳିକା ବାଣ୍ଟେ । ଅବ୍ୟବସ୍ଥିତ ମୂହୁର୍ତ୍ତ ମନ୍ତ୍ରଣାରେ ଅକଥନୀୟ ଯନ୍ତ୍ରଣା ନିସର୍ତ୍ତରେ ଅନୁଦିତ ହୁଏ । ଉଦିତ ଆଭାରେ ବ୍ୟବସ୍ତିତ ହୁଏ, ଅନେକ ଅଦୃଶ୍ୟ ତଥ୍ୟ ଦର୍ଶନୀୟ ଦସ୍ତାବିଜ୍ ହୋଇ । ସେହି ସଂସ୍ଥାପନର ଦଖଲରେ ଦାବାନଳର ଜ୍ୱାଳା ବୈଶାଖର ଲୀଳା ତଥା ଅହେତୁକ ଅହମିକା ଅବଲୀଳା ଖଞ୍ଜି ହୋଇଯାଏ । ଭୌତିକ ଭଙ୍ଗିମା ତା\'ର ନୈତିକର ସୀମା ଛୁଇଁ ପୁଷ୍ପିତ ସୌହାର୍ଦ୍ଦ୍ୟରେ ନିୟନ୍ତ୍ରିତ ହୁଏ । ତପ୍ତ ବୈତରଣୀ ତରିବାର ପ୍ରଚେଷ୍ଟା ପ୍ରବଳ ପ୍ରତିକୂଳର ଭିଡ଼ ଠେଲି ତମସା ତୋଡ଼କୁ ବେଖାତିର କରେ । ରାତିର ରୀତିକୁ ପ୍ରତିହତ କରି ପ୍ରତିଭାତ ହୁଏ ପ୍ରଶାନ୍ତ ସକାଳ । ସେହି ସୂଚୀବନ୍ତ ସକାଳର ସମୁଚିତ ଶିକ୍ଷାରେ ସେଞ୍ଜୋଜିତ ହୁଏ ସମଦର୍ଶୀତା । ପାରିଜାତ ପରି ପ୍ରତ୍ୟୟର ପ୍ରଯୁକ୍ତିରେ ନିଯୁକ୍ତ ସଂଶୋଧନ ପ୍ରଚୁର ପରିପନ୍ଥୀକୁ ପରାହତ କରେ । କାଳି, କଲମ ଓ ମନର ମେଳକରେ ହସି ଉଠେ ଶୃଜନୀର ଶତଦଳ । ଶାଶ୍ୱତ ସଙ୍ଗୀତର ଅନନ୍ୟ ଇଙ୍ଗିତରେ ସଂରଚନା ସବୁ ନବୀନ ଉନ୍ମେଷ ପାଇ ଉଥିତ ହୁଏ । ସନ୍ନିହିତ ସଂଜୀବନୀର ସ୍ୱାକ୍ଷର ବହି ସଞ୍ଜୀବିତ ରୂପାୟନ ସଂସ୍କାରିତ ତଥା ପ୍ରକାଶିତ ହୁଏ, କବିତାର କଳେବର ନେଇ, ସ୍ୱତନ୍ତ୍ର ସକାଳ ଆସି ଶିଖେଇବା ପରେ । Full Product DetailsAuthor: Nrusingha BeheraPublisher: Black Eagle Books Imprint: Black Eagle Books Dimensions: Width: 14.00cm , Height: 0.90cm , Length: 21.60cm Weight: 0.200kg ISBN: 9781645604679ISBN 10: 1645604675 Pages: 152 Publication Date: 25 October 2023 Audience: General/trade , General Format: Paperback Publisher's Status: Active Availability: Available To Order ![]() We have confirmation that this item is in stock with the supplier. It will be ordered in for you and dispatched immediately. Table of ContentsReviewsAuthor Informationସମ୍ପ୍ରତି ଭଦ୍ରକ ଜିଲ୍ଲାର ଅସୁରାଳି ଗ୍ରାମରେ ଜନ୍ମିତ କବି ନୃସିଂହ ବେହେରା ଅନନ୍ୟ ପ୍ରତିଭାରେ ପ୍ରତିଷ୍ଠିତ । ଶୈଶବରୁ ଅନେକ ଘାତ ପ୍ରତିଘାତକୁ ବେଖାତିର କରି ସେ ସାହିତ୍ୟ ଜଗତରେ ସୁପରିଚିତ । ସମ୍ପ୍ରୀତିରେ ସନ୍ନିହିତ ସୂକ୍ତି, ସଂହତିରେ ସଂରକ୍ଷିତ ଉକ୍ତି ତଥା ଭାବର ଅଭିନବ ଅଭି ବ୍ୟକ୍ତିରେ ତାଙ୍କ ସୃଜନୀର ଶତଦଳ ସୁଶୋଭିତ । ସଞ୍ଜୋଜିତ ଶବ୍ଦର ସାଙ୍ଗୀତିକ ଅଙ୍ଗୀକାର ଭିତରୁ ଝଙ୍କୃତ ଭାବ ଗମ୍ଭୀର ଅଭିବ୍ୟକ୍ତି ବାସ୍ତବିକ୍ ମନମୁଗ୍ଧକର । ଉକ୍ତ ଏକାଦଶ କବିତା ସଙ୍କଳନଟି ଏକ ଭିନ୍ନ ସ୍ୱାଦରେ ପରିପୃକ୍ତ । ଉତ୍କର୍ଷ ସାରସ୍ୱତ ସମ୍ଭାର ପାଇଁ ସେ ବିବିଧ ଅନୁଷ୍ଠାନରୁ ସମ୍ବର୍ଦ୍ଧିତ । ଏକାଧାରରେ ସେ ଜଣେ କବି,କଥାକାର, ଗୀତିକାର ଓ ଶିଶୁ ସାହିତ୍ୟିକ ଭାବେ ସୁପରିଚିତ । Tab Content 6Author Website:Countries AvailableAll regions |