|
![]() |
|||
|
||||
Overview"କବିତା ସାମଗ୍ରିକ ଚେତନାକୁ ପ୍ରଭାବିତ କରୁଥିବା ଅପ୍ରତିହତ ସାଂସ୍କୃତିକ ଧାରା- ଏହା ସମସାମୟିକ ଚେତନାରେ ଯେପରି ଜର୍ଜରିତ, ଐତିହାସିକ ଚେତନାରେ ସେହିପରି ପୁଷ୍ଟ । ଏଇ """"ଐତିହାସିକ' କିନ୍ତୁ ଇତିହାସ ଅର୍ଥରେ ନୁହେଁ । ପ୍ରତ୍ୟେକ କବିର ସ୍ୱତନ୍ତ୍ର ଐତିହ୍ୟ ରହିଛି । ଏହା ଫ୍ରଏଡ୍]ଙ୍କ ଅବଚେତନ ହୋଇପାରେ, କଲରିଜ୍]ଙ୍କ ଋତାବେଶ ହୋଇପାରେ, ମାର୍କସ୍]ଙ୍କ ବସ୍ତୁନିଷ୍ଠ ଦ୍ୱନ୍ଦ୍ୱ ହୋଇପାରେ, ରବୀନ୍ଦ୍ରଙ୍କ ବିଶ୍ୱବୋଧ ହୋଇପାରେ । ତେଣୁ କବିତାର ଧାରା ଏକାଧିକ ଅର୍ଥରେ କ୍ରାନ୍ତିକାରୀ । ସଂଗୀତର ଆରୋହଣ ଓ ଅବରୋହଣ ଛନ୍ଦରେ ଏହା ଗତି କରେନାହିଁ । ଅନ୍ୱେଷା, ସଂବର୍ତ୍ତ ଓ ପ୍ରବର୍ତ୍ତନ ଏଇ ତିନୋଟି କ୍ରମରେ ଉତ୍କର୍ଷ କଳା ରୂପାୟିତ ହୁଏ । ଏହା ପୃଥ୍ୱୀ ପାଇଁ ଯେପରି ପ୍ରଯୁଜ୍ୟ, ମଣିଷ ପାଇଁ ଅନୁରୂପ । ସ୍ୱକୀୟ ଆବେଶ ବହିର୍ଜଗତରେ ପ୍ରତିରୂପ ଅନ୍ୱେଷଣ କରେ । ଧୃପଦୀ ଧାରଣା, ସମନ୍ୱିତ ସ୍ରଷ୍ଟା, ଅନୁଭୂତିର ତାତ୍ପର୍ଯ୍ୟ ଅନୁଶୀଳନ କରେ । ଏଇ ଅର୍ଥ ଦାର୍ଶନିକ ନିଗଡ଼ରେ ବନ୍ଧା ନୁହେଁ । କାବ୍ୟିକ ଦୃଷ୍ଟି ସହିତ ଅଭିଦୃଷ୍ଟି, ଅନ୍ତର୍ଦୃଷ୍ଟି, ରସଦୃଷ୍ଟି ଓ ସମଷ୍ଟି ଚେତନା ଘନିଷ୍ଠ ଭାବେ ସମ୍ବନ୍ଧିତ । ତେଣୁ ପ୍ରବହମାନ ସଂସ୍କୃତିର ପୁନର୍ମୁଲ୍ୟାୟନ କବିର ଅବଚେତନରେ ହୁଏ । ତା'ର ଅଭିବ୍ୟକ୍ତି ସ୍ୱତଃ ଶକ୍ତିଶାଳୀ ଓ ପ୍ରଣିଧାନ ଯୋଗ୍ୟ । - ପ୍ରହରାଜ ଶ୍ରୀସତ୍ୟନାରାୟଣ ନନ୍ଦ""" Full Product DetailsAuthor: Praharaj Satyanarayan NandaPublisher: Black Eagle Books Imprint: Black Eagle Books Dimensions: Width: 14.00cm , Height: 0.70cm , Length: 21.60cm Weight: 0.145kg ISBN: 9781645602477ISBN 10: 1645602478 Pages: 108 Publication Date: 19 January 2022 Audience: General/trade , General Format: Paperback Publisher's Status: Active Availability: Available To Order ![]() We have confirmation that this item is in stock with the supplier. It will be ordered in for you and dispatched immediately. Language: Oriya Table of ContentsReviewsAuthor Informationପ୍ରହରାଜ ସତ୍ୟନାରାୟଣ ନନ୍ଦଙ୍କ ଜନ୍ମ ୬ ସେପ୍ଟେମ୍ବର ୧୯୪୩ । ଫକୀରମୋହନ କଲେଜରୁ ଉପାଧି ଓ ରେଭେନ୍ସା କଲେଜରୁ ଇଂରାଜୀରେ ସ୍ନାତକୋତ୍ତର ଶିକ୍ଷାଲାଭ ପରେ 'ଅମୃତବଜାର ପତ୍ରିକା' ଓଡ଼ିଶା ସଂସ୍କରଣ ଓ ପରେ କଲିକତାରେ ସହସମ୍ପାଦକ ରୂପେ ଦୀର୍ଘ ୧୦ ବର୍ଷର ସାମ୍ବାଦିକ ଜୀବନ । ସୂଚନା ଓ ଲୋକ ସମ୍ପର୍କ ବିଭାଗରେ ସହକାରୀ ସମ୍ପାଦକ ରୂପେ 'ଉତ୍କଳ ପ୍ରସଙ୍ଗ', 'ଓଡ଼ିଶା ରିଭ୍ୟୁ'ର ସମ୍ପାଦନା ଦାୟିତ୍ୱ । ଫକୀରମୋହନ ସାହିତ୍ୟ ପରିଷଦ, ଆସନ୍ତାକାଲି, ନ୍ୟୁଜ୍ ଅଫ୍ ଦି ୱାର୍ଲଡ୍], ସତ୍ୟଂ ଶିବଂ ସୁନ୍ଦରମ୍ ସହିତ ସମ୍ପୃକ୍ତ । ୧୯୬୮ରେ ସର୍ବଭାରତୀୟ କବି ସମ୍ମେଳନରେ ଓଡ଼ିଶାର ପ୍ରତିନିଧିତ୍ୱ । ୨୦୦୧ରେ ସୂଚନା ଓ ଲୋକ ସମ୍ପର୍କ ବିଭାଗରୁ କାର୍ଯ୍ୟ ନିବୃତ୍ତ । Tab Content 6Author Website:Countries AvailableAll regions |