|
|
|||
|
||||
Overviewଏଇ ସଂକଳନରେ ସ୍ଥାନିତ ଗପମାନଙ୍କର କିଛି ଦୁର୍ବଳତା ରହିଛି, ଯେଉଁଥିପାଇଁ ଏଇ ଅଗ୍ରଲେଖ ଆବଶ୍ୟକ ମନେହେଲା। ପ୍ରେମକୁ ନେଇ ପ୍ରତିବର୍ଷ ନୂଆକିଛି ଲେଖିବାର ପ୍ରୟାସ କଷ୍ଟକର ମନେହୁଏ। ତେବେ ଚରିତ୍ର ଖୋଜିବାବେଳକୁ ଅନେକ ସମୟରେ ବିଚାରୀ ସହପାଠିନୀମାନଙ୍କ ଉପରେ ଅନୁସନ୍ଧାନର ଯବକାଚରୁ ପ୍ରତିସରିତ ଆଲୋକରଶ୍ମି କେନ୍ଦ୍ରୀଭୂତ ହୋଇଯାଏ। ସେମାନଙ୍କ ବିଷୟରେ ଶୁଣାକଥାର ପରିମାର୍ଜିତ ରୂପ କିମ୍ବା ସଂପୂର୍ଣ୍ଣ କାଳ୍ପନିକ ବିଷୟକୁ ଅନେକ ସମୟରେ ମୋର ବନ୍ଧୁମାନେ ସତ ବୋଲି ଗ୍ରହଣ କରିଛନ୍ତି। କେବେ କେବେ କେହି କେହି କେଉଁ ସହପାଠିନୀ ବିଷୟରେ ମୁଁ ଲେଖିଥିବା ଗପ, ଯାହାକି ମୋ' ପାଇଁ କାଳ୍ପନିକ ହିଁ ଥିଲା, ନିରାଟ ସତକଥା ବୋଲି ଦୃଢ଼ତାର ସହ କହିଛନ୍ତି ଏବଂ ସେଇ ଚରିତ୍ରକୁ ନେଇ ସେଇ ମର୍ମରେ ଆଉକିଛି କଥା ବି ଉଲ୍ଲେଖ କରିଛନ୍ତି। ସଂପୃକ୍ତ ସହପାଠିନୀମାନେ ଏସବୁକୁ ଦୈବାତ୍ ଏବଂ ଅନିଚ୍ଛାକୃତ ବୋଲି ଗ୍ରହଣ କରି ମତେ କ୍ଷମା କରିଦେବାକୁ ଅନୁରୋଧ। ସଂକଳନରେ ସ୍ଥାନିତ ଗପମାନଙ୍କୁ ଏକାଠି କଲାବେଳେ ଆଉ ଗୋଟେ ପ୍ରଶ୍ନ ବି ମନକୁ ଆସିଲା। ସହପାଠିନୀମାନଙ୍କୁ ନେଇ ମୋର କ'ଣ ନିଜସ୍ୱ ଅନୁଭବ କି ଅଭିଜ୍ଞତା କିଛି ବି ନଥିଲା ? ଆହୁରି ବି ମୁଁ କଦାପି ସହପାଠିନୀ ଶବ୍ଦକୁ ପ୍ରେମିକାର ପ୍ରତିଶବ୍ଦ ବୋଲି ଭାବିନି। ତେଣୁ ମୋର ସହପାଠିନୀମାନଙ୍କୁ ନେଇ କିଛି କଥା ଏଇ ଅଗ୍ରଲେଖରେ ରଖୁଛି, ଆଉ ସଂକଳନଟି ସେଇମାନଙ୍କୁ ଉତ୍ସର୍ଗ କରୁଛି। ଏହି ସଂକଳନଟିର ପାଣ୍ଡୁଲିପି ପ୍ରସ୍ତୁତ କଲାବେଳେ ମନେହୋଇଛି, ମୁଁ ଯଦି ଅଗ୍ରଲେଖରେ ଥିବା ଚରିତ୍ରମାନଙ୍କୁ ନେଇ ପୂର୍ଣ୍ଣାଙ୍ଗ ଗପ ଲେଖିଥା'ନ୍ତି, ହୁଏତ ବେଶୀ ପ୍ରଭାବଶାଳୀ ଗପ ଉତୁରିଥାନ୍ତା! ପୁଣି ଭାବିଛି, ସେଥିରେ ହୁଏତ ଅନେକ ବ୍ୟକ୍ତିଗତ କଥା ରହିଯାଇଥାନ୍ତା, ଯେଉଁଟା ସମସ୍ତଙ୍କୁ ଭଲ ଲାଗି ନ ଥାନ୍ତା। କଥାସବୁ ବି ଏକପାଖିଆ ହୋଇଥାନ୍ତା ଅର୍ଥାତ୍ ମୋ' ଦୃଷ୍ଟିକୋଣରୁ। ଆହୁରି ବି, ଅବସୋସ କ'ଣ ପାଇଁ? ଜୀବନ ତ ସବୁବେଳେ ଗପଠାରୁ ଆହୁରି ରୋମାଞ୍ଚକର ଓ ମହତ୍ତର! ---ଶ୍ରୀପ୍ରସାଦ ମହାନ୍ତି Full Product DetailsAuthor: Sriprasad MohantyPublisher: Black Eagle Books Imprint: Black Eagle Books Dimensions: Width: 14.00cm , Height: 1.00cm , Length: 21.60cm Weight: 0.195kg ISBN: 9781645607953ISBN 10: 164560795 Pages: 164 Publication Date: 29 November 2025 Audience: General/trade , General Format: Paperback Publisher's Status: Active Availability: Available To Order We have confirmation that this item is in stock with the supplier. It will be ordered in for you and dispatched immediately. Language: Oromo Table of ContentsReviewsAuthor InformationProfessor Sriprasad Mohanty is a medical practitioner, teacher in a Medical College, involved in epidemic management and medical research and also interested in literature. He has published six short story collections, three poetry collections, one novel and one collection of mini-stories so far. Critics and well-wishers were shocked when Sriprasad stopped writing after initial success. They encouraged and revived the writer. This one is his first short story collection and shows how original he is in theme and style. Tab Content 6Author Website:Countries AvailableAll regions |
||||