Sachitra Andhara

Author:   Ramakanta Rath
Publisher:   Black Eagle Books
ISBN:  

9781645603399


Pages:   182
Publication Date:   25 November 2022
Format:   Paperback
Availability:   Available To Order   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Our Price $36.96 Quantity:  
Add to Cart

Share |

Sachitra Andhara


Add your own review!

Overview

ବୁଦ୍ଧି ଓ ଆବେଗ ଭିତରେ ପ୍ରାର୍ଥକ୍ୟ ବା ଆବେଗର ପ୍ରାଧାନ୍ୟ ସାବ୍ୟସ୍ତ କରିବା ମୋର ଉଦ୍ଦେଶ୍ୟ ନୁହେଁ । ଏକ ମାର୍ଜିତ ଚିତ୍ତବୃତ୍ତିରେ ଏ ଦୁଇ ଉପାଦାନ ଅଭିନ୍ନ ଭାବେ ମିଶ୍ରିତ । ସାହିତ୍ୟ ସୃଷ୍ଟି କଲାବେଳେ ଛବିଟିଏ ଆଙ୍କିଲା ବେଳେ, ଗୀତଟିଏ ଗାଇଲା ବେଳେ ବୁଦ୍ଧି କାମ କରୁଥାଏ, ନଚେତ୍ ରଚନା ଭାବଜ୍ଞାପକ ହେବ ନାହିଁ, ବିଭିନ୍ନ ରଙ୍ଗକରି ତ୍ରୁଟିପୂର୍ଣ୍ଣ ବ୍ୟବହାର ଫଳରେ ବା ଅନୁପାତ ଅଭାବରେ ଛବିଟି ନିକୃଷ୍ଟ ହୋଇଯିବ, ଗୀତଟି ବେସୁରା ହୋଇଯିବ । ସେପରି ଗୋଟିଏ ସମସ୍ୟାର ସମାଧାନ ପାଇଯିବା ମୁହୂର୍ତ୍ତରେ ବୈଜ୍ଞାନିକ ଭାବାତିଶଯ୍ୟରେ ବିହ୍ୱଳ ହୋଇପଡ଼େ । ସେ ବୁଦ୍ଧି କିନ୍ତୁ ଉଦ୍ଦେଶ୍ୟମୂଳକ ଓ ପୂର୍ବବର୍ଣ୍ଣିତ ବୁଦ୍ଧିଠାରୁ ଅଲଗା । ଯଦି ପୂର୍ବବର୍ଣ୍ଣିତ ବୁଦ୍ଧି ଓ ଆବେଗ ଭିତରେ ଗୋଟିକ ବାଛିବାକୁ ପଡ଼େ, ତେବେ ଏହି ନିନ୍ଦିତ, ଅପରିଣାମଦର୍ଶୀ ଭାବବିହ୍ୱଳତା କେଡ଼େ ଶ୍ରେୟସ୍କର । ବେଳେବେଳେ ଏହା ଫଳରେ କବିତାଟିଏ ବା ଗପଟିଏ ଲେଖି ହୋଇଯାଏ, ଛବିଟିଏ ଆଙ୍କି ହୋଇଯାଏ, ମୂର୍ତ୍ତିଟିଏ ଗଢ଼ି ହୋଇଯାଏ । ବହୁତ ବର୍ଷ ପରେ, ଦିନେ ନିରୋଳାରେ ବସିଥିବାବେଳେ, ଲୋକଟିଏ କବିତାଟି କି ଗପଟି ପଢ଼ି ବା ସେ ଛବିଟି କିମ୍ବା ମୂର୍ତ୍ତିଟି ଦେଖି ଚମକି ପଡ଼ିପାରେ । ଏମିତି ଚମକି ପଡ଼ିବା ମୁହୂର୍ତ୍ତରେ ସେ ସଭ୍ୟତାର ନିରବଚ୍ଛିନ୍ନ ସ୍ରୋତ ସହିତ ହଠାତ୍ ସଂଯୁକ୍ତ ହୋଇଯାଏ, ଅସଂଖ୍ୟ ବ୍ୟକ୍ତି-ମୃତ୍ୟୁ ସତ୍ତ୍ୱେ ବିଦ୍ୟମାନ ଜୀବନ୍ତ ମଣିଷ ମୂର୍ତ୍ତିର ଅଂଶ ହୋଇଯାଏ । ଏପରି ଚମକପ୍ରଦ ମୁହୂର୍ତ୍ତଟିଏ ସୃଷ୍ଟି କରିବାଠାରୁ କେଉଁ ସାହିତ୍ୟିକର ବା କେଉଁ ଶିଳ୍ପୀର ଆଉ ବଡ଼ ଲକ୍ଷ୍ୟ କ'ଣ ଥାଇପାରେ? ଯଦି ତା'ର ଏ ଲକ୍ଷ୍ୟ ଆସିଯାଇଛି, ସେ ଏପରି ଏକ ଅବିନଶ୍ୱର ଜୀବନର ଅଂଶ ହୋଇ ସାରିଛି ଯେଉଁଥିରେ ବିଷାଦ ବି ଅଭିଳାଷର ଓ ଆବିଷ୍କାରର ଆନନ୍ଦ ସହିତ ଅପରିଚିତ ନୁହେଁ, ଯେଉଁଥିରେ ଗଦାଗଦା ଅପ୍ରାସଙ୍ଗିକ ଧ୍ୱଂସାବଶେଷର ଉର୍ଦ୍ଧ୍ୱରେ ଅତୁଳନୀୟ, ଅବର୍ଣ୍ଣନୀୟ ସୌନ୍ଦର୍ଯ୍ୟଟିଏ ପ୍ରତିପାଦି କରନ୍ତି । ଯଦି ସେତିକି ମାତ୍ର କୃତିତ୍ୱ, ସେତିକି ମାତ୍ର ସନ୍ତୋଷ ଫଳରେ ସେମାନଙ୍କର ଅନ୍ତିମକାଳ ଟିକିଏ କମ୍ ଦୁର୍ବିସହ ହୁଏ, ହେଉ । - ରମାକାନ୍ତ ରଥ

Full Product Details

Author:   Ramakanta Rath
Publisher:   Black Eagle Books
Imprint:   Black Eagle Books
Dimensions:   Width: 14.00cm , Height: 1.10cm , Length: 21.60cm
Weight:   0.236kg
ISBN:  

9781645603399


ISBN 10:   1645603393
Pages:   182
Publication Date:   25 November 2022
Audience:   General/trade ,  General
Format:   Paperback
Publisher's Status:   Active
Availability:   Available To Order   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.
Language:   Oriya

Table of Contents

Reviews

Author Information

ଆଧୁନିକ ଓଡ଼ିଆ କବିତା ଧାରାରେ ଯଶସ୍ୱୀ କବି ରମାକାନ୍ତ ରଥ ଜଣେ ସ୍ୱତନ୍ତ୍ର ଉଚ୍ଚାରଣ । ବୃତ୍ତିଗତ ଜୀବନ ଅପେକ୍ଷା ସାହିତ୍ୟମୟ ପ୍ରବୃତ୍ତି ତାଙ୍କ ପରିଚୟକୁ ଗରିମା ମଣ୍ଡିତ କରିଛି । ଆଧୁନିକ ଓଡ଼ିଆ କବିତାର ଅନ୍ତଃସଂରଚନାକୁ ଅଭିନବ ସୌନ୍ଦର୍ଯ୍ୟରେ ସମୃଦ୍ଧ କରିଥିବା ମହାନ୍ କବି ସେ । ତାଙ୍କର ସୃଷ୍ଟିଗୁଡ଼ିକ ମଧ୍ୟରେ 'କେତେଦିନର', 'ଅନେକ କୋଠରୀ', 'ସନ୍ଦିଗ୍ଧ ମୃଗୟା', 'ସପ୍ତମ ଋତୁ', 'ସଚିତ୍ର ଅନ୍ଧାର', 'ଶ୍ରୀରାଧା', 'ଶ୍ରୀପଳାତକ', 'ସୀମାନ୍ତବାସ', 'ଫେରି ଚାହିଁଲେ', 'ସବୁଦିନେ ସେପାଖେ', 'ସରଳ ହୃଦ୍]ଗଣିତ', 'ଜାହାଜ ଆସିବ ଓ ଆଉ କେତୋଟି', 'ପବନରେ ଚିତ୍ରାଙ୍କନ' ପ୍ରମୁଖ କବିତା ପୁସ୍ତକ ରମାକାନ୍ତୀୟ ଶୈଳୀର ପ୍ରତିନିଧିତ୍ୱ କରିଛି । ପ୍ରତୀକ ଓ ଚିତ୍ରକଳ୍ପର ପ୍ରୟୋଗ ଦ୍ୱାରା ଜୀବନର ସ୍ୱପ୍ନ, ମୃତ୍ୟୁ, ଦୈନ୍ୟ, ଅସହାୟତା, ନିଃସଙ୍ଗତା ଆଦିର ଆବେଗାତ୍ମକ ପରିପାଟୀ ତାଙ୍କ କବିତାକୁ ସମୁଚ୍ଚ ଓ ସ୍ୱତନ୍ତ୍ର କରିଛି । 'ସପ୍ତମ ଋତୁ' କବିତା ଗ୍ରନ୍ଥ ପାଇଁ ୧୯୭୮ ମସିହାର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୪ ମସିହାର ଶାରଳା ପୁରସ୍କାର, 'ସଚିତ୍ର ଅନ୍ଧାର' ପାଇଁ ୧୯୯୦ ମସିହାର ଜାତୀୟ ସଂହତି ପୁରସ୍କାର, 'ଶ୍ରୀରାଧା' ପାଇଁ ୧୯୯୨ ମସିହାର ସରସ୍ୱତୀ ସମ୍ମାନ, ୨୦୦୬ ମସିହାର ମର୍ଯ୍ୟାଦାଜନକ 'ସାହିତ୍ୟ ଭାରତୀ' ସମ୍ମାନ, ୨୦୦୯ ମସିହାର ସାହିତ୍ୟ ଏକାଡେମୀ ଫେଲୋସିପ୍ ଏବଂ ୨୦୧୮ ମସିହାର ଅତିବଡୀ ଜଗନ୍ନାଥ ଦାସ ସମ୍ମାନ ଶ୍ରୀ ରଥଙ୍କୁ ପ୍ରାପ୍ତ ହୋଇଛି । ଏହା ବ୍ୟତୀତ ଶ୍ରୀ ରଥ ୨୦୦୬ ମସିହାର ଭାରତର ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଭୂଷଣ ପ୍ରାପ୍ତ ହୋଇଛନ୍ତି । ଆଧୁନିକ ଓଡ଼ିଆ କବିତାରେ ଶ୍ରୀ ରଥ ପ୍ରୟୋଗବାଦର ସଫଳ ପ୍ରବକ୍ତା ।

Tab Content 6

Author Website:  

Customer Reviews

Recent Reviews

No review item found!

Add your own review!

Countries Available

All regions
Latest Reading Guide

MRG2025CC

 

Shopping Cart
Your cart is empty
Shopping cart
Mailing List