|
|
|||
|
||||
Overviewଗତି ଓ ଶକ୍ତି ସହ ଶବ୍ଦର ଭାବସଂଚାରୀ ଧ୍ୱନି 'ଶବ୍ଦ ସାତ ତାଳ'ର ଯାଦୁକରୀ ପ୍ରଲୋଭନ କେବଳ ନୁହେଁ; ଅବିଶ୍ୱସନୀୟ ବିଭବ ମଧ୍ୟ । ସମ୍ପୂର୍ଣ୍ଣ ଜୈବିକ ଓ ସ୍ୱପ୍ନ ବିଜଡ଼ିତ ଏହାର କବିତାଗୁଡ଼ିକରେ ଜୀବନର ବିପୁଳତାକୁ, ସମୟର ଅଖଣ୍ଡତାକୁ ଅକୁଣ୍ଠିତ ଚିତ୍ତରେ ଚରିତ୍ରମାନେ ଯେପରି ଭୋଗିବାର ଆନନ୍ଦ ନେଇଛନ୍ତି, ଅଣଈଶ୍ୱରୀୟ ସତ୍ତାର ଯେପରି ତେଜୋମୟ ରୂପ ବିନ୍ୟାସ କରିଛନ୍ତି; ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଭାବେ, ମାନବିକତାର ଅପ୍ରତିହତ ଜୟଗାନରେ ବି ସେହିପରି ଅବିଚଳିତ ରହି ପାରିଛନ୍ତି ! ବିଶ୍ୱ-ଭୂମିକୁ ନିଜର କର୍ମଭୂମିର ପରିଚୟ ଦେବାକୁ ସତତ ଉଦ୍ୟମ କରୁଥିବା କେତେକ ଚରିତ୍ର ସମକାଳୀନ ସମାଜକୁ ସମୟକୁ ରାଜନୀତିକ ଅତ୍ୟାଚାରରେ ଅତିଷ୍ଠ ନହୋଇ ସଂଗଠିତ ଓ ଭୂମିମୁଖୀ ଉଡ୍ଡାଣ ଜାରୀ ରଖିବାର ପ୍ରୟାସ ଏବଂ ଭବିଷ୍ୟତର ପୃଥିବୀ ପାଇଁ ଯେଉଁ ତ୍ୟାଗର ପ୍ରଦର୍ଶନ କରିଛନ୍ତି ତା' ଓଡ଼ିଆ କବିତାରେ ଏକ ନୂତନ ଦିଗ ଉନ୍ମୋଚିତ କରିଛି ବୋଲି ଅନାୟାସରେ କୁହାଯାଇପାରେ । ଶବ୍ଦ ସଂଚାଳନ, ଭାବ ସଂପ୍ରସାରଣ, କାବ୍ୟିକ ବାତାବରଣ, ଜୀବନର ଆୟତନକୁ ବାନ୍ଧି ରଖିବାର ପଟୁତା, ବାସ୍ତବକୁ ସାମ୍ନା କରିବାର ସ୍ପର୍ଦ୍ଧା, ସମ୍ପର୍କ ଓ ପ୍ରେମର ପରିଭାଷାକୁ ଲୋକମୁଖୀ କରାଇବାର ବ୍ୟାକୁଳତା, ସର୍ବୋପରି ବ୍ୟକ୍ତିତାରୁ ମୁକ୍ତ କରି ଏକ ସଂଗୋଷ୍ଠି ଆଡ଼କୁ ନେଇଯିବାର ନୂଆ ପଣ ଟିକକ 'ଶବ୍ଦ ସାତ ତାଳ'ର ଅଳଙ୍କାର । ପାଠକେ ସାତ ତାଳ ପଙ୍କ ତଳେ ପାଇବେ ଶବ୍ଦ, ଯହିଁରେ ଲୁଚି ରହିଛି ଭବିଷ୍ୟତର ପ୍ରାଣ, ସମ୍ଭାବନାର ବୀଜ; କାରଣ, 'ଶବ୍ଦ ସାତ ତାଳ' ବିଶେଷ ଭାବେ, ଚରିତ୍ରମାନଙ୍କର ସାମୂହିକ ପ୍ରାର୍ଥନା ଗୃହ ! Full Product DetailsAuthor: Ajay PradhanPublisher: Black Eagle Books Imprint: Black Eagle Books Dimensions: Width: 14.00cm , Height: 0.50cm , Length: 21.60cm Weight: 0.122kg ISBN: 9781645602026ISBN 10: 1645602028 Pages: 88 Publication Date: 23 July 2021 Audience: General/trade , General Format: Paperback Publisher's Status: Active Availability: Available To Order We have confirmation that this item is in stock with the supplier. It will be ordered in for you and dispatched immediately. Language: Oriya Table of ContentsReviewsAuthor Informationଅଜୟ ପ୍ରଧାନଂକ ଜନ୍ମ ୧୯୬୨ ଜୁନ୍ ୧୦ । ଚାଳିଶ ବର୍ଷରୁ ଊର୍ଦ୍ଧ୍ୱ ଏ କବିଂକ କବିତା ଓଡ଼ିଶାର ଅଗ୍ରଣୀ ସାହିତ୍ୟ ପତ୍ରପତ୍ରିକାରେ ଗଳ୍ପ କବିତା ପ୍ରକାଶିତ ହେବା ସହ ଏ ଯାବତ୍ ତାଙ୍କର ୧୦ଟି କବିତା, ଗୋଟିଏ ଗଳ୍ପ ସଂକଳନ ଓ ଗୋଟିଏ ଅନୁବାଦ ପୁସ୍ତକ(ଶିଶୁ) 'କିଏ ବେଶି ଚତୁର'(NBT) ପ୍ରକାଶ ପାଇଛି । ନିୟତ ସମକାଳୀନ କବି ଭାବରେ ସେ ଜ୍ଞାନଦା କବିତା ସମ୍ମାନ, ପଶ୍ଚିମା ସାହିତ୍ୟ ସମ୍ମାନ, ବସନ୍ତ ମୁଦୁଲି କବିତା ପୁରସ୍କାର, ବିଶ୍ୱମୁକ୍ତି କବିତା ସମ୍ମାନ, କମଳାକାନ୍ତ ଲେଙ୍କା କବିତା ସମ୍ମାନ, ସୁଲେଖା କବି ସମ୍ମାନ, ବ୍ରହ୍ମୋତ୍ରୀ ମହାନ୍ତି କବିତା ସମ୍ମାନ ଆଦି ପାଇଛନ୍ତି । ତାଙ୍କର କବିତା ଦୂରଦର୍ଶନ କେନ୍ଦ୍ର ଓ ଆକାଶବାଣୀ ଦ୍ୱାରା ପ୍ରସାରିତ ମଧ୍ୟ ହୋଇଅଛି । ଅଜୟ ପ୍ରଧାନ ଠାଣି, ଚାହାଣି ଓ ଚଳଣିର କବି ଭାବରେ ଓଡ଼ିଆ କବିତାରେ ବେଶ୍ ପରିଚିତ । Tab Content 6Author Website:Countries AvailableAll regions |
||||