RuRuRu RuRu

Author:   Raghunath Sahoo ,  Sharanarabinda Ojha ,  Tanuj Mallick
Publisher:   Black Eagle Books
ISBN:  

9781645602224


Pages:   156
Publication Date:   10 November 2021
Recommended Age:   From 3 to 12 years
Format:   Paperback
Availability:   Available To Order   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Our Price $28.44 Quantity:  
Add to Cart

Share |

RuRuRu RuRu


Overview

ଶିଶୁ ଓ କିଶୋର ଆସନ୍ତାକାଲିର ସମ୍ଭାବନା । ଏହି ବୟସରେ ସେ ନିଜକୁ ଗଢ଼େ । ଭବିଷ୍ୟତର ବିରାଟ ବୋଝ ବୋହିବାକୁ ସଂକଳ୍ପ କରେ । ନିଜ ଭିତରେ ଉକୁଟି ଉଠୁଥିବା ଆଭାସ ଓ ଆବେଦନକୁ ସେ ପରିପ୍ରକାଶ କରିବାକୁ ଚାହୁଁଥିବାବେଳେ ତାହାକୁ ଆହୁରି ତରଙ୍ଗାୟିତ କରିବା ପାଇଁ ଆମେ ବଡ଼ମାନେ ତାଙ୍କପାଇଁ ବାଡ଼ ନ ହୋଇ ମଶାଲ ପାଲଟିଲେ, ସେମାନେ ସହଜରେ ଅନ୍ଧାର ପଥ ଅତିକ୍ରମ କରିପାରିବେ । ଶିଶୁଟି ପଢ଼ିବସିଲେ ଆଉ ଏକ ଦୁନିଆରେ ପହଂଚିଯାଏ । ପ୍ରତିପୃଷ୍ଠାରେ ତା ଚାରିପାଖରେ ବାପାବୋଉ, ସାଙ୍ଗସାଥୀ, ପରିବାର ବ୍ୟତିରେକ ଆଉ କେତେକ ଚରିତ୍ର ଓ ଘଟଣାକ୍ରମ ତାକୁ ଆକର୍ଷିତ କରିଥାଏ । ଦୁନିଆକୁ ଜାଣିବସେ । ନିଜର ସ୍ଥିତି ଅବସ୍ଥିତିକୁ ବୁଝିପାରେ । ଗଛ, ପାହାଡ଼, ନଦୀ, ସାଗର, ଆକାଶ, ମାଟିରେ ଗଢ଼ି ହେଉଥିବା ଜୀବନମାନଙ୍କୁ ଜାଣି ନିଜ କଅଁଳ ଆଖିରେ କଳ୍ପନା କରିବସେ ଓ ସାତରଙ୍ଗରେ ରଙ୍ଗେଇବାକୁ ଚେଷ୍ଟାକରେ । ଶାସନ ଅନୁଶାସନର ଅର୍ଗଳି ମଧ୍ୟରେ ଅସରନ୍ତି ପାହାଚରେ ପାଦ ଥାପିବାକୁ ପଛାଏନି । ପ୍ରତିଯୋଗିତାର ପୃଥିବୀରେ ପାରିଲା ପଣିଆର ପାରଦର୍ଶିତାକୁ ପ୍ରତିପାଦନ କରିବାକୁ ଆଶା ବାନ୍ଧେ । ଜୀବନ କାନ୍]ଭାସ୍]ରେ ଚିତ୍ରିତ ଦିଗକୁ ସ୍ୱତନ୍ତ୍ର କରିବାର ସୁଯୋଗକୁ ହାତଛଡ଼ା କରେନା । ଏଇ ସାଧନାର ଶୁଭବେଳାରେ ମୁଁ ନିଜ ବୟସରୁ ଝର୍କା ଦେଇ ଓହ୍ଲେଇ ଆସିଛି । ବୟସକୁ ପଛେଇ ଦେଇ ନିଜେ ଶିଶୁଟିଏ ପାଲଟି ତାଙ୍କ ହାତରେ ଧରେଇଦେବାକୁ ଚେଷ୍ଟା କରିଛି ଶିଶୁ କବିତା ଗୁଚ୍ଛ 'ରୁରୁରୁ ରୁରୁ' କୁ । ଶିଶୁମନରେ ଆମୋଦ ସହିତ ଆଗାମୀ କାଲିରେ ଏକଏକ ନାୟକ ହେବାକୁ ସଂକଳ୍ପ କରି ସଫଳତା ପାଇଁ ମୋ ହୃଦୟର ଆବେଦନ କବିତାଗୁଚ୍ଛ ଗୁଣ୍ଡୁଚିମୂଷାର ଭୂମିକା ନେବ ବୋଲି ଆଶା ବାନ୍ଧିଛି ।

Full Product Details

Author:   Raghunath Sahoo ,  Sharanarabinda Ojha ,  Tanuj Mallick
Publisher:   Black Eagle Books
Imprint:   Black Eagle Books
Dimensions:   Width: 14.00cm , Height: 0.90cm , Length: 21.60cm
Weight:   0.204kg
ISBN:  

9781645602224


ISBN 10:   1645602222
Pages:   156
Publication Date:   10 November 2021
Recommended Age:   From 3 to 12 years
Audience:   Children/juvenile ,  Children / Juvenile
Format:   Paperback
Publisher's Status:   Active
Availability:   Available To Order   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.
Language:   Oriya

Table of Contents

Reviews

Author Information

"ରଘୁନାଥ ସାହୁ ଓଡିଆ ନାଟକ, ଗଳ୍ପ, ପ୍ରବନ୍ଧ ଓ କବିତା ରଚନା କ୍ଷେତ୍ରରେ ଏକ ଅନନ୍ୟ ଉଚ୍ଚାରଣ । ଶ୍ରୀ ସାହୁଙ୍କର ଜନ୍ମ ୧୯୭୧ ମସିହା ଜାନୁଆରୀ ୨୩ ତାରିଖ ଦିନ ଜଗତ୍]ସିଂହପୁର ଜିଲ୍ଲାର କୁଜଙ୍ଗ ସ୍ଥିତ ବଳରାମପୁର ଗ୍ରାମରେ । ପ୍ରକାଶିତ ୨୨ଟି ନାଟକ ମଧ୍ୟରୁ ""ଆଖଡାଘର"", ""ନାଟ୍ୟଗ୍ରନ୍ଥ"", ""ଡିମିରିଫୁଲ"" ଓ ଏକାଙ୍କିକା ମଧ୍ୟରୁ ""ଓ ଓହଳମାନେ"", ""ଏକ ଏକ ଏକାଙ୍କିକା"" ଆଦି ବେଶ୍ ଜନାଦୃତ । ଗଳ୍ପ ""ମାଟିର ମୁହୂର୍ତ୍ତ"", ""ଛକ"", ""ଉତର ପୁରୁଷ"" ଓ ଶିଶୁ କିଶୋର କବିତା ପୁସ୍ତକ ""ବୋଉ ବୋଉକା"" ପ୍ରକାଶ ପାଇ ପାଠକୀୟ ଆଦୃତି ଲାଭ କରିଛି । ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ଓଡିଶା ଓ ଡକ୍ଟର ହରେକୃଷ୍ଣ ମହତାବ ଜୟନ୍ତୀ କମିଟି ସମେତ ଓଡିଶାର ବହୁ କଳା ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ପକ୍ଷରୁ ଶ୍ରୀ ସାହୁଙ୍କୁ ମିଳିଛି ଅନେକ ସ୍ୱୀକୃତି ଓ ସମ୍ବର୍ଦ୍ଧନା । ଏହି ଶିଶୁ କିଶୋର କବିତା ""ରୁରୁରୁ ରୁରୁ"" କୁନି କୁନି ପିଲାମାନଙ୍କୁ ଦୁନିଆକୁ ଚିହ୍ନେଇବା ସହିତ ଅସୁମାରି ସମ୍ଭାବନାର ସାକାର ରୂପର ଉପହାର ।"

Tab Content 6

Author Website:  

Countries Available

All regions
Latest Reading Guide

NOV RG 20252

 

Shopping Cart
Your cart is empty
Shopping cart
Mailing List