|
![]() |
|||
|
||||
Overviewନାଟ୍ୟକାର ପାଣିଗ୍ରାହୀଙ୍କର ନାଟ୍ୟରୀତିକୁ ସାମଗ୍ରିକ ଭାବରେ ଅନୁସରଣ କରି ତାଙ୍କ ନାଟ୍ୟ କଳାର ମହତ୍ତ୍ୱ ପ୍ରତିପାଦନ କରିବା ହେଉଛି ଗବେଷଣାର ଉଦ୍ଦେଶ୍ୟ । ଆଲୋଚନାର ସୁବିଧା ଅନୁଯାୟୀ ନିବନ୍ଧଟିକୁ ୫ଟି ପରିଚ୍ଛେଦର ବିଭକ୍ତ କରାଯାଇଛି । - ପ୍ରଥମ ଅଧ୍ୟାୟରେ ସ୍ୱାଧୀନତା ପରବର୍ତ୍ତୀ ନୂତନ ନାଟଧାରା ସମ୍ପର୍କରେ ଆଲୋଚନା କରାଯାଇଛି । ସ୍ୱାଧୀନତା ପରବର୍ତ୍ତୀ ସମୟର ନାଟକରେ କେବଳ ମଞ୍ଚସଜ୍ଜାରେ ପରିବର୍ତ୍ତନ ଆସିନାହିଁ ନାଟକର ଭାବକଳ୍ପ ଓ ଆଙ୍ଗିକର ମଧ୍ୟ ବହୁ ପରିବର୍ତ୍ତନ ଆସିଛି । ସେହି ପରିବର୍ତ୍ତନର ସୂଚନା ଏହା ମାଧ୍ୟମରେ ଦିଆଯାଇଛି । -ଦ୍ୱିତୀୟ ଅଧ୍ୟାୟରେ ରମେଶ ପାଣିଗ୍ରାହୀଙ୍କର ଜୀବନୀ ଓ ପ୍ରତିଭା ସମ୍ପର୍କରେ ଆଲୋଚନା କରିବା ସମୟରେ ପାଣିଗ୍ରାହୀଙ୍କ ଜୀବନୀ, ନାଟ୍ୟକାରିତାର ଉନ୍ମେଷ କାଳ ଓ ବୃତ୍ତିଗତ ଜୀବନ ସଂପର୍କରେ ଆଲୋଚନା କରାଯାଇଛି । -ତୃତୀୟ ଅଧ୍ୟାୟରେ ରମେଶ ପାଣିଗ୍ରାହୀଙ୍କ ନାଟକ ସମ୍ଭାରର ସବିଶେଷ ଆଲୋଚନା କରାଯାଇଛି । ଯେପରି ତାଙ୍କ ନାଟକାବଳୀର କାଳାନୁକ୍ରମିକ ଆଲୋଚନା, ନାଟ୍ୟ ବକ୍ତବ୍ୟରେ ନୂତନତାର ସଞ୍ଚାର, ପ୍ରୟୋଗ ଓ ପରୀକ୍ଷାଧର୍ମୀ ଦୃଷ୍ଟିକୋଣ, ଅଙ୍ଗୀକାରବଦ୍ଧତା, ବିଦ୍ରୋହ ଓ ପ୍ରତିବାଦର ସ୍ୱର ପ୍ରଭୃତିକୁ ବିଶ୍ଳେଷଣର ଅନ୍ତର୍ଭୁକ୍ତ କରାଯାଇଛି । - ଚତୁର୍ଥ ଅଧ୍ୟାୟରେ ଯାତ୍ରା ସାହିତ୍ୟରେ ରମେଶ ପାଣିଗ୍ରାହୀ କିପରି ସଫଳ ଯାତ୍ରାକାର ତାହା ପ୍ରତିପାଦନ କରାଯାଇଛି । - ଏକାଙ୍କିକାର ସ୍ରଷ୍ଟା ଭାବରେ ରମେଶ ପାଣିଗ୍ରାହୀ କିପରି ଏହା ପଞ୍ଚମ ଅଧ୍ୟାୟରେ ବର୍ଣ୍ଣିତ । ଏହି ପର୍ଯ୍ୟାୟରେ ଏକାଙ୍କିକା ସମ୍ଭାରର ଆଲୋଚନା କରିବା ସହିତ ଶୈଳୀ ଓ ବକ୍ତବ୍ୟରେ କିପରି ସେ ପରୀକ୍ଷା ନିରୀକ୍ଷା କରିଛନ୍ତି ସେ ବିଷୟରେ ଆଲୋଚନା କରାଯାଇଛି । -ଶେଷକୁ ଉପସଂହାରରେ ନାଟ୍ୟକାର ପାଣିଗ୍ରାହୀଙ୍କର ନାଟକ ଯାତ୍ରା, ଏକାଙ୍କିକା ସମ୍ପର୍କରେ ଯାହାସବୁ ବିଶଦ ସମୀକ୍ଷା କରାଯାଇଛି ତାହାର ନିର୍ଯ୍ୟାସ ଗୁଡ଼ିକୁ ଉପସ୍ଥାପନ କରି ତାଙ୍କ ନାଟ୍ୟ ବକ୍ତବ୍ୟ ମଧ୍ୟରେ ଅନ୍ତର୍ନିହିତ ଥିବା ଜୀବନ ଦର୍ଶନ ସମ୍ପର୍କରେ ଆଲୋଚନା କରାଯାଇଛି । Full Product DetailsAuthor: Arya Kumari Pragyan ParamitaPublisher: Black Eagle Books Imprint: Black Eagle Books Dimensions: Width: 14.00cm , Height: 1.60cm , Length: 21.60cm Weight: 0.331kg ISBN: 9781645607090ISBN 10: 1645607097 Pages: 286 Publication Date: 30 June 2025 Audience: General/trade , General Format: Paperback Publisher's Status: Active Availability: Available To Order ![]() We have confirmation that this item is in stock with the supplier. It will be ordered in for you and dispatched immediately. Language: Oriya Table of ContentsReviewsAuthor Information୧୯୮୮ ମସିହା ଜୁଲାଇ ମାସ ୨୩ ତାରିଖ ପବିତ୍ର ବାହୁଡ଼ା ତିଥିରେ ବୀରମାଟି ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବିକ୍ରମପୁର ଗ୍ରାମରେ ଲେଖିକାଙ୍କର ଜନ୍ମ । ପିତା ଅବସରପ୍ରାପ୍ତ ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ଦୁର୍ଯ୍ୟୋଧନ ପ୍ରଧାନ ଏବଂ ମାତା ନର୍ମଦା ପ୍ରଧାନ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଭାଷା ସାହିତ୍ୟ ବିଭାଗରୁ ସ୍ନାତକୋତ୍ତର କଳାଭୂଷଣ (ଏମ୍].ଫିଲ୍]) ଏବଂ ରମେଶ ପାଣିଗ୍ରାହୀଙ୍କ ନାଟକ ସଂପର୍କରେ ଗବେଷଣା କରି କଳା ବିଭୂଷଣ (ପିଏଚ୍].ଡି.) ଉପାଧି ଲାଭ କରିଛନ୍ତି ।ସଂପ୍ରତି ଓଡ଼ିଆ ସାହିତ୍ୟର ଜଣେ ପ୍ରତିଶ୍ରୁତିସଂପନ୍ନ ଲେଖିକା ଭାବେ ବିଭିନ୍ନ ପତ୍ରପତ୍ରିକାରେ ତାଙ୍କର ସମାଲୋଚନା, ପ୍ରବନ୍ଧ, କବିତା ଏବଂ କ୍ଷୁଦ୍ରଗଳ୍ପମାନ ପ୍ରକାଶିତ ଏବଂ ସେ ଦୈନିକ ଖବରକାଗଜରେ ଜଣେ ସ୍ତମ୍ଭଲେଖିକା ଭାବରେ ପରିଚିତ । ଅଧୁନା ସେ କେଶପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟାପିକା ଭାବେ କାର୍ଯ୍ୟରତ ।'ରମେଶ ପାଣିଗ୍ରାହୀ ଏକ ଆକଳନ' ତାଙ୍କର ପ୍ରଥମ ଗବେଷଣାଧର୍ମୀ ସମାଲୋଚନା ପୁସ୍ତକ । ଓଡ଼ିଆ ନାଟ୍ୟ ସମାଲୋଚନା କ୍ଷେତ୍ରକୁ ଏହି ପୁସ୍ତକଟି ସମୃଦ୍ଧ କରିବା ସହ ପାଠକୀୟ ଶ୍ରଦ୍ଧାଲାଭ କରିବ ବୋଲି ଲେଖକଙ୍କର ଆଶା ଓ ବିଶ୍ୱାସ । Tab Content 6Author Website:Countries AvailableAll regions |