|
|
|||
|
||||
Overviewଉମାକାନ୍ତ ବାବୁ ଖୁବ୍ ବିଳମ୍ବରେ - ପ୍ରାୟ ୧୯୮୬ ମସିହାରେ ସାହିତ୍ୟରେ ମନୋନିବେଶ କଲେ । ଅନେକ କ୍ଷୁଦ୍ରଗଳ୍ପ, ନିବନ୍ଧ, ରମ୍ୟ ରଚନାର ସ୍ରଷ୍ଟା ଉମାକାନ୍ତ ବାବୁ ଜଣେ ସ୍ତମ୍ଭକାର ଭାବେ ବିଭିନ୍ନ ବିଷୟର ଅନୁଶୀଳନ କରି ନାନାଦି ପ୍ରାସଙ୍ଗିକ ଅଥଚ ସର୍ବସାଧାରଣରେ ଅବିଦିତ ତଥ୍ୟ ପରିବେଷଣ କରି ଏକ ବୃହତ୍ ପାଠକ ଗୋଷ୍ଠୀର ଶ୍ରଦ୍ଧାଭାଜନ ହୋଇପାରିଥିଲେ । ତାଙ୍କର କ୍ଷୁଦ୍ର ଗଳ୍ପଗୁଡ଼ିକ ଅନବଦ୍ୟ । ସେଥିରେ ସେ କଥକ ପରି ଚରିତ୍ରମାନଙ୍କୁ ଟିକିଏ ଦୂରରୁ (କିନ୍ତୁ ଏତେ ଦୂରୁ ନୁହେଁ ଯେ ସେମାନେ ଇତର ଲୋକ ବା ଅନାତ୍ମୀୟ ପରି ଦିଶିବେ) ଦେଖି ସେମାନଙ୍କର ନିତିଦିନିଆ ଜୀବନ ଓ ତା'ର ଅନ୍ତରାଳରେ ଥିବା ଜୀବନର ଚିତ୍ର ଉପସ୍ଥାପନ କରନ୍ତି । ଶୈଳୀ କଥକର ଶୈଳୀ ପରି - କାହାଣୀଟିକୁ ବିନା ବାକ୍ୟାଡମ୍ବରରେ ଓ ସଂକ୍ଷେପରେ କହିବା ସେ ଶୈଳୀର ଲକ୍ଷ୍ୟ । ଉମାକାନ୍ତ ବାବୁ ତିନିଟି ଖୁବ୍ ଅସାଧାରଣ ଓ ସାର୍ଥକ ଉପନ୍ୟାସର ରଚୟିତା ମଧ୍ୟ । ଓଡ଼ିଆ ବ୍ୟତୀତ ଇଂରାଜୀ, ହିନ୍ଦୀ, ଉର୍ଦ୍ଦୁ ଓ ବଙ୍ଗଳା ଭାଷାରେ ସେ ବିଶେଷ ବ୍ୟୁତ୍ପତ୍ତି ଲାଭ କରିଥିଲେ । ଉର୍ଦ୍ଦୁର ମହାନ୍ କବି ମୀର୍ଜା ଗାଲିବ୍]ଙ୍କର କବିତାର ସେ ଓଡ଼ିଆ ରୂପାନ୍ତର କରିଛନ୍ତି ଏବଂ ଗାଲିବ୍ ତଥା ଅନ୍ୟାନ୍ୟ ସମକାଳୀନ ଉର୍ଦ୍ଦୁ କବିଙ୍କର ଅନନ୍ୟ କବି ପ୍ରତିଭାର ପ୍ରବକ୍ତା ଭାବେ ସେ ୧୯୯୯ ମସିହାରେ ଗାଲିବ୍]ଙ୍କର ଦ୍ୱିତୀୟ ଶତବାର୍ଷିକ ଜୟନ୍ତୀକୁ ଭାରତ ସରକାରଙ୍କ ଦ୍ୱାରା ବିଶେଷ ଭାବେ ନିମନ୍ତ୍ରିତ ହୋଇଥିଲେ । Full Product DetailsAuthor: Umakanta MahapatraPublisher: Black Eagle Books Imprint: Black Eagle Books Dimensions: Width: 14.00cm , Height: 0.60cm , Length: 21.60cm Weight: 0.132kg ISBN: 9781645607328ISBN 10: 1645607321 Pages: 104 Publication Date: 20 August 2025 Audience: General/trade , General Format: Paperback Publisher's Status: Active Availability: Available To Order ![]() We have confirmation that this item is in stock with the supplier. It will be ordered in for you and dispatched immediately. Language: Oriya Table of ContentsReviewsAuthor Informationଉମାକାନ୍ତ ମହାପାତ୍ର(୨୩ ଅପ୍ରେଲ୧୯୩୦ - ୦୮ ଜୁଲାଇ ୧୯୯୯)ଙ୍କ ଜନ୍ମସ୍ଥାନ କଟକ । ପିତା ସାକ୍ଷୀଗୋପାଳ ନିକଟସ୍ଥ ବିଶ୍ୱନାଥପୁର ଗ୍ରାମର ଲୋକନାଥ ମହାପାତ୍ର ଓ ମାତା ପାର୍ବତୀ ଦେବୀଙ୍କର ସେ ଜ୍ୟେଷ୍ଠ ସନ୍ତାନ । ଶିକ୍ଷକ ପିତାଙ୍କ ତତ୍ତ୍ୱାବଧାନରେ ଭବାନୀପାଟଣାରେ ଓ ପରେ ଏହ୍ଲାବାଦରେ ସ୍କୁଲ ଶିକ୍ଷା ଲାଭ । ରେଭେନ୍]ସା କଲେଜ୍]ରୁ ଆଇ.ଏସ୍]ସି. ଓ ବ୍ରହ୍ମପୁର ଖଲିକୋଟ୍ କଲେଜ୍]ରୁ ବି.ଏସ୍]ସି. ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ କେନ୍ଦ୍ର ସରକାରଙ୍କ ଗୁଇନ୍ଦା ବିଭାଗରେ ୧୯୫୩ରେ ଯୋଗଦାନ । ସେହି ବର୍ଷ ବ୍ରହ୍ମପୁରର ଖ୍ୟାତନାମା ପଣ୍ଡିତ ଓ କବିରାଜ ଅନନ୍ତ ତ୍ରିପାଠୀ ଶର୍ମାଙ୍କର ଚତୁର୍ଥ କନ୍ୟା ଅନସୂୟାଙ୍କ ସହିତ ବିବାହ । ଜଣେ ପଦସ୍ଥ କର୍ମଚାରୀ ଭାବେ ନାନାଦି ସ୍ଥାନରେ ଦାୟିତ୍ୱପୂର୍ଣ୍ଣର୍ କାର୍ଯ୍ୟ ସମ୍ପାଦନ କରି ସୁନାମ ଅର୍ଜନ । ୧୯୮୮ରେ ଚାକିରୀରୁ ଅବସର ଗ୍ରହଣ ପରେ ଭୁବନେଶ୍ୱରର ବାସିନ୍ଦା । ଦୁଇ ପୁତ୍ର ଅଶୋକ ଓ ପୁଷନ୍ ଉଚ୍ଚ ପଦସ୍ଥ କର୍ମଚାରୀ । Tab Content 6Author Website:Countries AvailableAll regions |