|
|
|||
|
||||
Overviewମୁଁ ଜଣେ ସାଧାରଣ ମଣିଷ ଓ ମୁଁ ପ୍ରକୃତିର ପୂଜକ । ନିତିଦିନର ବାସନା, ଇଚ୍ଛା, ହସ, ଖୁସି, ଆମ ସମାଜର ଚଳଣି, ମତେ ପ୍ରଭାବିତ କରେ । ଜୀବନର ସୁଖ, ଦୁଃଖ ଆଶା ନିରାଶା, ଆମ ସମାଜ ଓ ସଂସ୍କୃତିକୁ ମୁଁ ଯେତିକି ସମ୍ମାନ ଦିଏ, ଆମ ସମାଜର ଦୁର୍ବଳତା ପ୍ରତି ମଧ୍ୟ ମୋର ଧ୍ୟାନ ଯାଏ । ମୁଁ ମୋ କବିତା ସରଳ ଓ ସ୍ୱାଧୀନ ଭାବରେ ବ୍ୟକ୍ତ କରିବାକୁ ଚେଷ୍ଟା କରେ । ଭାବେ କବିର କଳ୍ପନା ଓ ଚିନ୍ତାଧାରା ସଦା ଜୀବନ୍ତ । ଏଥିରେ ବୟସର ସୀମା ନଥାଏ । ନିଜର କଳ୍ପନା, ବାସ୍ତବତା, ସାମାଜିକ ଜୀବନ ଶୈଳୀ ଏବଂ ପୃଥିବୀର ପ୍ରାକୃତିକ ପରିବେଶ ସହ ନିଜର କଳ୍ପନା ହିଁ ତାର ପ୍ରେରଣାର ଉତ୍ସ । ସେ କେବଳ ନିଜକୁ ବ୍ୟକ୍ତ କରିବାକୁ ଚାହେଁ । ପୃଥିବୀର ବାସ୍ତବିକତାକୁ ନେଇ ସେ ତାର ମନ ଓ ମତ ପ୍ରକାଶ କରିଥାଏ । ମୋର କବିତାଗୁଡ଼ିକ ଆଜିକାଲିର ବହୁତ ସମୟ ଉପଯୋଗୀ ବିଷୟ ବସ୍ତୁ ଉପରେ ଆଧାରିତ । ଏଇ କବିତାଗୁଡ଼ିକ ପ୍ରକୃତିର ବର୍ଣ୍ଣନା ଓ ସୌନ୍ଦର୍ଯ୍ୟର ଉପାସନା ସଙ୍ଗେ ସଙ୍ଗେ ସାମାଜିକ ନ୍ୟାୟ, ପ୍ରଥା ଓ ସମସାମୟିକ ବିଷୟବସ୍ତୁ ଉପରେ ଆଲୋକ ପ୍ରାପ୍ତ କରୁଛି ଏହାହିଁ ଏ କବିତା ସବୁର ଲକ୍ଷ୍ୟ । ଆଶାକରେ ଆପଣମାନେ ମୋ କବିତା ପଢ଼ି ମତେ ଆନନ୍ଦିତ କରିବେ । ---ପ୍ରିୟଦର୍ଶିନୀ ମହାନ୍ତି Full Product DetailsAuthor: Priyadarshini MohantyPublisher: Black Eagle Books Imprint: Black Eagle Books Dimensions: Width: 14.00cm , Height: 0.70cm , Length: 21.60cm Weight: 0.150kg ISBN: 9781645608486ISBN 10: 1645608484 Pages: 122 Publication Date: 27 February 2026 Audience: General/trade , General Format: Paperback Publisher's Status: Active Availability: Available To Order We have confirmation that this item is in stock with the supplier. It will be ordered in for you and dispatched immediately. Language: Oriya Table of ContentsReviewsAuthor InformationTab Content 6Author Website:Countries AvailableAll regions |
||||