|
![]() |
|||
|
||||
Overviewପ୍ରଥମ ଓଡ଼ିଆ ଉପନ୍ୟାସ 'ପଦ୍ମମାଳୀ'ର ବିଭିନ୍ନ ସଂସ୍କରଣ ଭୂମିକାରେ ଔପନ୍ୟାସିକ ଉମେଶଚଂନ୍ଦ୍ର ସରକାର ଜଣେ ପଥ-ପ୍ରଦର୍ଶକର ଅନୁଭବକୁ ବ୍ୟକ୍ତ କରିଛନ୍ତି। ଓଡ଼ିଆ ସାହିତ୍ୟରେ ପ୍ରକୃତ ଗଦ୍ୟ କାହାଣୀର ଅଭାବ ଓ ଏ ଦିଗରେ ପଦକ୍ଷେପ ଏକ 'ଅଭିଯାନ' ରୂପେ ଆଖ୍ୟାୟିତ। ଓଡ଼ିଶାର ଇତିହାସ କାଳ୍ପନିକ ଗଦ୍ୟ କାହାଣୀର ଆକାର ବୋଲି ସେ ପ୍ରଥମ ସଂସ୍କରଣ ଭୂମିକାରେ କହିଛନ୍ତି। ସଂପୃକ୍ତ ଉପନ୍ୟାସର ଦ୍ୱିତୀୟ ସଂସ୍କରଣ ଭୂମିକାରେ ଐତିହାସିକ ରୋମାନ୍]ସର କାହାଣୀ ଓ ଇତିହାସ ଭିତରେ ଥିବା ସମ୍ପର୍କ ପ୍ରସଂଗ ଉତ୍]ଥାପିତ। ଇତିହାସ କେତେକ ଘଟଣାର ସମଷ୍ଟି। ଐତିହାସିକ ଉପନ୍ୟାସରେ ଏହି ଘଟଣା ଯଥାଯଥ ଉପସ୍ଥାପନ ଏକାନ୍ତ କାମ୍ୟ- ଏଥିନେଇ ଉମେଶଚନ୍ଦ୍ରଙ୍କ ମତାମତ ସ୍ପଷ୍ଟ ଓ ଦୃଢ଼। ଔପନ୍ୟାସିକଙ୍କର କର୍ତ୍ତବ୍ୟ ହେଲା ଇତିହାସର ବ୍ୟତିକ୍ରମ ନକରି ବା ଘଟଣାର ଐତିହାସିକ ଯଥାଯଥତା ଓ ପରିପୂର୍ଣ୍ଣତାକୁ ଖଣ୍ଡିତ ନ କରି ପାଠକଙ୍କୁ ଆନନ୍ଦ ଦେବା। ଘଟଣାର ଯଥାଯଥତା ଉପରେ ଏହି ଗୁରୁତ୍ୱ ଆରୋପ ହେତୁ 'ପଦ୍ମମାଳୀ' ହୋଇଛି ଉମେଶଚନ୍ଦ୍ରଙ୍କ ଦୃଷ୍ଟିରେ ଓଡ଼ିଆ ସାହିତ୍ୟର ଏକମାତ୍ର ଐତିହାସିକ ରୋମାନ୍]ସ। 'ପଦ୍ମମାଳୀ'ର ଭୂମିକା ଦୁଇଟି - ଉପନ୍ୟାସ ଶିଳ୍ପ ପ୍ରତି ଲେଖକଙ୍କର ଦୃଷ୍ଟିଭଙ୍ଗୀର ଦୁଇଟି ଦିଗ ସମ୍ପର୍କରେ ସଚେତନ କରେ। ସମକାଳର ଅନ୍ୟାନ୍ୟ ଲେଖକଙ୍କ ଭଳି ଓଡ଼ିଆ ସାହିତ୍ୟସେବାକୁ ସେ ଏକ ଜାତୀୟ କର୍ତ୍ତବ୍ୟ ରୂପେ ଗ୍ରହଣ କରିଛନ୍ତି। ଐତିହାସିକ-ଉପନ୍ୟାସ ବାସ୍ତବ ଐତିହାସିକ ଘଟଣା ସହ କାଳ୍ପନିକ କାହାଣୀ ବା ଘଟଣାର ଯୌଗିକ ମିଶ୍ରଣ। ଓଡ଼ିଶା ଇତିହାସ ସମ୍ପର୍କରେ ତାଙ୍କର ଔତ୍ସୁକ୍ୟ ଅଧିକ ଆଲୋଚନାର ଅପେକ୍ଷା ରଖେ। ତାଙ୍କର ଏହି ଔତ୍ସୁକ୍ୟ, ସମକାଳର ପ୍ରବୃତ୍ତି ଅନୁସରଣ କରି, ମୁଖ୍ୟତଃ ଦେଶପ୍ରେମ-ସଂଜାତ। ତା'ସହ ଇତିହାସକୁ ସେ ଦେଖିଛନ୍ତି ବହୁ ସାହିତ୍ୟିକ ସମ୍ଭାବନାର ଗନ୍ତାଘର ରୂପେ। ତାଙ୍କର ଆଲୋଚିତ ଉପନ୍ୟାସରେ ଗୃହୀତ ହୋଇଥିବା ଘଟଣାଗୁଡ଼ିକର ବିଶ୍ଳେଷଣରୁ ଜଣାଯାଏ ଯେ ଇତିହାସ ତାଙ୍କ ଦୃଷ୍ଟିରେ ନାଟକୀୟ ଗୁଣ ସମ୍ପନ୍ନ- ଦୁଇଟି ରାଜ୍ୟ ମଧ୍ୟରେ ସଂଘର୍ଷ, ମନ୍ତ୍ରଣା ଇତ୍ୟାଦି ଏହାର ଉପାଦାନ। Full Product DetailsAuthor: Umesh Chandra SarkarPublisher: Black Eagle Books Imprint: Black Eagle Books Dimensions: Width: 14.00cm , Height: 0.90cm , Length: 21.60cm Weight: 0.177kg ISBN: 9781645607069ISBN 10: 1645607062 Pages: 148 Publication Date: 09 June 2025 Audience: General/trade , General Format: Paperback Publisher's Status: Active Availability: Available To Order ![]() We have confirmation that this item is in stock with the supplier. It will be ordered in for you and dispatched immediately. Language: Oriya Table of ContentsReviewsAuthor Informationଉମେଶଚନ୍ଦ୍ର ସରକାର ମସିହାରେ ପୁରୀଠାରେ ଜନ୍ମଗ୍ରହଣ କରିଥିଲେ ତାଙ୍କ ପିତା ଇଶ୍ୱରଚନ୍ଦ୍ର ସରକାର ଜଣେ ପୁଲିସ ଦରୋଗା ଥିଲେ । ଉମେଶଚନ୍ଦ୍ରଙ୍କୁ ୨ବର୍ଷ ବୟସ ବେଳକୁ ତାଙ୍କ ପିତାଙ୍କର ଦେହାନ୍ତ ହୋଇଥିଲା । ପିତାଙ୍କ୍ ଦେହାନ୍ତ ପରେ, ସେମାନେ ସପରିବାର କଟକ ଚାଲିଆସି କାଳିବଜାରର ଜଣେ ସମ୍ପର୍କୀୟଙ୍କ ଘରେ ରହିଥିଲେ । କଟକରୁ ସ୍ନାତକ ଶିକ୍ଷା ସମାପ୍ତ କରି ଉମେଶଚନ୍ଦ୍ର ତତକାଳୀନ ଓଡ଼ିଶା କମିଶନରଙ୍କ କାର୍ଯ୍ୟାଳୟରେ କାମ କରିବା ଆରମ୍ଭ କରିଥିଲେ । ପରେ ସେ ଢେଙ୍କାନାଳ, ତାଳଚେର ଓ କନିକା ଇଷ୍ଟେଟରେ ମଧ୍ୟ କାମ କରିଥିଲେ । କନିକାରେ କାମ କରୁଥିବା ସମୟରେ ଅସୁସ୍ଥତା ହେତୁ ୧୮୯୯ ମସିହାରେ ସେ ସ୍ୱେଚ୍ଛାକୃତ ଅବସର ନେଇ କଟକ ଫେରି ଆସିଥିଲେ । କଟକ ଆସି ସୁସ୍ଥ ହେବାପରେ ସେ ସାହିତ୍ୟ ସର୍ଜନାରେ ମନୋନିବେଶ କରିଥିଲେ । ୧୯୦୭ ମସିହାରୁ ଉଦାସୀ ଛଦ୍ମନାମରେ, ସେ କେନ୍ଦୁଝର ବିଦ୍ରୋହ ନାମକ ଏକ ଧାରାବାହିକ ଐତିହାସିକ ଉପନ୍ୟାସ ଲେଖିବା ଆରମ୍ଭ କରିଥିଲେ କିନ୍ତୁ ତାହା ଅସମ୍ପୂର୍ଣ୍ଣ ରହିଥିଲା । ପରେ ସେ ଉଭୟ ଓଡ଼ିଆ ଓ ଇଂରଜୀ ଭାଷାରେ ପୁସ୍ତକ ଲେଖିଛନ୍ତି । ସେ ରଚନା କରିଥିବା 'ପଦ୍ମମାଳୀ' ଓଡ଼ିଆ ସାହିତ୍ୟର ପ୍ରଥମ ସମ୍ପୂର୍ଣ୍ଣ ଉପନ୍ୟାସ । ସେ ଏହାକୁ ୩୨ ବର୍ଷ ବୟସରେ ଲେଖିଥିଲେ । ଏହା ୧୮୮୯ ମସିହାରେ କଟକ ପ୍ରିଣ୍ଟ କମ୍ପାନୀରୁ ପ୍ରଥମେ ପ୍ରକାଶିତ ହୋଇଥିଲା ।୧୯୧୪ ମସିହାରେ ଆମାଶୟ ରୋଗରେ ପୀଡ଼ିତ ହୋଇ, ଉମେଶଚନ୍ଦ୍ରଙ୍କର ଦେହାନ୍ତ ହୋଇଥିଲା । Tab Content 6Author Website:Countries AvailableAll regions |