Padmabat

Author:   Malik Muhammad Jayasi ,  Ashamanjari Devi
Publisher:   Black Eagle Books
ISBN:  

9781645607601


Pages:   740
Publication Date:   17 November 2025
Format:   Paperback
Availability:   Available To Order   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Our Price $79.20 Quantity:  
Add to Cart

Share |

Padmabat


Overview

'ପଦ୍ମାବତ' ସୁଫି ସନ୍ଥକବି ଜାୟସୀଙ୍କର ଏକ ଅନବଦ୍ୟ ରଚନା। ତାଙ୍କର ଏହି ରଚନାରେ ସିଏ ପାର୍ଶୀ ମନସବୀ ପଦ୍ଧତି ଅନୁସରଣ କରିଛନ୍ତି। ତାଙ୍କର ପ୍ରାୟ କୋଡ଼ିଏଟି ରଚନାବଳୀ ମଧ୍ୟରେ 'ପଦ୍ମାବତ' ସର୍ବସମ୍ମତ ଭାବେ ଶ୍ରେଷ୍ଠ ବୋଲି ବିବେଚିତ। ପଦ୍ମାବତର ରଚନା କାଳ ଖ୍ରୀ.୧୫୪୦ ବୋଲି କୁହାଯାଏ। ଏହି କାବ୍ୟରେ ଶେରଶାହଙ୍କ ନାମ ଉଲ୍ଲେଖ ରହିଛି। ତେଣୁ ଏହାର ରଚନା ଶେରଶାହଙ୍କ ସମକାଳୀନ ବୋଲି ଧରାହୋଇଛି। ପଦ୍ମାବତ କାବ୍ୟରେ ଜୀବନ ଦର୍ଶନ ସୁସ୍ପଷ୍ଟ ଭାବରେ ପ୍ରତିଫଳିତ। ଜୀବନର ନଶ୍ୱରତା କଥା ବାରମ୍ବାର ଉଲ୍ଲେଖ ହୋଇଛି। କବିଙ୍କ ଦୃଷ୍ଟିରେ ମରଣର ସାଧନା ହିଁ ଏଥିରୁ ମୁକ୍ତିର ପଥ। କାରଣ ମୃତ୍ୟୁଲାଭ ପରେ ପୁନର୍ବାର ମୃତ୍ୟୁ ହୋଇପାରେନା। ଏଣୁ ସାଧୁର ମୁଖ୍ୟ ଲକ୍ଷଣ ମରଣ ଲଭିବା। ରତ୍ନସେନ ଓ ପଦ୍ମାବତୀ ଉଭୟ ପ୍ରେମର ସାଧକ ଏବଂ ପ୍ରେମ ଦ୍ୱାରା ମୃତ୍ୟୁକୁ ଜଣିବାକୁ ଚାହିଁଛନ୍ତି। ଜାୟସୀ ଭୃଙ୍ଗ ଓ କୀଟର ସମ୍ପର୍କକୁ ଗୁରୁ ଶିଷ୍ୟର ମାନ୍ୟତା ଦେଇଛନ୍ତି। କୀଟ ଭୃଙ୍ଗରେ ପରିଣତ ହୋଇ ନବ କାୟା ଲାଭ କରୁଛି। ରତ୍ନସେନ ଓ ପଦ୍ମାବତୀ କୀଟର ଜୀବନ ପରିତ୍ୟାଗ କରି ଭୃଙ୍ଗରେ ପରିଣତ ହେବାକୁ ଚାହୁଁଛନ୍ତି।

Full Product Details

Author:   Malik Muhammad Jayasi ,  Ashamanjari Devi
Publisher:   Black Eagle Books
Imprint:   Black Eagle Books
Dimensions:   Width: 14.00cm , Height: 4.10cm , Length: 21.60cm
Weight:   0.844kg
ISBN:  

9781645607601


ISBN 10:   1645607607
Pages:   740
Publication Date:   17 November 2025
Audience:   General/trade ,  General
Format:   Paperback
Publisher's Status:   Active
Availability:   Available To Order   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.
Language:   Oriya

Table of Contents

Reviews

Author Information

ତାଙ୍କର ଜନ୍ମସ୍ଥାନ ବିଷୟରେ ମତୈକ୍ୟ ନ ଥିଲେ ମଧ୍ୟ କବିଙ୍କର ଜନ୍ମସ୍ଥାନ ଜାୟସ ବୋଲି ଧରିନିଆ ହୋଇଛି। ଗ୍ରନ୍ଥର ପ୍ରାରମ୍ଭରେ ଆଲ୍ଲା, ମହମ୍ମଦ, ତତ୍କାଳୀନ ବାଦଶାହା ତଥା ନିଜର ଗୁରୁ ପରମ୍ପରାର ଉଲ୍ଲେଖ କରିଛନ୍ତି। ସେଥିରୁ ଅନୁମିତ ହୁଏ ତାଙ୍କର ଜନ୍ମ ୧୫୦୦ ଖ୍ରୀଷ୍ଟାବ୍ଦର ପାଖାପାଖି। ବାଲ୍ୟକାଳରୁ ସେ ପିତାମାତାଙ୍କୁ ହରାଇଥିଲେ। କେତେକଙ୍କ ମତରେ ସିଏ ଅବିବାହିତ ଥିଲେ। ଆଉ କେତେକଙ୍କ ମତରେ ସିଏ ବିବାହିତ ଥିଲେ ଏବଂ ଗୋଟିଏ ପୁତ୍ରର ଜନକ ଥିଲେ। ଗୁରୁ ପରମ୍ପରାରେ ତାଙ୍କର ଦୃଢ଼ ବିଶ୍ୱାସ ଥିଲା। ଶେଖ୍ ମୋହିଉଦ୍ଦିନ ତାଙ୍କର ଗୁରୁ ଥିଲେ। ତାଙ୍କର ମୃତ୍ୟୁ ସମୟ ସମ୍ବନ୍ଧରେ ମଧ୍ୟ ମତୈକତା ନାହିଁ। କାହା ମତରେ ଏହା ୧୬୩୯ଖ୍ରୀଷ୍ଟାବ୍ଦ ଏବଂ ଆଉ କେତେକଙ୍କ ମତରେ ଏହା ୧୬୫୯ ଖ୍ରୀଷ୍ଟାବ୍ଦ। ଆଶାମଞ୍ଜରୀ ମହାନ୍ତି(୧୯୨୫-୨୦୧୫)ଙ୍କ ଜନ୍ମ କଟକରେ ହୋଇଥିଲା। ତାଙ୍କର ବାଲ୍ୟକାଳ ଢେଙ୍କାନାଳରେ କଟିଥିଲା। ପିତା କୁଳମଣି ମହାନ୍ତିଙ୍କ ସଂସ୍କାରରେ ପରିପାଳିତ ହୋଇ ସିଏ ଆଧ୍ୟାତ୍ମବାଦୀ ହୋଇଥିଲେ। ୧୯୪୪ ମସିହାରେ ତାଙ୍କର ବିବାହ ସ୍ୱନାମଧନ୍ୟ କବି ଗୁରୁପ୍ରସାଦ ମହାନ୍ତିଙ୍କ ସହ ହୋଇଥିଲା। ତାଙ୍କ ଶ୍ୱଶୁରଙ୍କ ପ୍ରେରଣାରେ 'କୁମାର ସମ୍ଭବ' କାବ୍ୟର ଓଡ଼ିଆ ପଦ୍ୟାନୁବାଦ କରିଥିଲେ। 'ଜାୟସୀ'ଙ୍କ ରଚିତ 'ପଦ୍ମାବତ୍]' ବୃହତ କାବ୍ୟର ଓଡ଼ିଆ ଅନୁବାଦ କରିଥିଲେ, ଯାହା ୨୦୧୪ରେ ପ୍ରକାଶିତ ହେବାର ପରବର୍ଷ୨୦୧୫ରେ ତାଙ୍କର ପରଲୋକ ଘଟିଥିଲା। ତାଙ୍କର ଅନ୍ୟାନ୍ୟ ଅନୁବାଦ ମଧ୍ୟରେ ତାଙ୍କର ଦୀକ୍ଷାଗୁରୁ ଶ୍ରୀମତ୍ ବିଶ୍ୱପ୍ରଣବ ସ୍ୱାମୀ ଅତ୍ୟାଶ୍ରମୀଙ୍କର କେତେକ ରଚନା ଉଲ୍ଲେଖଯୋଗ୍ୟ। (୧) ଅଦୃଷ୍ଟ ସିଦ୍ଧି, (୨) I the order, (୩) ଶ୍ରୀଗୋପୀ-ଗୋବିନ୍ଦ-ଗୀତମ୍], (୪) ଆଶ୍ଚର୍ଯ୍ୟ ନୀଳମଣି (ଅପ୍ରକାଶିତ)।

Tab Content 6

Author Website:  

Countries Available

All regions
Latest Reading Guide

MRG 26 2

 

Shopping Cart
Your cart is empty
Shopping cart
Mailing List