|
![]() |
|||
|
||||
Overview"ଭାଷା ମାଧ୍ୟମରେ ଆମେ ନିଜର ମନର ଅନ୍ତର ଚିନ୍ତାକୁ ଗଢ଼ିଥାଉ ଓ ଭାବକୁ ଅନ୍ୟ ନିକଟରେ ପ୍ରକାଶ କରିଥାଉ । ବକ୍ତା ଓ ଶ୍ରୋତା ପରସ୍ପର ମଧ୍ୟରେ ଭାବବିନିମୟ କରିବା ନିମିତ୍ତ ଖୋଜିଥାନ୍ତି କିଛି ଶବ୍ଦ ଏବଂ ଶବ୍ଦଗୁଡ଼ିକ ଶୃଙ୍ଖଳିତ ଭାବରେ ସଜ୍ଜିତ ହୋଇ ଭାବପ୍ରକାଶ କରିବାରେ ସହାୟକ ହୋଇଥାନ୍ତି । କହିବାକୁ ଗଲେ ପ୍ରତ୍ୟେକ ଜାତି ତା'ର ନିଜର 'ମାତୃଭାଷା'ରେ ଭାବପ୍ରକାଶ କରିବାରେ ଯେତିକି ସହଜ ଅନୁଭବ କରିଥାନ୍ତି ସେତିକି କଷ୍ଟ ବି ଅନୁଭବ କରିଥାନ୍ତି ନିଜର ମାତୃଭାଷାକୁ ବୁଝିବାରେ ଏବଂ ବୁଝାଇବାରେ । କିନ୍ତୁ ଶବ୍ଦକୁ ନେଇ ଖେଳିବାର ଦୁଃସାହସ, ପଦକୁ ବ୍ୟବଚ୍ଛେଦକରି ତା'ର କ୍ଷୁଦ୍ରାତିକ୍ଷୁଦ୍ର ସତ୍ତାକୁ ବିଶ୍ଳେଷଣ କରିବାର ଦୁର୍ବାର ଆଗ୍ରହ ହେତୁ ""ଓଡ଼ିଆ ବିଶେଷ୍ୟ"" ନାମକ ଏହି ପୁସ୍ତକଟି ପରିଯୋଜିତ ହୋଇଛି ।" Full Product DetailsAuthor: Smrutirekha Mishra , Santosh TripathyPublisher: Black Eagle Books Imprint: Black Eagle Books Dimensions: Width: 14.00cm , Height: 1.10cm , Length: 21.60cm Weight: 0.245kg ISBN: 9781645602439ISBN 10: 1645602435 Pages: 188 Publication Date: 24 September 2023 Audience: General/trade , General Format: Paperback Publisher's Status: Active Availability: Available To Order ![]() We have confirmation that this item is in stock with the supplier. It will be ordered in for you and dispatched immediately. Table of ContentsReviewsAuthor Informationଡକ୍ଟର ସ୍ମୃତିରେଖା ମିଶ୍ର ସମ୍ପ୍ରତି ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗରେ ସହକାରୀ ପ୍ରଫେସର ଭାବରେ ଓଡ଼ିଆ ବିଷୟରେ ଅଧ୍ୟାପନା କରୁଛନ୍ତି । ଜଣେ ପ୍ରାୟୋଗିକ ଜ୍ଞାନବୋଧର ବିତରିକା ଶିକ୍ଷକ ଭାବରେ ସେ ପରିଚିତ । ମେଧାବିନୀ ବିଦ୍ୟାର୍ଥୀ ଭାବରେ ସେ ମାଟ୍ରିକ୍]ରୁ ଏମ୍].ଫିଲ୍]. ପର୍ଯ୍ୟନ୍ତ ସାହିତ୍ୟ କ୍ଷେତ୍ରରେ ଆପଣାର ପ୍ରତିଭାର ଉଜ୍ଜ୍ୱଳ ଦୃଷ୍ଟାନ୍ତ ଦେଇ ଆସିଛନ୍ତି । ୟୁ.ଜି.ସି ମେଧାବୃତ୍ତି ପାଇ ସେ ଉଚ୍ଚତର ଗବେଷଣା କରିଛନ୍ତି । ଉପନ୍ୟାସ ସାହିତ୍ୟ, କବିତା ଓ ଭାଷା ସମ୍ପର୍କରେ ତାଙ୍କର ଉଚ୍ଚମାନର ପ୍ରବନ୍ଧ ଓଡ଼ିଶାର ଅଗ୍ରଣୀ ପତ୍ରିକାରେ ପ୍ରକାଶ ପାଇ ଆସୁଛି । ଜଣେ ବିଭାବନ ଚେତନାଶୀଳ ପ୍ରାବନ୍ଧିକ ଓ ନବନ୍ୟାୟିକ ସାହିତ୍ୟ-ସମାଲୋଚକ ଭାବରେ ଦୀର୍ଘ ଚାରି ଦଶନ୍ଧି ଧରି ସନ୍ତୋଷ ତ୍ରିପାଠୀ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ବହୁବିଦିତ ହୋଇ ଆସିଛନ୍ତି । ଭାଷା, ବ୍ୟାକରଣ, ସାହିତ୍ୟତତ୍ତ୍ୱ, ଆଧୁନିକ ଓଡ଼ିଆ ସାହିତ୍ୟ ଓ ତୁଳନାତ୍ମକ ସାହିତ୍ୟ ସମ୍ପର୍କରେ ତାଙ୍କର ବିଚାରବିମର୍ଶ ଓଡ଼ିଆ ସାହିତ୍ୟ ପରିମଣ୍ଡଳରେ ସ୍ୱତନ୍ତ୍ର ଆବେଦନ ସୃଷ୍ଟି କରିଆସିଛି । ସମ୍ପ୍ରତି ଅଗ୍ରଣୀ ଓ ପ୍ରଭାବଶାଳୀ ସାରସ୍ୱତ ବିମର୍ଶକ ଭାବରେ ତାଙ୍କର ଗବେଷଣାତ୍ମକ ପ୍ରବନ୍ଧ, ସନ୍ଦର୍ଭ ଓ ବିଚାର ଓଡ଼ିଆ ସାହିତ୍ୟକୁ ଜାତୀୟ ଓ ଆନ୍ତର୍ଜାତୀୟ ପ୍ରସିଦ୍ଧି ଦେଇଛି । ବର୍ତ୍ତମାନ ଓଡ଼ିଶାରାଜ୍ୟର ସର୍ବପ୍ରାଚୀନ ଉତ୍କଳ ବିଶ୍ୱବିଦ୍ୟାଳୟରେ ସେ ବିଭାଗମୁଖ୍ୟ ଓ ପ୍ରଫେସର ଭାବରେ କାର୍ଯ୍ୟରତ । Tab Content 6Author Website:Countries AvailableAll regions |