Nishwasara Chhai

Author:   Santosh Kumar Nayak
Publisher:   Black Eagle Books
ISBN:  

9781645608370


Pages:   106
Publication Date:   02 February 2026
Format:   Paperback
Availability:   Available To Order   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Our Price $36.96 Quantity:  
Add to Cart

Share |

Nishwasara Chhai


Overview

ଲକ୍ଷ୍ମୀନାଥ ବେଜବରୁଆଙ୍କ 'ଲୋଭ' ଗଳ୍ପଟି ଦ୍ୱାରା ମୋ'ର ଏହି ସଂକଳନର ଅନ୍ୟତମ ଗଳ୍ପ 'ଜାଲ' ପ୍ରାୟ ସଂପର୍କରେ ଘନିଷ୍ଠତର ହେବ। ସେଇପରି 'ଶଠ' ଗଳ୍ପଟି ତାରାଶଙ୍କର ବନ୍ଦ୍ୟୋପାଧ୍ୟାୟଙ୍କ 'କାଲାପାହାଡ୍]' ଗଳ୍ପଟି ଦ୍ୱାରା ପ୍ରଭାବିତ ହୋଇ ଲେଖାଯାଇଛି। ସଂକଳନର ଅନ୍ୟତମ ଗଳ୍ପ 'ଦଶନମ୍ବର' ମୋ ଜୀବନର ଏକ ଅଂଶ। ସେହିପରି 'ମୂର୍ତ୍ତିମାନବୀ' ମୋ'ର କୈଶୋର କାଳର ଅଭିଜ୍ଞତା ପ୍ରସୂତ।'କାର୍ତ୍ତିକ ପୁନେଇଁ' ଗଳ୍ପର ଚରିତ୍ର, ସ୍ଥାନ ଓ କାଳ ଶହେ ଶତକଡ଼ା ସତ। ଟ୍ରେଜେରି ପାଖର ପୋଖରୀ ହିଁ ସେଇ ପୋଖରୀ। ଆମେ ନିଉକଲୋନୀରେ ରହୁଥିଲାବେଳେ ତଥା ମୋ'ହାଇସ୍କୁଲ୍ ସମୟରେ ଏହି ଗଳ୍ପର ଅନୁଭୂତି। 'ଦୀପାବଳୀ' ଗଳ୍ପଟିର ଥିମ୍ ନିଷ୍ଠୁର ବାସ୍ତବବାଦ ତଥା ଲେଖକୀୟ ଅନୁଭୂତି ଉପରେ ପ୍ରତିଷ୍ଠିତ। 'ଦୀପାବଳୀ' ଗଳ୍ପର ଘଟଣା ଆଜି ସମାଜର କୋଣାନୁକୋଣରେ ଘଟୁଛି। କିନ୍ତୁ ବଡ଼ କଥାଟା ହେଲା ସଂପର୍କର ଗ୍ରନ୍ଥି, ସଂପର୍କର ସାଂଦ୍ରତା। ଏହା ହିଁ ଗଳ୍ପର ମୂଳକଥା। 'ମାସ୍]କଟ୍]' ଗଳ୍ପ ମୋ କଲେଜ ଜୀବନ ଆରମ୍ଭ କାଳର ଅନୁଭୂତି। ୨୦୦୬-୦୭ ମସିହା ବେଳର ଅନୁଭୂତିକୁ ନେଇ ଏ ଗଳ୍ପଟି ରଚିତ। ବାଲି ବିଶ୍ୱକର୍ମା ଗଳ୍ପଟିରେ ଯେଉଁ କଥା ଘଟିଛି ମୋ' ଦଶମ ଶ୍ରେଣୀ କାଳର ଅନୁଭୂତି ପ୍ରସୂତ। ଅବଶ୍ୟ ଏହା ପରୋକ୍ଷ ଅନୁଭୂତି ଥିଲା। ସେହିପରି 'ବାଃ' ଗଳ୍ପଟି ଅତ୍ୟନ୍ତ ହୃଦୟ ବିଦାରକ ସ୍ୱପ୍ନର ପରିଣାମ। 'ଗୁଟି' ଗଳ୍ପଟି ମଧ୍ୟ ରାସ୍ତାକଡ଼ର ଲୋକଙ୍କୁ ଦେଖି ମନରେ ଜନ୍ମିଥିବା କଳ୍ପନାର ଫଳ। କିନ୍ତୁ 'ତପସ୍ୟା' ଗଳ୍ପଟି ହଠାତ୍ ମୋ' ମନରେ ଦିନେ ଲେଖିବାର ଅଜବ ଇଚ୍ଛା ରୂପରେ ଉଇଁଥିଲା। ପରିଣତି ଆପେ ଆପେ ହୋଇଛି। ଏ ଗଳ୍ପ କାଳରେ ଲେଖନୀଟି ମୋ'ଆୟତ୍ତରେ ନଥିଲା। ତେବେ ଗଳ୍ପ ସବୁ ମୋ'ର ଅତ୍ୟନ୍ତ ନିଜର; ଆପଣାର। ମୋ' ଅତି ଘନିଷ୍ଠ ଆତ୍ମାର ସାଥୀ। ଏମାନଙ୍କ ବାବଦରେ ମୁଁ ଯେତେ କହିଲେ ମଧ୍ୟ କମ୍ ହେବ। ଆପଣମାନେ ଏଗୁଡ଼ିକର ସଫଳତା ଓ ବିଫଳତା ବିଚାର କରିବେ। --- ସନ୍ତୋଷ କୁମାର ନାୟକ

Full Product Details

Author:   Santosh Kumar Nayak
Publisher:   Black Eagle Books
Imprint:   Black Eagle Books
Dimensions:   Width: 14.00cm , Height: 0.60cm , Length: 21.60cm
Weight:   0.132kg
ISBN:  

9781645608370


ISBN 10:   1645608379
Pages:   106
Publication Date:   02 February 2026
Audience:   General/trade ,  General
Format:   Paperback
Publisher's Status:   Active
Availability:   Available To Order   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.
Language:   Oriya

Table of Contents

Reviews

Author Information

ଡକ୍ଟର ସନ୍ତୋଷ କୁମାର ନାୟକ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିଗତ ଗବେଷଣା ତଥା ସମାଲୋଚନା କ୍ଷେତ୍ରରେ ଏକ ଗମ୍ଭୀର ଉଚ୍ଚାରଣ। ବିଶେଷ କରି ଭାଷାତତ୍ତ୍ୱ, ସାହିତ୍ୟତତ୍ତ୍ୱ ଓ ତୁଳନାତ୍ମକ ଅଧ୍ୟୟନ କ୍ଷେତ୍ରରେ ଡକ୍ଟର ନାୟକଙ୍କ ସିଦ୍ଧି ଅନତିକ୍ରମ୍ୟ। ଓଡ଼ିଆ ପ୍ରବନ୍ଧ, ସମାଲୋଚନା, କବିତା, କ୍ଷୁଦ୍ରଗଳ୍ପ, ରମ୍ୟରଚନା, ସ୍ମୃତିକଥା, ସମ୍ପାଦନା, ଅନୁବାଦ, ସ୍ତମ୍ଭରଚନା ଓ ପତ୍ରିକା ସମ୍ପାଦନା ପ୍ରଭୃତି କ୍ଷେତ୍ରରେ ତାଙ୍କର ଅନୁପ୍ରବେଶ ଓ ସାରସ୍ୱତ ସଫଳତା ଏକାନ୍ତ ଦୃଷ୍ଟାନ୍ତମୂଳକ। ଅଧ୍ୟୟନ, ଅଧ୍ୟାପନା ଓ ବୃତ୍ତିଗତ କ୍ଷେତ୍ରରେ ତାଙ୍କର ସଫଳତା ଏକାନ୍ତ ଈର୍ଷଣୀୟ ଓ ଅଦ୍ୱିତୀୟ। ଓଡ଼ିଆ ସ୍ନାତକୋତ୍ତର ଶ୍ରେଣୀରେ ୨୦୧୩ ମସିହାରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣପଦକ ହାସଲ କରିବା ସହ ଫକୀରମୋହନ ବିଶ୍ୱବିଦ୍ୟାଳୟରୁ ୨୦୧୪ ମସିହାରେ କଳାଭୂଷଣ (ଏମ୍].ଫିଲ୍].) ଶ୍ରେଣୀରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରି ଶେଷରେ ସଫଳତାର ସହ ଗବେଷଣା କରି ସେ ୨୦୧୯ ମସିହାରେ କଳାବିଭୂଷଣ (ପିଏଚ୍].ଡି.) ଉପାଧି ପ୍ରାପ୍ତ ହୋଇଥିଲେ। ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଶତାଧିକ ଗବେଷଣାତ୍ମକ ପ୍ରବନ୍ଧ ଓ ଚାଳିଶିରୁ ଅଧିକ ସଂଖ୍ୟକ ପୁସ୍ତକର ସ୍ରଷ୍ଟା ଭାବରେ ତାଙ୍କର ଏକାଧିକ ମୌଳିକ ରଚନା ଉପରେ ଏକାଧିକ ଗବେଷଣା ସନ୍ଦର୍ଭ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଉପସ୍ଥାପିତ ହେବା ସହ ୟୁନିଭର୍ସିଟି ଅଫ୍ ସେଣ୍ଟ୍ରାଲ୍ ଆମେରିକା ତରଫରୁ ବର୍ଷ ୨୦୨୨ରେ ତାଙ୍କୁ ସମ୍ମାନଜନକ ପରମଭୂଷଣ (ଡି.ଲିଟ୍].) ଉପାଧିରେ ସମ୍ମାନିତ କରିବା ତାଙ୍କ ନଭଶ୍ଚୁମ୍ବୀ ବ୍ୟକ୍ତିତ୍ୱର ପରିଚୟ ପ୍ରଦାନ କରେ। ଲେଖକ ଡକ୍ଟର ନାୟକଙ୍କ ଅନ୍ୟାନ୍ୟ ପୁସ୍ତକ ପରି ଏହି ପୁସ୍ତକଟି ପୂର୍ବପରି ପାଠକୀୟ ଶ୍ରଦ୍ଧା ଲାଭ କରିବ ବୋଲି ଆଶା କରାଯାଏ। ସମ୍ପ୍ରତି ଡକ୍ଟର ନାୟକ ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧି-ସ୍ନାତକ ଓଡ଼ିଆ ବିଭାଗରେ ସହକାରୀ ପ୍ରଫେସର ଓ ବିଭାଗମୁଖ୍ୟ ରୂପେ କାର୍ଯ୍ୟରତ।

Tab Content 6

Author Website:  

Countries Available

All regions
Latest Reading Guide

RGFEB26

 

Shopping Cart
Your cart is empty
Shopping cart
Mailing List