|
|
|||
|
||||
Overview'ନାଟକ' ସୁସ୍ଥ, ସୁନ୍ଦର ଓ ବଳିଷ୍ଠ ସମାଜର ଦିଗ୍ ଦର୍ଶକ ବୋଲି ଆମେ ବିଶ୍ୱାସ କରୁ । ସମାଜର ସାମ୍ପ୍ରତିକ ସମସ୍ୟାକୁ ବାସ୍ତବ କ୍ଷେତ୍ରରୁ ଆବିଷ୍କାର କରି ଆଣି ଜନ ଚେତନା ଜାଗ୍ରତ କରିବା ଏବଂ ସମାଧାନର ସୂତ୍ର ଖୋଜିବା ପାଇଁ ପ୍ରେରିତ କରିବା ହେଉଛି ନାଟକର ମୂଳ ଲକ୍ଷ୍ୟ । ଏହି ପରିପ୍ରେକ୍ଷୀରେ ଓଡ଼ିଆ ନାଟକ ଓ ମଂଚ ପାଇଁ ଯେଉଁ କେତେଜଣ ନାଟ୍ୟକାର ନିଜକୁ ସମ୍ପୂର୍ଣ୍ଣ ରୂପେ ଉତ୍ସର୍ଗ କରି ଦେଇଛନ୍ତି ସେମାନଙ୍କ ଭିତରୁ ବଛା ବଛା କେତେକ ନାଟ୍ୟକାରଙ୍କ ନାଟକ ତଥା ଅନ୍ୟାନ୍ୟ ନାଟକ ସମ୍ପର୍କିତ କେତୋଟି ବିଷୟକୁ ମୋର ଏହି 'ନାଟ୍ୟଚର୍ଚ୍ଚା' ପୁସ୍ତକରେ ଆଲୋଚନା କରାଯାଇଛି । Full Product DetailsAuthor: Sabitabala NayakPublisher: Black Eagle Books Imprint: Black Eagle Books Dimensions: Width: 14.00cm , Height: 0.80cm , Length: 21.60cm Weight: 0.154kg ISBN: 9781645608684ISBN 10: 1645608689 Pages: 128 Publication Date: 01 May 2026 Audience: General/trade , General Format: Paperback Publisher's Status: Active Availability: Available To Order We have confirmation that this item is in stock with the supplier. It will be ordered in for you and dispatched immediately. Language: Oriya Table of ContentsReviewsAuthor Informationସାମଗ୍ରୀକ ଭାବେ ସାହିତ୍ୟ ପ୍ରତି ସମର୍ପିତ ଡକ୍ଟର ସବିତାବାଳା ନାୟକ ସାମ୍ପ୍ରତିକ ସମୟର ଜଣେ ନବ ଆଗନ୍ତୁକା । ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ କୃତିତ୍ୱର ସହ ଏମ୍].ଏ. ଏବଂ ଏମ୍].ଫିଲ୍ ଉତ୍ତିର୍ଣ୍ଣ ହେବା ପରେ ନାଟକରେ ଉଚ୍ଚତ୍ତର ଗବେଷଣା କରି ସେଠାରୁ ୨୦୨୧ ମସିହାରେ ସମ୍ମାନ ସୂଚକ ପିଏଚ୍].ଡି. ଲାଭ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ଅଧ୍ୟୟନ, ଅଧ୍ୟାପନା ସହିତ ସୃଜନଶୀଳ ରଚନା, ସମାଲୋଚନା ଓ ଗବେଷଣା ହେଉଛି ତାଙ୍କର ସ୍ୱାତନ୍ତ୍ର]୍ୟ। ଲେଖିକାଙ୍କ ଗବେଷଣାତ୍ମକ ପ୍ରବନ୍ଧ ଏବଂ ସମାଲୋଚନା ଓଡ଼ିଶାର ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇ ଆସୁଅଛି। 'ଉତ୍ତର ଆଧୁନିକତାର ନାଟ୍ୟକାର ସୁବୋଧ ପଟ୍ଟନାୟକ' ନାମକ ପୁସ୍ତକ ତାଙ୍କ ସାଧନା ଓ ସିଦ୍ଧିର ଫଳଶ୍ରୁତି, ଯାହା ପାଠକ ମହଲରେ ବେଶ୍ ସଫଳତା ଅର୍ଜନ କରିଛି। ସଂପ୍ରତି ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗରେ ସହକାରୀ ପ୍ରଫେସର୍ ଭାବରେ କାର୍ଯ୍ୟରତା। Tab Content 6Author Website:Countries AvailableAll regions |
||||