Muktikami Mohini Mohana

Author:   Manindra Kumar Meher
Publisher:   Black Eagle Books
ISBN:  

9781645606666


Pages:   122
Publication Date:   11 March 2025
Format:   Paperback
Availability:   Available To Order   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Our Price $36.96 Quantity:  
Add to Cart

Share |

Muktikami Mohini Mohana


Overview

ଫକୀରମୋହନ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ଭାବରେ କାର୍ଯ୍ୟରତ ଥିବାବେଳେ ଲକ୍ଷ୍ୟକଲି ଯେ, ଆମ ପାଠ୍ୟକ୍ରମରେ ମୋହିନୀମୋହନ ସେନାପତିଙ୍କ ବିଷୟରେ କୌଣସି ଉଲ୍ଲେଖ ସୁଦ୍ଧା ନାହିଁ । ଗୋଟିଏ ପଟରେ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ପ୍ରପୌତ୍ର ଭାବରେ ଓ ଅନ୍ୟଦିଗରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ମଧ୍ୟ ପ୍ରପୌତ୍ର ମନେକରି କର୍ତ୍ତବ୍ୟ ନିର୍ବାହ କରୁଥିବା ସମୟରେ ଉପରେ ଉଲ୍ଲିଖିତ ବିଷୟଟି ମୋତେ ବ୍ୟଥିତ କରିଥିଲା । ଅର୍ଥାତ୍ ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ପାଠ୍ୟ ଖସଡ଼ାରେ ମୋହିନୀମୋହନଙ୍କ ସ୍ଥାନ ନରହିବା ହେତୁ ମୋତେ ହିଁ ନେବାକୁ ପଡ଼ିଥିଲା ଏକ ଚୂଡ଼ାନ୍ତ ନିଷ୍ପତ୍ତି । ମୋହିନୀମୋହନଙ୍କ ଦ୍ୱାରା ରଚିତ 'ଜୀବଜନ୍ତୁଙ୍କ ଅଧିକାର' ପ୍ରବନ୍ଧର ସାମ୍ପ୍ରତିକ ଆହ୍ୱାନ ଓ ଆବେଦନ ହୃଦୟକୁ ମୋର ବହୁ ଭାବରେ ଅନୁପ୍ରାଣିତ କରିଦେଲା । ଚିନ୍ତାକଲି ଏହି ପ୍ରବନ୍ଧଟି ହିଁ ସ୍ଥାନ ପାଇବା ଏକାନ୍ତ ଆବଶ୍ୟକ ଓଡ଼ିଆ ସାହିତ୍ୟ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ନିମିତ୍ତ । ପ୍ରବନ୍ଧଟି କୋର୍ସ ଅନ୍ତର୍ଗତ ହେବାରୁ ଛାତ୍ରଛାତ୍ରୀମାନେ କେତେ ଅହ୍ଲାଦ ଓ ଗୌରବ ଅନୁଭବ କରିଛନ୍ତି, ତାହା ସ୍ୱଚକ୍ଷୁରେ ଦେଖିଛି । ସେହିପରି ପିଏଚ୍].ଡି. କୋର୍ସ ୱାର୍କ କରୁଥିବା ଜଣେ ଛାତ୍ରୀଙ୍କୁ ମୋହିନୀ ମୋହନଙ୍କ ସମ୍ପର୍କରେ ଗବେଷଣା କରିବା ପାଇଁ ଏଇଠି ପରାମର୍ଶ ଦେଇଥିଲି ଓ ସେ ମଧ୍ୟ ଏହାକୁ ମୋ ଉପରେ ସମ୍ପୂର୍ଣ୍ଣ ଆସ୍ଥାଶୀଳତା ପ୍ରକଟ କରି ଗ୍ରହଣ କରିଥିବା ଆଉ ଏକ ଆନନ୍ଦମୟ ଅଧ୍ୟାୟ । ଏସବୁ ବିଭିନ୍ନ ପ୍ରକାରର ଅନୁଭୂତି ମୋତେ ଏକ ଶକ୍ତିଶାଳୀ ଅନ୍ତଃପ୍ରେରଣା ପ୍ରଦାନ କରିଥିଲା ମୋହିନୀମୋହନଙ୍କ ସମ୍ପର୍କରେ ଏପରି ଏକ ପୁସ୍ତକର ପରିକଳ୍ପନା, ପରିଯୋଜନା ଓ ପରିପ୍ରକାଶ କରିବାପାଇଁ । ପୁସ୍ତକଟିକୁ ଲେଖିବାବେଳେ ଅନ୍ୟମାନେ ମୋହିନୀ ମୋହନଙ୍କୁ କେଉଁ ଦୃଷ୍ଟିରୁ ବିଚାର କରିଛନ୍ତି ତାହା ତନ୍ନ ତନ୍ନ କରି ମୁଁ ଆଦୌ ଅଧ୍ୟୟନ କରିନାହିଁ ।

Full Product Details

Author:   Manindra Kumar Meher
Publisher:   Black Eagle Books
Imprint:   Black Eagle Books
Dimensions:   Width: 14.00cm , Height: 0.70cm , Length: 21.60cm
Weight:   0.150kg
ISBN:  

9781645606666


ISBN 10:   164560666
Pages:   122
Publication Date:   11 March 2025
Audience:   General/trade ,  General
Format:   Paperback
Publisher's Status:   Active
Availability:   Available To Order   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.
Language:   Oriya

Table of Contents

Reviews

Author Information

ପ୍ରଫେସର ମଣୀନ୍ଦ୍ର କୁମାର ମେହେର ଓଡ଼ିଆ ସାରସ୍ୱତ ଜଗତର ଏକ ବିନମ୍ର ବରଦାନ । ଗଳ୍ପ, ପ୍ରବନ୍ଧ ସାହିତ୍ୟ, ସମାଲୋଚନା, ରମ୍ୟରଚନା ଓ ଜୀବନୀ ସୃଷ୍ଟି କ୍ଷେତ୍ରରେ ସେ ଯେଉଁ ନିଷ୍ଠା ଓ ନୈତିକ ସୌନ୍ଦର୍ଯ୍ୟ ପ୍ରକଟ କରିଛନ୍ତି ତାହା ଏକାନ୍ତ ହୃଦୟସ୍ପର୍ଶୀ । ଗଙ୍ଗାଧରଙ୍କ ବିରଳ ସ୍ମୃତିସାମଗ୍ରୀ ସଂରକ୍ଷଣ, ସ୍ନେହସ୍ନିଗ୍ଧ ଶିକ୍ଷାଦାନ, ସାହିତ୍ୟିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ପ୍ରତିଷ୍ଠାନ ପରିଚାଳନାରେ ସେ ପ୍ରଦର୍ଶନ କରିପାରିଛନ୍ତି ଦିବ୍ୟଆଶିଷ ।ବରପାଲି ମହାବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ ଓ ଶେଷରେ ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରି ତଥା ଅନ୍ୟ ବିଶ୍ୱବିଦ୍ୟାଳୟରେ ନିଜସ୍ୱ ମୌଳିକ ଅନୁଭବ ଓ ଅନୁଶୀଳନକୁ ଉନ୍ମୁକ୍ତ କରି ସମଗ୍ର ଓଡ଼ିଶାର ବୃହତ୍ତର ଛାତ୍ରସମାଜ ପାଇଁ ସେ ଅତୁଳନୀୟ ଅନୁପ୍ରେରଣାର ପ୍ରତୀକ ଭାବରେ ଜାଜ୍ଜ୍ୱଲ୍ୟମାନ । ସମ୍ପ୍ରତି ସେ ଉତ୍କଳ ବିଶ୍ୱବିଦ୍ୟାଳୟର ସମ୍ମାନଜନକ ଭିଜିଟିଂ ପ୍ରଫେସର ଭାବରେ ଅବସ୍ଥାପିତ ।

Tab Content 6

Author Website:  

Countries Available

All regions
Latest Reading Guide

MRG 26 2

 

Shopping Cart
Your cart is empty
Shopping cart
Mailing List