|
![]() |
|||
|
||||
Overview"ଭାବ କେତେବେଳେ ଛଳଛଳ ତ ଆଉ କେତେବେଳେ ସ୍ତବ୍ଧ। ତାହା ତରଙ୍ଗାୟିତ ହୋଇ ଉଠେ ତ ଧ୍ଵନି ସୃଷ୍ଟି କରେ । ଶବ୍ଦ ଧ୍ଵନିରେ ଝଙ୍କାର ତୋଳେ । ସେ ଭାବ ଏକ ତନ୍ମୟୀ ଭାବ ।ମନ ପ୍ରାଣକୁ ଚହଲାଇ ଦିଏ ।ଶ୍ରୋତା ଶୁଣେ ତ ହୃଦୟ ଭିତରକୁ ନେଇ ଗୁଣୁଗୁଣୁ ହୁଏ ଏକ ଆତ୍ମୀୟ ଭାବ ସ୍ପନ୍ଦନରେ ।ଏହି ସ୍ପନ୍ଦନ ତିଆରି କରିବାର ସାମର୍ଥ୍ୟ ଯେଉଁ ଭାବରେ ଥାଏ ତାହା ହିଁ ତାହାରି ଐଶ୍ୱର୍ଯ୍ୟ । ତାହା ହିଁ ଛିଡ଼ା ହୋଇ ଯାଏ କବିତାର ରୂପ ଓ ଗୁଣର ଅଧିକାରିଣୀ ହୋଇ । ଆଉ ଭାବ ଯେତେବେଳେ ମନ ପ୍ରାଣ ଭିତରେ ସ୍ତବ୍ଧ ହୋଇ ରହିଥାଏ ତାହା କ'ଣ ଗୋଟିଏ ଗଢିବାର ବା ନୂଆ ଏକ ସ୍ରୋତ ତିଆରି କରିବାର ପରିକଳ୍ପନାରେ ରହିଥାଏ । ଏଥି ପାଇଁ ଶବ୍ଦ ଖୋଜେ ବା ଶବ୍ଦମାନେ ଚଢ଼େଇ ପରି ତା ପାଖକୁ ଉଡ଼ିଉଡ଼ି ଆସନ୍ତି । ସେମାନଙ୍କ ଭାବ ଧ୍ବନି ଆଉ କଣ କି ? ତାହା ତ ଅନ୍ତରାତ୍ମାର ଧ୍ଵନି ! ଭାବ ସମ୍ପଦ ଓ ଶବ୍ଦ ମିଶି ଗଢନ୍ତି ଯେଉଁ ପ୍ରତିମା, ତାହା ଚଳମାନ ଓ ସବାକ ନୈରାତ୍ମା-ତାହା ବୋଧ ହୁଏ କବିତା ! ଏହି ଭାବ ଓ ଅନ୍ତରାତ୍ମାର ଧ୍ଵନି ଯେଉଁଠି ପବିତ୍ର ଓ ଶୁଦ୍ଧ ସେଇଠି ଭୋର୍ ବେଳାର ଆରମ୍ଭ । ଏସବୁ କହିବାର ଅଭିପ୍ରାୟ ହେଉଛି ଯୁବକବି ପ୍ରମୋଦ ମଲ୍ଲିକଙ୍କ କାବ୍ୟ ଯାତ୍ରା ସଂପର୍କରେ କିଛି ସୂଚନା ଦେବା । ଏହି କବି ନବାଗତ ନୁହଁନ୍ତି,ଢେର୍ ଦିନ ହେଲା କବିତା ଲେଖିଲେଣି । ପ୍ରଥମ କବିତା ସଂକଳନ ""ମାୟା ମୁହାଣ"" ପ୍ରକାଶିତ ହୋଇ କବିତା ପ୍ରେମୀମାନଙ୍କ ଦ୍ଵାରା ଗ୍ରହଣୀୟ ଓ ପ୍ରଶଂସିତ ହୋଇ ସାରିଛି । ଏବେ "" ମୁହୂର୍ତ୍ତେ ମୋକ୍ଷ"" ହେଉଛି ତାଙ୍କର ଦ୍ୱିତୀୟ କବିତା ସଂକଳନ । ଏଥିରେ ରହିଛି ମୋଟ ସଇଁତିରିଶିଟି କବିତା ଯାହା ଆମ ସାମାଜିକ ଜୀବନରେ ବହୁ ପ୍ରସ୍ଥକୁ ଛୁଇଁଛି,ଅନୁଭବିଛି । ସେହିପରି କିଛି ଏକାନ୍ତ ଆତ୍ମୀୟ ଅନୁଭବ ଖୁବ୍ ଚମତ୍କାର ଢଙ୍ଗରେ ସାର୍ବଜନୀନ ଭାବ ସତ୍ତାକୁ ସ୍ପର୍ଶ କରିବାର ସାମର୍ଥ୍ୟ ବହନ କରିଛି ।" Full Product DetailsAuthor: Pramod MallickPublisher: Black Eagle Books Imprint: Black Eagle Books Dimensions: Width: 14.00cm , Height: 0.60cm , Length: 21.60cm Weight: 0.127kg ISBN: 9781645604754ISBN 10: 1645604756 Pages: 94 Publication Date: 10 November 2023 Audience: General/trade , General Format: Paperback Publisher's Status: Active Availability: Available To Order ![]() We have confirmation that this item is in stock with the supplier. It will be ordered in for you and dispatched immediately. Table of ContentsReviewsଯୁବକବି ପ୍ରମୋଦଙ୍କ କାବ୍ୟ ଯାତ୍ରା ସୁଗମ ଓ ସମୁଜ୍ଜଳ ହେଉ ବୋଲି ଆଶା କରୁଛି ।ତାଙ୍କ ପ୍ରଥମ କବିତା ସଂକଳନ 'ମାୟ ମୁହାଣ' ଠାରୁ ଏଇ ନୂଆ ସଂକଳନ ଆହୁରି ପୋଖତ । ଏହା ନିଶ୍ଚିତ ଅଧିକ ପାଠକାଦୃତ ହେବ ବୋଲି ମୋର ବିଶ୍ୱାସ ରହିଛି। -- କ୍ଷୀରୋଦ ପରିଡ଼ା Author Information"ଉତ୍ତର ଆଧୁନିକ ଓଡିଆ କବିତାରେ କବି ପ୍ରମୋଦ ମଲ୍ଲିକ ଏକ ପରିଚିତ ସ୍ବର।ଜୀବନର ବହୁବିଧ ସୂକ୍ଷ୍ମ ଅନୁଭବରେ ସମୃଦ୍ଧ ତାଙ୍କ କବିତା ଯେତିକି ରସସିକ୍ତ ତତୋଧିକ ଚେତନା ଉଦ୍ରେକକାରି । ବୃତ୍ତିରେ ଶିକ୍ଷକତା, ପ୍ରବୃତ୍ତିରେ ସାରସ୍ୱତ ସର୍ଜନା ଓ ସାମ୍ୱାଦିକତା କରୁଥିବା ଶ୍ରୀ ମଲ୍ଲିକ ଦୀର୍ଘ ତିନି ଦଶନ୍ଧି ଧରି କବିତା ରଚନାରେ ମଗ୍ନ। 'ମୁହୂର୍ତ୍ତେ ମୋକ୍ଷ' ତାଙ୍କର ଦ୍ୱିତୀୟ କବିତା ସଂକଳନ । ଏଥିରେ ସନ୍ନିବେଶିତ ସମସ୍ତ କବିତା ସାଧାରଣ ମଣିଷ ଜୀବନର ସଂଘର୍ଷ ଓ ସହାବସ୍ଥାନ, ଆବେଗ ଓ ନିଷ୍ଠୁରତା, ଆଧ୍ୟାତ୍ମ୍ୟ ଓ ଭୌତିକତାର ସୂକ୍ଷ୍ମ ଭାବାବେଗକୁ ନେଇ ଗତିଶୀଳ।ଆଶା, ଓଡିଆ ଭାଷାର ବୃହତ୍ କାବ୍ୟାନୁରାଗୀ ପାଠକମାନଙ୍କ ନିକଟରେ""ମୁହୂର୍ତ୍ତେ ମୋକ୍ଷ"" ଆଦୃତ ହେବ ।" Tab Content 6Author Website:Countries AvailableAll regions |