Mastrani

Author:   Sasmita Kar
Publisher:   Black Eagle Books
ISBN:  

9781645608349


Pages:   108
Publication Date:   29 January 2026
Format:   Paperback
Availability:   Available To Order   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Our Price $36.96 Quantity:  
Add to Cart

Share |

Mastrani


Overview

କବିତା ପୁସ୍ତକ 'ମାଷ୍ଟ୍ରାଣୀ'ର ମାନସକନ୍ୟା ଚିତ୍ରଲେଖା କେବଳ ଗୋଟିଏ ମାଷ୍ଟ୍ରାଣୀର ଜୀବନ କାହାଣୀ ନୁହେଁ। ନିଜ ସ୍ୱପ୍ନକୁ ଜଳାଞ୍ଜଳି ଦେଇ ଶତ ଶତ ମଣିଷ ତିଆରୁଥିବା ସମସ୍ତ ମାଷ୍ଟ୍ରାଣୀଙ୍କର ପ୍ରତୀକାତ୍ମକ ସଂଳାପ। ନିଜକୁ ଜାଳି ଜାଳି ଅନ୍ୟକୁ ଆଲୋକ ବାଣ୍ଟୁଥିବା ପ୍ରତ୍ୟେକ ମାଷ୍ଟ୍ରାଣୀଙ୍କର ଅକୁହା ଜୀବନ-ଗାଥା। ସକଳ ଥଟ୍ଟା ପରିହାସର ବନ୍ଧନୀରୁ ମୁକୁଳିଆସି ସଫଳତାର ଶିଖର ଛୁଇଁଥିବା ମାଷ୍ଟ୍ରାଣୀର ଅଙ୍ଗେ ନିଭାଇବା କଥା। ମା'ଟିଏ ପିଲାର ସବୁ ଅଳିଅଝଟ ସହେ, କାରଣ ସେ ମା'। ନିଜର କିଛି ରକ୍ତ ସମ୍ପର୍କ ନ ଥାଇ ବି ଯିଏ ପିଲାଙ୍କ ଭିତରେ ନିଜକୁ ଖୋଜେ, ସେ ମାଷ୍ଟ୍ରାଣୀ। ପିଲାର ପାଠପଢ଼ିବା ହୁଏତ ଦିନେ ସରିଯାଏ। କିନ୍ତୁ, ମାଷ୍ଟ୍ରାଣୀର ପଢ଼େଇବା ଚାଲିଥାଏ ସାରା ଜୀବନ। ଅନନ୍ତ ଆକାଶ ପରି ଏ ଜୀବନ ଯେମିତି କେବେ ଶିଖାଇବାରେ କାର୍ପଣ୍ୟ କରେନି, ସେମିତି ଅନବରତ ଶିଖାଇ ଚାଲିଥାଏ ମାଷ୍ଟ୍ରାଣୀ। ମମତାମୟୀ ମାଟି ପରି ମାଷ୍ଟ୍ରାଣୀର ଶିକ୍ଷାଦାନ। ଅସରନ୍ତି ତାର ଜୀବନ-ପୃଷ୍ଠା, କାରଣ ମାଷ୍ଟ୍ରାଣୀର ଜୀବନ ହିଁ ତାର ସର୍ବଶ୍ରେଷ୍ଠ ବାର୍ତ୍ତା। ବାଲ୍ୟବିବାହ ଓ ତତ୍]ପଶ୍ଚାତ ଅକାରଣ ବୈଧବ୍ୟର ଅକଥନୀୟ ଯନ୍ତ୍ରଣା ସହ୍ୟ କରି ନିରୁତା ଶିକ୍ଷକତାକୁ ଆଦରି ନେଇଥିବା ଏକ ମାଷ୍ଟ୍ରାଣୀର ସ୍ୱପ୍ନ ଓ ସଂଘର୍ଷକୁ ନେଇ ଲିଖିତ କବିତା ପୁସ୍ତକ 'ମାଷ୍ଟ୍ରାଣୀ' ପାଠକୀୟ ଆଦୃତି ଲାଭ କରିବ ଆଶା ଓ ବିଶ୍ୱାସ।

Full Product Details

Author:   Sasmita Kar
Publisher:   Black Eagle Books
Imprint:   Black Eagle Books
Dimensions:   Width: 14.00cm , Height: 0.70cm , Length: 21.60cm
Weight:   0.136kg
ISBN:  

9781645608349


ISBN 10:   1645608344
Pages:   108
Publication Date:   29 January 2026
Audience:   General/trade ,  General
Format:   Paperback
Publisher's Status:   Active
Availability:   Available To Order   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.
Language:   Oriya

Table of Contents

Reviews

Author Information

ଆଧୁନିକ କାବ୍ୟ ଜଗତରେ ସସ୍ମିତା କର ଏକ ପ୍ରତିସ୍ପର୍ଦ୍ଧିତ ଉଚ୍ଚାରଣ। ମା' ମାଟିର କଥାଠାରୁ ଆରମ୍ଭ କରି ସାମ୍ପ୍ରତିକ ପ୍ରସଙ୍ଗ ପର୍ଯ୍ୟନ୍ତ, ବ୍ୟକ୍ତିଠାରୁ ଆରମ୍ଭ କରି ପ୍ରଥିତଯଶା ପର୍ଯ୍ୟନ୍ତ, ସବୁଥିରେ ତାଙ୍କ ଲେଖନୀ ମୁଖରିତ। ତାଙ୍କ କବିତା କୁହେ ସାଧାରଣ ମଣିଷର କଥା। ତାଙ୍କ ଅଙ୍ଗେ ନିଭେଇଥିବା ଅନୁଭୂତିର ଆବେଦନ ପାଠକକୁ ନେଇଯାଏ ସ୍ମୃତିର ଅତଳ ଗହ୍ୱରକୁ। ଏଯାବତ୍ ପ୍ରକାଶିତ ସସ୍ମିତାଙ୍କ କବିତା ସଂକଳନ 'ଗୋଟେ ଗାଉଁଲି ଝିଅର କଥା', 'ଦେଖା ହେଲେ କହିବି' ଓ 'ଆମ୍ରପଲ୍ଲୀ' ବେଶ୍ ପାଠକୀୟ ଆଦୃତି ଲାଭ କରିଛି। ସସ୍ମିତା କର ସମ୍ପ୍ରତି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଶିକ୍ଷା ବିଭାଗ ମୁଖ୍ୟ ଭାବେ କାର୍ଯ୍ୟରତ। ପହଙ୍ଗା ଗ୍ରାମର ସମାଜସେବୀ ସ୍ୱର୍ଗତ ବଟକୃଷ୍ଣ ଷଡ଼ଙ୍ଗୀଙ୍କ ଝିଅ ତଥା ସମ୍ବଲପୁରର ଶିକ୍ଷାବିତ ସ୍ୱର୍ଗତ ବାଳକୃଷ୍ଣ କରଙ୍କ ବୋହୂ ସସ୍ମିତାଙ୍କ 'ମାଷ୍ଟ୍ରାଣୀ' ଏକ ନୂତନ ସ୍ୱାଦର କବିତା ପୁସ୍ତକ ।

Tab Content 6

Author Website:  

Countries Available

All regions
Latest Reading Guide

MRGC26

 

Shopping Cart
Your cart is empty
Shopping cart
Mailing List