|
![]() |
|||
|
||||
OverviewFull Product DetailsAuthor: Sanghamitra Bhanja , Diptimayee SahooPublisher: Black Eagle Books Imprint: Black Eagle Books Dimensions: Width: 14.00cm , Height: 2.30cm , Length: 21.60cm Weight: 0.522kg ISBN: 9781645603825ISBN 10: 1645603822 Pages: 414 Publication Date: 17 April 2023 Audience: General/trade , General Format: Paperback Publisher's Status: Active Availability: Available To Order ![]() We have confirmation that this item is in stock with the supplier. It will be ordered in for you and dispatched immediately. Table of ContentsReviewsAuthor Informationକବିତା, ଗଳ୍ପ ଓ ପ୍ରବନ୍ଧ ରଚନା ସହ ଅନୁବାଦରେ ନିଜର ଦକ୍ଷତା ପ୍ରମାଣିତ କରିଥିବା ଡକ୍ଟର ସଂଘମିତ୍ରା ଭଞ୍ଜ ସଂପ୍ରତି ଓଡ଼ିଶାର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା-ସାହିତ୍ୟ ବିଭାଗମୁଖ୍ୟ ଭାବରେ କାର୍ଯ୍ୟ ନିର୍ବାହ କରୁଛନ୍ତି । ତାଙ୍କର ଗଳ୍ପଧୁରୀଣ ସ୍ରଷ୍ଟା ଫକୀରମୋହନ ଏକ ପୁନର୍ମୂଲ୍ୟାୟନ ଓ ହାସ୍ୟଧୁରୀଣ ସ୍ରଷ୍ଟା ଫତୁରାନନ୍ଦଙ୍କ ଶିଳ୍ପୀ ମାନସ କଥା ସାହିତ୍ୟର ଦୁଇ ଉଚ୍ଚାଙ୍ଗ ଗବେଷଣା ଗ୍ରନ୍ଥ । ସେ ଅନୁବାଦ, ସମ୍ପାଦନା, ହିନ୍ଦୀ ଏବଂ ଓଡ଼ିଆ ସାହିତ୍ୟର ତୁଳନାତ୍ମକ ଅଧ୍ୟୟନାଦି କ୍ଷେତ୍ରରେ ମଧ୍ୟ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଶବ୍ଦ ଉତ୍ତରଣ, ଫର୍ଦ୍ଦେ କବିତାରେ ପୃଥିବୀ, ବୋଧିଛାୟା କବିତା ପୁସ୍ତକ ତାଙ୍କ ସର୍ଜନଶୀଳ ପ୍ରତିଭାର ଅମୂଲ୍ୟ ନିଦର୍ଶନ । ମାଧବ କୌଶିକଙ୍କ କାବ୍ୟ ଶୁନୋ ରାଧିକା ଓ ନୀଲମ ସକ୍ସେନା ଚନ୍ଦ୍ରାଙ୍କ ଲିଖିତ କସମ୍ ମଟ୍]ମୈଲେ ମସ୍]ରୁମ୍ କି ତାଙ୍କର ଦୁଇ ସାର୍ଥକ ଅନୂଦିତ କୃତି । ସ୍ରଷ୍ଟା ସୃଷ୍ଟି ଓ ଅନ୍ୟାନ୍ୟ ପ୍ରବନ୍ଧ, ଓଡ଼ିଆ ସାହିତ୍ୟ ପୁରୁଣା ଓ ନୂଆ, ସମାଜ ଦର୍ଶନ ଓ ସାହିତ୍ୟ, ଗୌରହରି ଦାସଙ୍କ ସାରସ୍ୱତ ବଳୟ, ପ୍ରାଚୀନ କାବ୍ୟ ବିତାନ ପ୍ରଭୃତି ତାଙ୍କର ବହୁଚର୍ଚ୍ଚିତ, ପାଠକାଦୃତ, ପାଣ୍ଡିତ୍ୟପୂର୍ଣ୍ଣ ସମାଲୋଚନା ଓ ସମ୍ପାଦନା ପୁସ୍ତକ । ଅନୁଗୁଳ ଜିଲ୍ଲା ତାଳଚେର ଅନ୍ତର୍ଗତ ରେଙ୍ଗାଲି ଡ୍ୟାମ୍ ସାଇଟ୍ ନିକଟବର୍ତ୍ତୀ ଗେଙ୍ଗୁଟିଆ ଗ୍ରାମରେ ଜନ୍ମିତ ଦୀପ୍ତିମୟୀ ସାହୁ, ରମାଦେବୀ ମହିଳା ମହାବିଦ୍ୟାଳୟରୁ ସ୍ନାତକ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଏବଂ ଏମ୍].ଫିଲ୍ ଡିଗ୍ରୀପ୍ରାପ୍ତ ହୋଇ 'ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ'(ଟଏଉ) ଦ୍ୱାରା ପରିଚାଳିତ 'ଜାତୀୟ କୃତିତ୍ୱ ପରୀକ୍ଷା' (ଘଋଞ/ଔଜୠ)ରେ କୃତିତ୍ୱ ହାସଲ କରିଛନ୍ତି । ସଂପ୍ରତି ସେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଗବେଷଣା (ପିଏଚ୍].ଡ଼ି) କାର୍ଯ୍ୟ କରିବା ସହ ଚଳିତ ବର୍ଷ ଓଡ଼ିଶା ରାଜ୍ୟ ପ୍ରବରଣ ମଣ୍ଡଳୀ (ଏସ୍].ଏସ୍].ବି.) ଦ୍ୱାରା ନବନିଯୁକ୍ତି ପାଇ ଜଗତସିଂହପୁର ଜିଲ୍ଲାର ଅଳକା ମହାବିଦ୍ୟାଳୟରେ ଓଡ଼ିଆ ଭାଷା-ସାହିତ୍ୟ ବିଭାଗର ଅଧ୍ୟାପିକା ଭାବରେ କାର୍ଯ୍ୟରତ ଅଛନ୍ତି । ତିନିବର୍ଷ ହେଲା ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ ଓ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଅତିଥି ଅଧ୍ୟାପିକା ଭାବରେ ସେ କାର୍ଯ୍ୟ କରୁଥିଲେ । ସମାଲୋଚିକା, କବୀ, ଶିଶୁ ଗାଳ୍ପିକା ଭାବରେ ସେ ସୁପରିଚିତା । 'ମନୀଷୀ ଚନ୍ଦ୍ରଶେଖର ରଥଙ୍କ ପ୍ରବନ୍ଧ ବିବିଧା' ତାଙ୍କର ଏକ ଉନ୍ନତ ସମାଲୋଚନା ପୁସ୍ତକ । 'ଅମୂର୍ତ୍ତ ସ୍ମୃତିପର୍ବ ଚିହ୍ନା ଚିହ୍ନା ଚେନାଏ ଚିତ୍ର', 'ଗୌରହରି ଦାସଙ୍କ ସାରସ୍ୱତ ବଳୟ', 'ପ୍ରାଚୀନ କାବ୍ୟ ବିତାନ' ତାଙ୍କ ସମ୍ପାଦନା ଏବଂ ସହସମ୍ପାଦନାର ଏକ ଏକ ନୂତନ ସ୍ୱାକ୍ଷର । Tab Content 6Author Website:Countries AvailableAll regions |