|
|
|||
|
||||
Overviewକବିର ହୃଦୟ କେବଳ କବିର ନୁହେଁ । କବିର ହୃଦୟ ଅଙ୍କରେ ତ୍ରିକାଳ ଓ ତ୍ରିଭୁବନ ଶାୟିତ । ସୃଷ୍ଟି ଦୁଗ୍ଧପାନକାରୀ ଶିଶୁଟିଏ ପରି କ୍ରୀଡ଼ାରତ ଓ ପ୍ରଳୟ ଅବୋଧ ବାଳକଟିଏ ପରି ଦୁଷ୍ଟାମି କରୁଛି । କବିର ହୃଦୟ ପ୍ରାଙ୍ଗଣ, ଶୂନ୍ୟପଥର ସଂଗୀତ, ଅନିଳର ହସ ଓ ସମୁଦ୍ରର କ୍ରନ୍ଦନରେ ପ୍ରତିଧ୍ୱନିତ । ହୃଦୟ ମନ୍ଦିରରେ ଜୀବନମରଣ ଅବିରତ ଗତିରେ ନୃତ୍ୟରତ । ଏହିସବୁ କାରଣରୁ କବିର ହୃଦୟ ତରଳିବା ସହ ସମସ୍ତ ବିଶ୍ୱ ମାଦକ ମଦିରାରେ ପରିପ୍ଳାବିତ ହୋଇଉଠିଛି । ଜଳ ସ୍ଥଳ, ଗଗନ ପବନ, ଧରା ସମୁଦ୍ର, ସ୍ୱର୍ଗ ନର୍କ, ଜଡ ଚେତନ, ରାତି ଦିନ, ବନ ଉପବନ, ନଦୀ ତଡାଗ, ମିଳନ ବିରହ, ପ୍ରଣୟ ସଂଘର୍ଷ, ଆଶା ନିରାଶା, ଜନ୍ମ ମୃତ୍ୟୁ - ସମସ୍ତ ବସ୍ତୁ ଯେଉଁମାନଙ୍କ ଅସ୍ତିତ୍ୱ ଏହି ବିଶ୍ୱରେ ଅଛି, ସେ ସମସ୍ତ ଆଜି ମଧୁଶାଳା ମଧୁଶାଳା ପ୍ରତିଭାତ ହେଉଛି । Full Product DetailsAuthor: Harivansh Rai Bachchan , Diptimayee BiswalPublisher: Black Eagle Books Imprint: Black Eagle Books Dimensions: Width: 14.00cm , Height: 0.50cm , Length: 21.60cm Weight: 0.118kg ISBN: 9781645601722ISBN 10: 1645601722 Pages: 86 Publication Date: 18 March 2021 Audience: General/trade , General Format: Paperback Publisher's Status: Active Availability: Available To Order We have confirmation that this item is in stock with the supplier. It will be ordered in for you and dispatched immediately. Language: Oriya Table of ContentsReviewsAuthor Informationହରିବଂଶ ରାୟ ବଚ୍ଚନ (୨୭ ନଭେମ୍ବର ୧୯୦୭ - ୧୮ ଜାନୁଆରୀ ୨୦୦୩) ହିନ୍ଦୀ ସାହିତ୍ୟକୁ ଋଦ୍ଧିମନ୍ତ କରିଥିବା ଅନେକ କବିଙ୍କ ମଧ୍ୟରେ ଅନ୍ୟତମ । ତାଙ୍କ କବିତା ପୁସ୍ତକ 'ମଧୁଶାଳା' ଏକ କାଳଜୟୀ ପୁସ୍ତକ । ଏଥିରେ ଶହେ ପଇଁତିରିଶଟି ପଦ ଚଉପଦୀ ଆକାରରେ ସନ୍ନିବେଶିତ ହୋଇଛି । ଏଥିରେ ସୁଫିବାଦର ଦର୍ଶନ ପ୍ରତିଭାତ ହୁଏ । ହିନ୍ଦୀ ସାହିତ୍ୟରେ ତାଙ୍କର ଯୋଗଦାନ ପାଇଁ ଭାରତ ସରକାର ୧୯୭୬ରେ ତାଙ୍କୁ 'ପଦ୍ମଭୂଷଣ' ପ୍ରଦାନ କରିଥିଲେ । ଦୀପ୍ତିମୟୀ ବିଶ୍ୱାଳଙ୍କର ଜନ୍ମ ଯାଜପୁର ଜିଲ୍ଲାର ଏକ ଅଖ୍ୟାତ ପଲ୍ଲୀ କନ୍ତିଆ ଗ୍ରାମରେ । କୋରାପୁଟରେ ଶୈଶବ, ଝାରସୁଗୁଡ଼ାରେ କୈଶୋର ବିତିଲା ପରେ ସେ ଏବେ ଅନୁଗୋଳରେ ଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟରତ । ୨୦୦୫ରୁ ନିରବଚ୍ଛିନ୍ନ ଭାବରେ କବିତା ଲେଖୁଛନ୍ତି । ତାଙ୍କର କବିତା ଅନେକ ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି ଓ ପାଠକୀୟ ଆଦୃତି ଲାଭ କରିଛି । ମୋବାଇଲ ନମ୍ବର-୭୦୦୮୧୪୯୨୬୩ । Tab Content 6Author Website:Countries AvailableAll regions |
||||