Likhana Srujana Samalochana Anubidhi

Author:   Jyoti Sahoo
Publisher:   Black Eagle Books
ISBN:  

9781645604563


Pages:   108
Publication Date:   24 September 2023
Format:   Paperback
Availability:   Available To Order   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Our Price $36.96 Quantity:  
Add to Cart

Share |

Likhana Srujana Samalochana Anubidhi


Overview

ବିଖ୍ୟାତ ବଙ୍ଗଳା ଲେଖକ ଶରତଚନ୍ଦ୍ର କହିଥିଲେ, 'ପାଦ ନଥିଲେ ଚାଲି ହୁଏ, କିନ୍ତୁ ହାତ ଥିଲେ ଲେଖି ହୁଏ ନାହିଁ ।' ଏଠି ଶରତଚନ୍ଦ୍ର ଯେଉଁ ଉଦ୍ଦେଶ୍ୟ ରଖି 'ଲେଖିବା' ଶଦ୍ଦ ବ୍ୟବହାର କରିଥିଲେ ତାହା ହେଲା ଅର୍ଥପୂର୍ଣ୍ଣ ଲେଖା ଲେଖିବା, ନିଜର ଭାବକୁ ସମର୍ଥ ଢଙ୍ଗରେ ପ୍ରକାଶ କରିବା । ସମର୍ଥ ଲେଖା ପାଇଁ କେବଳ ମେଧା ଯଥେଷ୍ଟ ନୁହେଁ । ବହୁ ଜ୍ଞାନୀ ଓ ମେଧାବୀ ଅଛନ୍ତି ଯେଉଁମାନେ ସରଳ କଥାକୁ ଜଟିଳ କରିପକାଇଥାଆନ୍ତି । ସେହିପରି ସାଧାରଣ ସ୍ତରର ପାଠ ପଢ଼ିଥିବା ବହୁ ବ୍ୟକ୍ତି ଅଛନ୍ତି ଯେଉଁମାନେ ଗୁଢ଼ ରହସ୍ୟକୁ ମଧ୍ୟ ସହଜ ଓ ସରଳ ଭାବରେ ପ୍ରକାଶ କରିପାରନ୍ତି । ଭାବପ୍ରକାଶର ସ୍ୱଚ୍ଛତା ସବୁଠାରୁ ବଡ଼ କଥା । ସାଧାରଣ ନାଗରିକଙ୍କ ଉଦ୍ଦେଶ୍ୟରେ ଲିଖିତ ଖଣ୍ଡିଏ ନୋଟିସ ବା ନିର୍ଦ୍ଦେଶନାମା ଯଦି ସଂପୃକ୍ତ ଲୋକଙ୍କ ପାଇଁ ଅବୋଧ୍ୟ, ଦୁର୍ବୋଧ୍ୟ ରହିଯାଏ ତାହାହେଲେ ଲିଖନର ମୂଳ ଉଦ୍ଦେଶ୍ୟ ବ୍ୟର୍ଥ ହେଲା ବୋଲି ବୁଝିବାକୁ ହେବ । ସାହିତ୍ୟ ରଚନା କ୍ଷେତ୍ରରେ ଭିନ୍ନ ଭିନ୍ନ ସର୍ଜନଶୀଳ ଲେଖକ ଲେଖିକାଙ୍କ କେତେକ ବିଶେଷତ୍ୱ ଆମେ ଦେଖିଥାଉ । ଏହା ସତ୍ତ୍ୱେ ସେମାନଙ୍କ ଲେଖାର ଭାବ ପାଠକଙ୍କୁ ଛୁଇଁବା ଆଶା କରାଯାଇଥାଏ । ଅନ୍ୟପକ୍ଷରେ ଦାପ୍ତରିକ ଚିଠିପତ୍ର ପରି ଗଣମାଧ୍ୟମର ଭାଷା ଓ ରଚନାଶୈଳୀ ସର୍ବବୋଧ୍ୟ ଏବଂ ସହଜ ହେବା ବାଞ୍ଛନୀୟ । ଗୋଟିଏ ପଟେ ଲେଖାର ଅର୍ଥକୁ ସମସ୍ତେ ବୁଝିବେ ଓ ଅନ୍ୟପଟେ ଲେଖାଟି ମୌଳିକ ମନେ ହେବ - ଏ ଦୁଇଟି ଭିତରେ ସମନ୍ୱୟ ରକ୍ଷା କରିବାରେ ଅଛି ଲେଖକଙ୍କର ଦକ୍ଷତାର ପରାକାଷ୍ଠା । ଜ୍ୟୋତି ସାହୁ ତାଙ୍କର ଏ ବହିରେ ସେ ଦିଗଗୁଡ଼ିକ ସମ୍ବନ୍ଧରେ ମଧ୍ୟ ଆଲୋଚନା କରିଛନ୍ତି । ଏହାଛଡ଼ା ପୁରୁଣା ସମ୍ବାଦପତ୍ର ଓ ପତ୍ରପତ୍ରିକାଗୁଡ଼ିକ ସମ୍ବନ୍ଧରେ ବିଭିନ୍ନ ତଥ୍ୟ ଉପସ୍ଥାପନ ବହିଟିର ସଂଗ୍ରହଣୀୟ ମୂଲ୍ୟକୁ ବଢ଼ାଇ ପାରିଛି ।

Full Product Details

Author:   Jyoti Sahoo
Publisher:   Black Eagle Books
Imprint:   Black Eagle Books
Dimensions:   Width: 14.00cm , Height: 0.70cm , Length: 21.60cm
Weight:   0.145kg
ISBN:  

9781645604563


ISBN 10:   164560456
Pages:   108
Publication Date:   24 September 2023
Audience:   General/trade ,  General
Format:   Paperback
Publisher's Status:   Active
Availability:   Available To Order   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.
Language:   Oriya

Table of Contents

Reviews

ଜ୍ୟୋତି ସାହୁ ଜଣେ ତରୁଣ ପ୍ରତିଭା । ତାଙ୍କ ଆଗରେ ଦୀର୍ଘ ରାସ୍ତା ରହିଛି । ନିଜ ଲେଖକୀୟ ଜୀବନର ଆଦ୍ୟଲଗ୍ନରେ ସେ ଯେ ଲେଖିବାର କଳା ସମ୍ବନ୍ଧୀୟ ମୌଳିକ ସମସ୍ୟାଗୁଡ଼ିକ ପ୍ରତି ମନନଶୀଳ ହୋଇଛନ୍ତି ତାହା ତାଙ୍କର ଦୃଷ୍ଟିଭଙ୍ଗୀରେ ଥିବା ସ୍ୱାତନ୍ତ୍ର]୍ୟର ପରିଚୟ ଦିଏ । ଉଲ୍ଲେଖ କରିବାରେ ଦ୍ୱିଧା ନାହିଁ ଯେ ଏ ବହିଟି ସର୍ଜନଶୀଳ, ଗଣମାଧ୍ୟମ ସହ ସଂପୃକ୍ତ ଏବଂ ଦାପ୍ତରିକ ପତ୍ରଲିଖନରେ ନିୟୋଜିତ ସବୁବର୍ଗର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେବ । ଏଭଳି ଖଣ୍ଡିଏ ବହିର ପରିକଳ୍ପନା ପାଇଁ ଲେଖିକା ଏବଂ ପ୍ରକାଶକ ଉଭୟେ ଆମମାନଙ୍କର ଧନ୍ୟବାଦାର୍ହ । - ଗୌରହରି ଦାସ


Author Information

ସୁଶ୍ରୀ ଜ୍ୟୋତି ସାହୁଙ୍କର ଅନ୍ୟଏକ ଆଲୋଚନା ପୁସ୍ତକ 'ସମ୍ୟକ୍ ଆଲୋଚନା', ୨୦୨୦ ମସିହାରେ 'ସାରସ୍ୱତ ପ୍ରକାଶନୀ' ଦ୍ୱାରା ପ୍ରକାଶିତ ହୋଇ ଆଦୃତି ଲାଭ କରିଥିଲା । ଏଥିରେ 'ରସକଲ୍ଲୋଳ' ଠାରୁ ଆରମ୍ଭ କରି 'ଶବମାନଙ୍କ ଶୋଭାଯାତ୍ରା' ପର୍ଯ୍ୟନ୍ତ ପ୍ରସିଦ୍ଧ ଲେଖା ସମ୍ବନ୍ଧରେ ମୌଳିକ ଓ ବିସ୍ତୃତ ଆଲୋଚନା ପ୍ରକାଶିତ ହୋଇଛି । ଲିଖନ ଅନୁବିଧି, ସାହିତ୍ୟିକ ଅନୁବିଧି ଓ ସମାଲୋଚନା ଅନୁବିଧିକୁ ଆଧାର କରି 'ଲିଖନ ସୃଜନ ସମାଲୋଚନା ଅନୁବିଧି' ପୁସ୍ତକଟି ତାଙ୍କର ଦ୍ୱିତୀୟ ପୁସ୍ତକ । ସମାଲୋଚନାତ୍ମକ ପ୍ରବନ୍ଧ ରଚନାରେ ଲେଖିକା ସିଦ୍ଧହସ୍ତ । ସାଂପ୍ରତିକ କାଳରେ ଲେଖା ଅନ୍ତର୍ଗତ ବିବିଧ ତତ୍ତ୍ୱ ଓ ବିମର୍ଶକୁ ସମୀକ୍ଷା କରିବା ତାଙ୍କର ଏକ ରୁଚି । 'ଉତ୍କଳ ପ୍ରସଙ୍ଗ', 'ପକ୍ଷୀଘର', 'ଅଗ୍ନିରୂପା' ଆଦି ସମ୍ଭ୍ରାନ୍ତ ପତ୍ରିକାମାନଙ୍କରେ ତାଙ୍କର ବହୁ ଲେଖା ପ୍ରକାଶିତ ହୋଇଛି । ଆଗାମୀ ଦିନରେ ସାହିତ୍ୟ ତତ୍ତ୍ୱକୁ ଆଧାର କରି ଆଉ ଏକ ପୁସ୍ତକ ପ୍ରକାଶିତ ହେବାର ଯୋଜନା ରହିଛି ।ସଂପ୍ରତି ସୁଶ୍ରୀ ଜ୍ୟୋତି ସାହୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା ସାହିତ୍ୟ ବିଭାଗରେ ଗବେଷଣାରତ ।

Tab Content 6

Author Website:  

Countries Available

All regions
Latest Reading Guide

April RG 26_2

 

Shopping Cart
Your cart is empty
Shopping cart
Mailing List