|
![]() |
|||
|
||||
Overviewରୀତିଯୁଗୀୟ କାବ୍ୟ ପରମ୍ପରା ଓ କବିମାନଙ୍କୁ ଅନୁସରଣ କରିଥିଲେ ମଧ୍ୟ କାବ୍ୟର ସମସ୍ତ ବିଭାଗରେ ଯେଉଁ ଅପୂର୍ବ ସଫଳତା ହାସଲ କରିଛନ୍ତି, ତାହା ସମଗ୍ର ଓଡ଼ିଆ ସାହିତ୍ୟରେ ବିରଳ । ଉପେନ୍ଦ୍ରଙ୍କ ଶବ୍ଦ ପାଣ୍ଡିତ୍ୟ, ଛନ୍ଦ ଓ ବନ୍ଧର ବୈଚିତ୍ର]୍ୟ, ଶବ୍ଦାଳଙ୍କାର ଓ ଅର୍ଥାଳଙ୍କାରରେ ଅଦୃଷ୍ଟପୂର୍ବ କୃତିତ୍ୱ, ଶୃଙ୍ଗାର ରସର ପୁଷ୍କଳ ପରିବେଷଣ, ପ୍ରକୃତି ଚିତ୍ରଣ, ବର୍ଣ୍ଣନା ଚାତୁରୀ, ରଚନା ଶୈଳୀରେ ବିଦଗ୍]ଧ ସୁଲଭ ଆଭିଜାତ୍ୟ ନିକଟରେ ଅନ୍ୟ କବିଙ୍କ ପ୍ରତିଭା ତୁଚ୍ଛ ମନେହୋଇଥାଏ । ଉପେନ୍ଦ୍ର କାବ୍ୟ କୋଣାର୍କର ରସମୟୀ, ଛନ୍ଦମୟୀ, ଲାସ୍ୟମୟୀ, ହାସ୍ୟମୟୀ ଅନନ୍ୟ ଲଳନା ହେଉଛି 'ଲାବଣ୍ୟବତୀ' । ଲାବଣ୍ୟବତୀ ଭଳି କାବ୍ୟ ନାୟିକା ଓଡ଼ିଆ ସାହିତ୍ୟରେ ବିରଳ ସୃଷ୍ଟି । ଉପେନ୍ଦ୍ରଙ୍କ କାଳ୍ପନିକ ସୃଷ୍ଟି ଲାବଣ୍ୟବତୀ, ତାଙ୍କର ସମଗ୍ର ସୃଷ୍ଟିକୁ ଅତିକ୍ରମ କରାଯାଇଥିବା ମନେହୁଏ । ଲାବଣ୍ୟବତୀକୁ ସେ ୪୮ଗୋଟି ଛାନ୍ଦରେ ସମ୍ପୂର୍ଣ୍ଣ କରିଛନ୍ତି । ଉପେନ୍ଦ୍ରଭଞ୍ଜଙ୍କ ସମଗ୍ର କାବ୍ୟ ମଧ୍ୟରେ ଲାବଣ୍ୟବତୀର ସ୍ଥାନ ସ୍ୱତନ୍ତ୍ର ଏକ ସ୍ୱତନ୍ତ୍ର ମହିମାରେ ସେ ମହିମାନ୍ୱିତ । ଏହା ଉପେନ୍ଦ୍ର କାବ୍ୟମାନସର ସର୍ବଶ୍ରେଷ୍ଠ ଉପହାର ଓଡ଼ିଶାବାସୀଙ୍କୁ । ପ୍ରାୟ ୩୦୦ ବର୍ଷ ପୂର୍ବେ ରଚିତ ଏ କାବ୍ୟ, ଏକ ବିଂଶ ଶତାବ୍ଦୀରେ ମଧ୍ୟ ଏହାର ଆଦର ଅକ୍ଷୁଣ୍ଣ ରହିଛି । ଏ କାବ୍ୟକୁ ଆଜି ମଧ୍ୟ ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଅଧ୍ୟୟନ କରୁଛନ୍ତି । Full Product DetailsAuthor: Kabisamrat Upendra Bhanja , Dr Biranchi Kumar SahooPublisher: Black Eagle Books Imprint: Black Eagle Books Dimensions: Width: 14.00cm , Height: 1.80cm , Length: 21.60cm Weight: 0.399kg ISBN: 9781645604532ISBN 10: 1645604535 Pages: 314 Publication Date: 19 September 2023 Audience: General/trade , General Format: Paperback Publisher's Status: Active Availability: Available To Order ![]() We have confirmation that this item is in stock with the supplier. It will be ordered in for you and dispatched immediately. Table of ContentsReviewsAuthor Informationକବି ସମ୍ରାଟ ଉପେନ୍ଦ୍ର ଭଞ୍ଜ - ରୀତିଯୁଗୀୟ କାବ୍ୟାକାଶର ଅମଳିନ ଜ୍ୟୋତିଷ୍କ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସର୍ବଶ୍ରେଷ୍ଠ ଓ ସିଦ୍ଧିତ୍ୱର ଅଧିକାରୀ । କବି ସମ୍ରାଟଙ୍କ ଜନ୍ମ ସମୟ ଆନୁମାନିକ ୧୬୭୦ ଖ୍ରୀ.ଅ. ଏବଂ ଇହଧାମ ତ୍ୟାଗର ସମୟ ୧୭୨୦ ଖ୍ରୀ.ଅ. । ଉପେନ୍ଦ୍ର ଭଞ୍ଜଙ୍କ ପିତାମହ ଧନଞ୍ଜୟ ଭଞ୍ଜ ଜଣେ କବି, ରସିକ ପଣ୍ଡିତ ଥିଲେ । ତାଙ୍କ ପ୍ରଭାବ ଉପେନ୍ଦ୍ରଙ୍କ ଉପରେ ପଡ଼ିଥିବା ଜଣାଯାଏ । ସଂସ୍କୃତ ଓ ପ୍ରାଚୀନ ଗ୍ରନ୍ଥ ଅଧ୍ୟୟନ କରିବା ସହିତ ବହୁ ଶାସ୍ତ୍ରଦର୍ଶୀ ଥିଲେ । ଛାନ୍ଦ, ଅଳଙ୍କାର, ବ୍ୟାକରଣ, ନାନାପୁରାଣ ଶାସ୍ତ୍ର, ନ୍ୟାୟାଦି ଷଡ଼ ଦର୍ଶନ ବିଦ୍ୟାମାନଙ୍କରେ ପାରଦର୍ଶୀ ଥିଲେ । ରାମତାରକ ମନ୍ତ୍ର ସିଦ୍ଧ ହୋଇ ସେ କାବ୍ୟ ରଚନା କରିଛନ୍ତି ବୋଲି ନିଜେ ସ୍ୱୀକାର କରିଛନ୍ତି । ତାଙ୍କ ଲେଖନୀରୁ ଝରି ଆସିଛି- ଲାବଣ୍ୟବତୀ, ରସିକ ହାରାବଳୀ, ପ୍ରେମସୁଧାନିଧି, କୋଟି ବ୍ରହ୍ମାଣ୍ଡସୁନ୍ଦରୀ, ସୁଭଦ୍ରା ପରିଣୟ, କଳାକଉତୁକ, ରସଲେଖା, ରସପଞ୍ଚକ, ଗୀତାଭିଧାନ, ଚିତ୍ରକାବ୍ୟ ବନ୍ଧୋଦୟ ପ୍ରଭୃତି କାବ୍ୟ 'ଲାବଣ୍ୟବତୀ' କାବ୍ୟଟି ୪୮ ଛାନ୍ଦ ବିଶିଷ୍ଟ ରଚନା । ଉପେନ୍ଦ୍ରଙ୍କ ସମଗ୍ର ସୃଷ୍ଟି ମଧ୍ୟରେ କାଳ୍ପନିକ କାବ୍ୟ ଲାବଣ୍ୟବତୀର ସ୍ଥାନ ସର୍ବାଗ୍ରେ । କବି କୋବିଦ, ପଣ୍ଡିତ, ଆଲୋଚକ, ଭଞ୍ଜପ୍ରେମୀମାନଙ୍କୁ ଏହି କାବ୍ୟଟି ଆମୋଦପ୍ରଦାନ କରିଥାଏ । ଡକ୍ଟର ବିରଂଚି କୁମାର ସାହୁ (୧୯୭୦), ଜଣେ ପ୍ରାବନ୍ଧିକ ଓ ସମାଲୋଚକ ଭାବେ ସାମ୍ପ୍ରତିକ ସମୟରେ ବେଶ୍ ଚର୍ଚ୍ଚିତ । ସମାଲୋଚନା ସାହିତ୍ୟ କ୍ଷେତ୍ରରେ ତୀକ୍ଷ୍]ଣ ଅନ୍ତର୍ଦୃଷ୍ଟି, ଗଭୀର ଅବଲୋକନ ତଥା ତତ୍ତ୍ୱନିଷ୍ଠ ଆଲୋଚନା ତାଙ୍କ ଦୃଷ୍ଟିଭଙ୍ଗୀର ସ୍ୱତନ୍ତ୍ରତା ପ୍ରତିପାଦନ କରେ । ଭିନ୍ନ ଦୃଷ୍ଟି, ଉପେନ୍ଦ୍ର ନାୟକଙ୍କ କବିତାର ଚିତ୍ରିତ ଚୌହଦୀ, ରଞ୍ଜିତା ନାୟକ କାବ୍ୟବୀକ୍ଷା ଓ ସୃଜନ ସମୀକ୍ଷା, ପ୍ରଜ୍ଞାର ପ୍ରତ୍ୟୟ ଓ ଚେତନାର ଚିତ୍ରବନ, ଶିଶିର ଶୀର୍ଷର ସୂର୍ଯ୍ୟ, ନାଟ୍ୟବୀକ୍ଷା ଓ ନାଟ୍ୟ ସମୀକ୍ଷା ପ୍ରଭୃତି ଗ୍ରନ୍ଥ ତାଙ୍କ ବଳିଷ୍ଠ ସମାଲୋଚନା ସର୍ଜନାର ସ୍ୱର ଓ ସ୍ୱାକ୍ଷର । ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ନାଟକ ଓ ନାଟ୍ୟକାର, ମନୀଷୀ ମନୋଜ, ନିଖିଳ ଜୀବନବୋଧ ଓ ମାନବାତ୍ମାର କବି ଭରତ ବେହେରା, ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ଉପନ୍ୟାସ ତାଙ୍କ ସମ୍ପାଦନା କଳାର ଫଳଶ୍ରୁତି । Tab Content 6Author Website:Countries AvailableAll regions |