Katha Samratanka Kabya Manasa

Author:   Alekh Chandra Padhiary
Publisher:   Black Eagle Books
ISBN:  

9781645608585


Pages:   162
Publication Date:   22 April 2026
Format:   Paperback
Availability:   Available To Order   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Our Price $42.24 Quantity:  
Add to Cart

Share |

Katha Samratanka Kabya Manasa


Overview

ବ୍ୟାସକବି ରୂପେ ପରିଚିତ କବି ଫକୀରମୋହନ ସେନାପତିଙ୍କ ଗଳ୍ପ ଓ ଉପନ୍ୟାସକୁ ଯେତିକି ଆଲୋଚନା ଓ ସମୀକ୍ଷା କରାଯାଇଛି ତାଙ୍କର କାବ୍ୟକବିତାକୁ ସେହି ପରିମାଣରେ ଆଲୋଚନା କରାଯାଇନାହିଁ। ତାଙ୍କୁ କିଏ କେବେ ବ୍ୟାସକବି ଆଖ୍ୟା ଦେଲା ତାହା ମଧ୍ୟ ନିର୍ଦ୍ଧାରିତ ହୋଇନାହିଁ। ମହାଭାରତର ପଦ୍ୟାନୁବାଦ ହେତୁ ତାଙ୍କୁ ବ୍ୟାସକବି ଆଖ୍ୟା ଦିଆଯାଥିବା ନିର୍ବିବାଦରେ କୁହାଯାଇପାରେ। ତାଙ୍କର ସୃଷ୍ଟି ବ୍ୟାପକ ଓ ବହୁମୁଖୀ। ତାଙ୍କର ଅଜସ୍ରସ୍ରାବୀ ଲେଖନୀରୁ ଝରିଆସିଛି ୭ ଖଣ୍ଡ ରାମାୟଣ, ୪ ଖଣ୍ଡ ମହାଭାରତ, ହରିବଂଶ, ଭଗବତ୍ ଗୀତା ଓ ଉପନିଷଦ ଏବଂ ୮ ଗୋଟି କାବ୍ୟ-କବିତା ପୁସ୍ତକ। ତାଙ୍କର ସଂସ୍କାରଧର୍ମୀ ଆଭିମୁଖ୍ୟ ଓ ଚାରିତ୍ରିକ ମହାନତା ତାଙ୍କ କାବ୍ୟ କବିତାରେ ନୈତିକତା ଓ ଆତ୍ମ ତନ୍ମୟତା ଭରିଦେଇଛି। ଭାଷା ହୋଇଛି ସରଳ, ଛନ୍ଦହୀନ ଓ ବୋଧଗମ୍ୟ। କବିତାର ପ୍ରତି ଛତ୍ରେ ଛତ୍ରେ ଭରି ରହିଛି ଦେଶ ପ୍ରେମ, ଈଶ୍ୱର ପ୍ରେମ, ପ୍ରକୃତି ପ୍ରେମ ଓ ଭାଷା ପ୍ରେମ। ଓଡ଼ିଆ ଭାଷା ସଂଗ୍ରାମର ଏହି ସେନାପତିଙ୍କୁ ବାମଣ୍ଡାର ରାଜା ସଚ୍ଚିଦାନନ୍ଦ ତ୍ରିଭୁବନ ଦେବ ୧୯୧୬ ମସିହାରେ ""କାବ୍ୟ ସରସ୍ୱତୀ"" ଉପାଧିରେ ଭୂଷିତ କରିଥିଲେ। ତାଙ୍କର ବିପୁଳ କାବ୍ୟ କବିତାର ବିବିଧ ଦିଗ ଉପରେ ବିଷଦ ଆଲୋଚନା କରିବା ହୁଏତ ଏହି କ୍ଷୁଦ୍ର ପୁସ୍ତକର କ୍ଷୁଦ୍ର ପରିସର ମଧ୍ୟରେ ସମ୍ଭବ ହୋଇ ନ ପାରେ କିନ୍ତୁ ଏହା ପୁଙ୍ଖାନୁପୁଙ୍ଖ ଆଲୋଚନାର ଦିଗଦିଗନ୍ତ ପଥ ଉନ୍ମୁକ୍ତ କରିବ ବୋଲି ଆଶା କରାଯାଏ। ତାଙ୍କର ଅନାଲୋଚିତ ବ୍ୟାପକ କାବ୍ୟକୃତିର ସୂଚନା ଦେବା ସଙ୍ଗେ ସଙ୍ଗେ ଆଲୋଚନାର ପରିଧିକୁ ସାମାନ୍ୟ ପରିବ୍ୟାପ୍ତ କରିବା ଏହି ପୁସ୍ତକ ରଚନାର ପରିକଳ୍ପନା ଓ ପ୍ରୟାସ ମାତ୍ର!

Full Product Details

Author:   Alekh Chandra Padhiary
Publisher:   Black Eagle Books
Imprint:   Black Eagle Books
Dimensions:   Width: 14.00cm , Height: 0.90cm , Length: 21.60cm
Weight:   0.195kg
ISBN:  

9781645608585


ISBN 10:   1645608581
Pages:   162
Publication Date:   22 April 2026
Audience:   General/trade ,  General
Format:   Paperback
Publisher's Status:   Active
Availability:   Available To Order   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.
Language:   Oriya

Table of Contents

Reviews

Author Information

ଡ. ଅଲେଖ ଚନ୍ଦ୍ର ପଢ଼ିଆରୀ ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର ଏକ ପରିଚିତ ନାମ। ଜଣେ ଲୋକାଭିମୁଖୀ ପ୍ରଶାସକ ହିସାବରେ ଖ୍ୟାତି ଅର୍ଜନ କରିଥିବା ଡ. ପଢ଼ିଆରୀ ଜଣେ ସୁସାହିତ୍ୟିକ ଭାବରେ ମଧ୍ୟ ନିଜସ୍ୱ ପରିଚୟ ସୃଷ୍ଟି କରି ପାରିଛନ୍ତି। କବିତା, ଗଳ୍ପ, ପ୍ରବନ୍ଧ, ସମାଲୋଚନା, ଗୀତିକବିତା ଓ ସଂଗୀତ ସିଡ଼ି ଆଦି ସବୁକ୍ଷେତ୍ରରେ ଲେଖନୀ ଚାଳନା କରି ସାଉଁଟିଛନ୍ତି ଅନେକ ସମ୍ମାନ ଓ ସ୍ୱୀକୃତିର ପ୍ରଶଂସା ପତ୍ର। ତାଙ୍କର ସଂଗୀତ ସାଧନାକୁ ସମ୍ମାନ ଜଣାଇ ୨୦୦୭ ମସିହାରେ ରାଜ୍ୟ ସାହିତ୍ୟ ଏକାଡ଼େମୀ ଓ ୨୦୨୧ ମସିହାରେ ରାଜ୍ୟ ସଂଗୀତ ନାଟକ ଏକାଡେମୀ ତାଙ୍କୁ ପୁରସ୍କୃତ କରିଛି। ଶାରଳା ଦାସ ସମ୍ମାନ, ବର୍ତ୍ତିକା ସମ୍ମାନ, ଦୀନକୃଷ୍ଣ ସମ୍ମାନ, ଭୁବନେଶ୍ୱର ପୁସ୍ତକମେଳା ସମ୍ମାନ, ଶ୍ରେଷ୍ଠ ପ୍ରଶାସନ ସମ୍ମାନ, ଜାତିସଂଘର ଉତ୍କଳଶାଖା ସମ୍ମାନ, ବାଙ୍ଗାଲୋର ଓଡ଼ିଆ ସମାଜ ସମ୍ମାନ ଆଦି ବହୁବିଧ ସମ୍ମାନର ଅଧିକାରୀ ଡ. ପଢ଼ିଆରୀ ଶ୍ରୀଜଗନ୍ନାଥ ସଂସ୍କୃତିରେ ଗବେଷଣା କରି ଉତ୍କଳ ବିଶ୍ୱବିଦ୍ୟାଳୟ ତରଫରୁ ପି.ଏଚ୍]ଡି. ଓ ଫକୀର ମୋହନ ବିଶ୍ୱବିଦ୍ୟାଳୟ ତରଫରୁ ଡି.ଲିଟ୍ ଉପାଧି ଲାଭ କରିଛନ୍ତି।

Tab Content 6

Author Website:  

Countries Available

All regions
Latest Reading Guide

MRGC26

 

Shopping Cart
Your cart is empty
Shopping cart
Mailing List