Jharka Bahare Bharata

Author:   Shashadhar Das
Publisher:   Black Eagle Books
ISBN:  

9781645602491


Pages:   120
Publication Date:   03 February 2022
Format:   Paperback
Availability:   Available To Order   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Our Price $23.26 Quantity:  
Add to Cart

Share |

Jharka Bahare Bharata


Add your own review!

Overview

ଭାରତର ବିବିଧ ଛବିରେ ଛବିଳ 'ଝର୍କା ବାହାରେ ଭାରତ' କବି ଶଶଧର ଦାସଙ୍କର ଏକ ସଦ୍ୟତମ ଶବ୍ଦ ଶତଦଳ । ତହିଁ ଅଙ୍କିତ ଜୀବନ ଚିତ୍ର ଛାୟାଛନ୍ନ ଜହ୍ନରାତି ପରି ମନୋଜ୍ଞ ଅଥଚ ରହସ୍ୟମୟ । ଭାବର ସାନ୍ଧ୍ରତାରେ ଯେମିତି ନିବିଡ଼ ତାଙ୍କର ପ୍ରତିଟି କବିତା, ସେମିତି ପ୍ରତି ଶବ୍ଦ ସିକ୍ତ ଲଳିତ ଲାବଣ୍ୟରେ ।ସମକାଳ ବୈପରୀତ୍ୟର ଏକ ଦୁର୍ବୋଧ୍ୟ ଛନ୍ଦ । କେତେ ଭିନ୍ନ ସତେ ଏଠି ପ୍ରତୀୟମାନ ପୃଥିବୀଠାରୁ ବାସ୍ତବ ଜୀବନ! ଏଠି ମୂଲ୍ୟ ଓ ମୂଲ୍ୟବୋଧ ଭିତରେ ସଂଘର୍ଷ ଓ ବସ୍ତୁବାଦୀ ବେଗଦ୍ୱାରା ଆତ୍ମିକ ଆବେଗ କ୍ଷତାକ୍ତ । ଲାଭ, ଲୋଭ ଓ ଲାଳସାର ଅର୍ଗଳିରେ ମ୍ରିୟମାଣ କବି ସତ୍ତା । କବିଙ୍କ ଲେଖନୀରେ ତେଣୁ ସ୍ୟାହି ନୁହେଁ, ରକ୍ତସ୍ରାବର ସଂକେତ । ତଥାପି ରକ୍ତକୁ ରକ୍ତ ପଳାସରେ ରୂପାନ୍ତରିତ କରିବାକୁ ଯେମିତି କବି ଶଶଧର ଦାସ ପ୍ରତିବଦ୍ଧ । ଆଉ କ'ଣ ଆଜିକାଲି ସକାଳ ଓହ୍ଲାଉଛି ଚା' କପ୍], କାଗଜ ଗନ୍ଧରେ? ନା । ଖବରକାଗଜ ପୃଷ୍ଠାରେ ବାରୁଦର ଗନ୍ଧ ତ ଆତଙ୍କ ଅପମୃତ୍ୟୁ, ଦୁଷ୍କର୍ମ ଓ ଦୁରାଚାରରେ ପ୍ରତିଟି ସକାଳ ବିବର୍ଣ୍ଣ । ଭୋଅଟରୁ ଭୋଅଟ ପର୍ଯ୍ୟନ୍ତ ଗାଁ ଫାଟି ଆଁ କରିଛି । ଗାଁ ଦାଣ୍ଡରେ ପୁଣି ସହରର ବାସ୍ନା । ଜହ୍ନିଫୁଲ, ଜହ୍ନରାତି, ଧୂଆଁ, ଧୂଳି ଓ ଧୂମାଳ - ସବୁ ଅବା ଅତୀତର ଗୋଟେ ଛିନ୍ନପୃଷ୍ଠା । କବି ତେଣୁ ଅତୀତ ଆମୁଖତା ବା ନୋଷ୍ଟାଲ୍]ଜିଆରେ ବିଭୋର ସାମାଜିକ ଅଧୋଗତିରେ ବିବ୍ରତ ପୁଣି ଛଦ୍ମ ଗଣତନ୍ତ୍ର ପ୍ରତି ବିମୁଖ । ଏମନ୍ତ ଚିତ୍ର ଓ ଚିତ୍ରକଳ୍ପରେ ବିଚତ୍ରବର୍ଣ୍ଣା ଏହି ଗ୍ରନ୍ଥରେ ସଂକଳିତ ଅନେକ କବିତା ।

Full Product Details

Author:   Shashadhar Das
Publisher:   Black Eagle Books
Imprint:   Black Eagle Books
Dimensions:   Width: 14.00cm , Height: 0.70cm , Length: 21.60cm
Weight:   0.159kg
ISBN:  

9781645602491


ISBN 10:   1645602494
Pages:   120
Publication Date:   03 February 2022
Audience:   General/trade ,  General
Format:   Paperback
Publisher's Status:   Active
Availability:   Available To Order   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.
Language:   Oriya

Table of Contents

Reviews

Author Information

କବିଙ୍କର ଏହା ଚତୁର୍ଥ କବିତା ସଂକଳନ । ପୂର୍ବରୁ ତାଙ୍କର 'ଶ୍ୟାମଳ ସମ୍ପର୍କ' 'ସୁନାଝିଅ' ଓ 'ଅନ୍ୟ ଆକାଶ ଡଟ୍ କମ୍]' ନାମରେ ତିନୋଟି କାବ୍ୟଗ୍ରନ୍ଥ ପ୍ରକାଶିତ ହୋଇଛି । କବି ଶଶଧର ଦାସ ଜଣେ ପ୍ରବୀଣ ଅଧ୍ୟାପକ ଓ ଗବେଷକ ଭାବରେ ମଧ୍ୟ ସୁଖ୍ୟାତ । ଏଥିରେ ସ୍ଥାନିତ କବିତାଗୁଡ଼ିକ ତାଙ୍କ ପରିପକ୍ୱ ଲେଖନୀର ଫଳଶ୍ରୁତି । ଏହି କାବ୍ୟଗ୍ରନ୍ଥଟି ଯେ ଅମିତ ପାଠକୀୟ ଆଦୃତି ଲାଭ କରିବ, ଏଥିରେ ସନ୍ଦେହ ନାହିଁ ।

Tab Content 6

Author Website:  

Customer Reviews

Recent Reviews

No review item found!

Add your own review!

Countries Available

All regions
Latest Reading Guide

MRG2025CC

 

Shopping Cart
Your cart is empty
Shopping cart
Mailing List