|
|
|||
|
||||
Overview'ଗୋଧୂଳିର ରଙ୍ଗ' ଏକ ହାସ୍ୟରସାତ୍ମକ କବିତାର ସମାହାର। ଏଇ ପୁସ୍ତକରେ ଯେଉଁ ଚରିତ୍ରମାନଙ୍କର ଅବତାରଣା କରାଯାଇଛି, ସେଗୁଡ଼ିକ ସମ୍ପୂର୍ଣ୍ଣ କାଳ୍ପନିକ। ପରିଣତ ବୟସରେ ସେମାନଙ୍କ ସୁଖଦୁଃଖ, ଥଟ୍ଟାପରିହାସ ଓ ସ୍ନେହ ପ୍ରେମକୁ ଆଧାର କରି ବିଷୟବସ୍ତୁର ପରିକଳ୍ପନା କରାଯାଇଛି। ଗାଁ ଗହଳିର ଶାନ୍ତ ପରିବେଶରେ ଗଢ଼ି ଉଠିଥିବା ସେମାନଙ୍କ ଜୀବନ ଶୈଳୀକୁ ଅତି ଗାଉଁଲୀ କଥିତ ଭାଷାରେ ରୂପ ଦେବାକୁ ଚେଷ୍ଟା କରାଯାଇଛି। ସମାଜରେ ନକାରାତ୍ମକ ଖଳ ଚରିତ୍ରର ଅଭାବ ନାହିଁ। ସେମାନେ କିପରି ଅଶାନ୍ତିର ମଞ୍ଜି ବୁଣି ଥାନ୍ତି ତାହା ଅନୁଭବ ହିଁ ଜାଣନ୍ତି। କେବଳ ହାସ୍ୟ ପରିହାସ ନୁହେଁ ଏ ପୁସ୍ତକରେ କେତେକ ଆଦର୍ଶ ଚରିତ୍ରର ନମୁନା ଦିଆଯାଇଛି। ଯେଉଁମାନଙ୍କ ତ୍ୟାଗ ଓ ବଳୀଦାନର ମହତ୍ତ୍ୱ ପ୍ରଣିଧାନଯୋଗ୍ୟ। ବସ୍ତୁବାଦୀ ମଣିଷ ମନରେ ମାନବବାଦୀ ଚେତନା ଦେବ ବୋଲି ଆଶା କରେ। ସାମ୍ପ୍ରତିକ ସମାଜର ମଣିଷ ଯେତେବେଳେ ସମସ୍ୟା ଜର୍ଜରିତ, ମନ ଭାରାକ୍ରାନ୍ତ, ଜୀବନ ଜିଜ୍ଞାସା ଠାରୁ ଦୂରେଇ ଯିବାକୁ ବସିଛି ଏ ଲଘୁ ହାସ୍ୟ କବିତା ମାଧ୍ୟମରେ ପାଠକମାନଙ୍କୁ କିଛି ଆନନ୍ଦ ଦେବ ବୋଲି ମୁଁ ଆଶା କରେ। ସୁଧୀ ପାଠକ ପାଠିକା ଏହାକୁ ପଢ଼ି ଯଦି କିଛି ରସ ଆସ୍ୱାଦନ କରି ପାରନ୍ତି ତେବେ ମୋ ଶ୍ରମ ସାର୍ଥକ ହେଲା ବୋଲି ଜାଣିବି। ---ରବୀନ୍ଦ୍ରନାଥ ନାୟକ Full Product DetailsAuthor: Rabindranath NayakPublisher: Black Eagle Books Imprint: Black Eagle Books Dimensions: Width: 14.00cm , Height: 0.80cm , Length: 21.60cm Weight: 0.159kg ISBN: 9781645608134ISBN 10: 1645608131 Pages: 132 Publication Date: 29 December 2025 Audience: General/trade , General Format: Paperback Publisher's Status: Active Availability: Available To Order We have confirmation that this item is in stock with the supplier. It will be ordered in for you and dispatched immediately. Language: Oriya Table of ContentsReviewsAuthor Informationକବି ରବୀନ୍ଦ୍ର ନାଥ ନାୟକଙ୍କ ଜନ୍ମ ୧୮ ଜାନୁଆରୀ ୧୯୫୨ରେ। ତାଙ୍କର ପ୍ରଥମ କାବ୍ୟ 'ସତୀ ସାବିତ୍ରୀ' ଓ 'ଅନିର୍ବାଣ ପ୍ରଦୀପ' ୮୦ ଦଶକରେ ପ୍ରକାଶିତ। ୧୯୮୫ରୁ ୧୯୯୦ ଯାଏ ସାହିତ୍ୟ ପତ୍ରିକା (ତ୍ରୈମାସିକ) 'ଆହ୍ୱାନ' ଓ ପରେ 'ଦୁର୍ବାର'ର ସମ୍ପାଦନା କରିଛନ୍ତି। ୧୯୭୩ରୁ ୨୦୧୦ ଯାଏ ଶିକ୍ଷକତା କରି ଅନେକ ପିଲାଙ୍କୁ ମଣିଷ କରିଛନ୍ତି। ୨୦୧୦ ଜାନୁଆରୀରେ ବରୁଣେଇ ହାଇସ୍କୁଲ, ଫତେପୁରରୁ ଅବସର ଗ୍ରହଣ କରିବା ପରେ ଏବେ ବେଲାରପୁର, ଦେବୀଦ୍ୱାର, ଯାଜପୁର ଟାଉନରେ ରହୁଛନ୍ତି। ତାଙ୍କ ସହିତ ଯୋଗାଯୋଗ ଏହି ନମ୍ବରରେ (୯୮୬୧୭୨୬୯୩୯) କରିପାରିବେ। Tab Content 6Author Website:Countries AvailableAll regions |
||||