|
![]() |
|||
|
||||
Overview"""କଳାଜହ୍ନ' ୧୯୭୬ ଫେବ୍ରୁଆରି ୨୧ ଓ ୨୨ରେ ଗଞ୍ଜାମ କଳା ପରିଷଦ ଦ୍ୱାରା ନାଟ୍ୟକାରଙ୍କ ନିର୍ଦ୍ଦେଶନାରେ ଅଭିନୀତ ହୋଇଛି । ପୁଣି ୧ । ୪ । ୧୯୭୬ରେ ରବୀନ୍ଦ୍ର ମଣ୍ଡପରେ ମଧ୍ୟ ଅଭିନୀତ ହୋଇଛି । ""ମଲା ଆକାଶ' ୧୮ । ୬ । ୧୯୭୬ରେ ଗଞ୍ଜାମ କଳା ପରିଷଦ ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀର ଆଲୋକ ଓ ଶବ୍ଦଗ୍ରହଣ ତଥା ନାଟ୍ୟକାର ଶ୍ରୀଯୁକ୍ତ ମହାନ୍ତିଙ୍କ ନିର୍ଦ୍ଦେଶନାରେ ଜୟପୁରରେ ଅଭିନୀତ ହୋଇଛି । ଇଂରାଜୀ ଭାଷା-ସାହିତ୍ୟ ଓ ସରଙ୍ଗମଞ୍ଚ ସଂପର୍କରେ ଗଭୀର ଅନୁଭବ ଥିବା ଏହି କଳାପ୍ରାଣ ବ୍ୟକ୍ତି କ'ଣ ପାଇଁ ଆଉ ନାଟକ ଲେଖିବାକୁ ମନ ବଳାଇ ନାହାନ୍ତି ଆମେ ଜାଣୁନା ମାତ୍ର ପାନ ଗୁଆ ଖର୍ଚ୍ଚ ହିସାବରୁ ଭୋଜିର ବିଶାଳତା ଅନୁମାନ କରିବା ଭଳି ଏ ଦୁଇଟି ନାଟକରୁ ତାଙ୍କର ଚିନ୍ତା ଓ ପ୍ରକାଶ ଭଙ୍ଗୀରେ ନୂତନତା ଆମେ ଖୋଜି ପାଇବା । ""କଳାଜହ୍ନ' ସେ ସମୟର ଉଚ୍ଚପ୍ରଶଂସିତ ନାଟକ, ଯେଉଁ ନାଟକ ମାଧ୍ୟମରେ ଅନେକ ଅଭିନେତା ଅଭିନେତ୍ରୀ ନାଟକ ଜଗତରେ ଆଦ୍ୟପାଦ ସ୍ଥାପିଥିଲେ । ଏହି ସମୟରେ ପ୍ରଫେସର ମହାନ୍ତି ପାଶ୍ଚାତ୍ୟ ନାଟ୍ୟତତ୍ତ୍ୱ ଓ ନାଟକ ସଂପର୍କରେ ଶିକ୍ଷାଦାନ କରିଛନ୍ତି । ରେଭେନ୍]ସା କଲେଜରେ ଅନେକ ଅନୂଦିତ ପାଶ୍ଚାତ୍ୟ ନାଟକ ଅଭିନୀତ ହୋଇଛି ଯାହା ସହିତ ସେ ଜଡ଼ିତ ହୋଇଛନ୍ତି । ଦୀର୍ଘଦିନର ନାଟ୍ୟାନୁରାଗକୁ ନେଇ ସେ ଲେଖିଛନ୍ତି କେତୋଟି ନାଟକ" Full Product DetailsAuthor: Prafulla Kumar MohantyPublisher: Black Eagle Books Imprint: Black Eagle Books Dimensions: Width: 14.00cm , Height: 0.80cm , Length: 21.60cm Weight: 0.181kg ISBN: 9781645604419ISBN 10: 1645604411 Pages: 136 Publication Date: 31 August 2023 Audience: General/trade , General Format: Paperback Publisher's Status: Active Availability: Available To Order ![]() We have confirmation that this item is in stock with the supplier. It will be ordered in for you and dispatched immediately. Table of ContentsReviews"ଆମେ ଜାଣୁଁ ଯେ ସତ୍ ସାହିତ୍ୟ ସମୟ ବିପକ୍ଷରେ ଯାଇ ତିଷ୍ଠି ରହେ ଓ ନିକଜୁ ସାବ୍ୟସ୍ତ କରେ । ""କଳାଜହ୍ନ' ଓ ""ମଲା ଆକାଶ' ଏକତ୍ର ପୁନଃପ୍ରକାଶିତ ହେବା ଆମ ଭାଷା-ସାହିତ୍ୟ ପାଇଁ ଶୁଭଙ୍କର । ଏହି ପୁସ୍ତକ ପୁନର୍ବାର ମାନନୀୟ ପ୍ରଫୁଲ୍ଲ କୁମାର ମହାନ୍ତି ମହୋଦୟଙ୍କୁ ଆହୁରି ନାଟକ ଲେଖିବାକୁ ପ୍ରେରଣା ଯୋଗାଇବ ଏହି ଆଶାରଖି ନିରବ ରହୁଛି । - ସଂଘମିତ୍ରା ମିଶ୍ର" Author Informationପ୍ରଫୁଲ୍ଲ କୁମାର ମହାନ୍ତି ଆଧୁନିକ ଓଡ଼ିଆ ଓ ଇଂରାଜୀ ଭାଷା-ସାହିତ୍ୟର ଜଣେ ଯଶସ୍ୱୀ ସାହିତ୍ୟିକ । ସେ ୧୯୩୯ ମସିହା ଜୁଲାଇ ୨୩ ତାରିଖରେ ପିତା ବିଶ୍ୱମ୍ଭର, ମାତା ଲାବଣ୍ୟ ପ୍ରତିମାଙ୍କ କୋଳମଣ୍ଡନ କରି ବ୍ରହ୍ମପୁରରେ ଜନ୍ମଗ୍ରହଣ କରିଥିଲେ । ଖଲ୍ଲିକୋଟ କଲେଜ, ଆହ୍ଲାବାଦ ବିଶ୍ୱବିଦ୍ୟାଳୟରେ ଇଂରାଜୀ ସାହିତ୍ୟ ଅଧ୍ୟୟନ ଓ ପରେ ସାହିତ୍ୟରେ ଅଧ୍ୟାପନା । ରେଭେନ୍]ସା କଲେଜରେ ପ୍ରିନ୍]ସପାଲ ଭାବରେ ମଧ୍ୟ ଅବସ୍ଥାପିତ । ଇଂରାଜୀ ଭାଷାରେ 'ଫେଷ୍ଟିଭାଲ୍]ସ ଅଫ୍ ଓଡ଼ିଶା' ଓ 'କମ୍ୟୁନିକେସନ୍ ସ୍କିଲ୍]' ଭଳି ଲୋକପ୍ରିୟ ପୁସ୍ତକର ସେ ସ୍ରଷ୍ଟା । 'ଦୁଇଟି ନାଟକ' ଶ୍ରୀ ମହାନ୍ତିଙ୍କ ନାଟ୍ୟଚେତନାର ମନୋଜ୍ଞ ରୂପ । ନାଟ୍ୟପ୍ରେମୀ ଓଡ଼ିଆଙ୍କୁ ତାଙ୍କର ଏହି ନାଟ୍ୟ ସଂକଳନଟି ଖୁବ୍ ଆନନ୍ଦିତ କରିବ ବୋଲି ଆଶା କରୁଛୁ । Tab Content 6Author Website:Countries AvailableAll regions |