Duiti Kabita Sankalana - Bisha Sarathi O Charitamruta

Author:   Sanat Das Patnaik
Publisher:   Black Eagle Books
ISBN:  

9781645603337


Pages:   196
Publication Date:   25 November 2022
Format:   Paperback
Availability:   Available To Order   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Our Price $36.96 Quantity:  
Add to Cart

Share |

Duiti Kabita Sankalana - Bisha Sarathi O Charitamruta


Add your own review!

Overview

"ଏକ ରକମ ଚୁପ୍]ଚାପ୍ ହୋଇ ଯାଇଥିଲି । ଦିନେ ଯେ ମୋର କବିତା ସଙ୍କଳନଟିଏ ପ୍ରକାଶ ପାଇବ, ଏ ବିଶ୍ୱାସ ନଥିଲା । କବିତା ପ୍ରକାଶନ, ପ୍ରକାଶକ ବନ୍ଧୁମାନଙ୍କ ପାଇଁ ବ୍ୟବସାୟିକ ହତାଶା ବୋଲି ମନେ କରାଯାଏ ଆମ ରାଜ୍ୟରେ । କାରଣ କବିତା ପଢ଼ିବାର ସଉକ୍ ଏ ଦୈହିକ, ଜଡ଼, ମୁଦ୍ରାସ୍ଫିତି କାଳରେ କିପରି ବା ରହିବ! ସହଜପଣିଆକୁ ତ କେବେ ବି କବିତା ଆଦରି ପାରିଲା ନାହିଁ । ନାନ୍ଦନୀକ ଚେତନାର ପରିପ୍ରକାଶ ପାଇଁ କବି ଆପଣାଛାଏଁ ନିଜଭାଷାଠାରୁ ଚିନ୍ତାର ପରିସର ପର୍ଯ୍ୟନ୍ତ ବିଭିନ୍ନ ସୂକ୍ଷ୍ମ କାବ୍ୟିକ ବୌଦ୍ଧିକ ପ୍ରକାଶ ଶୈଳୀମାନଙ୍କ ଭିତରେ ସୀମାବଦ୍ଧ ହୋଇଯାଏ; ଯେଉଁଥିପାଇଁ ପାଠକ ବନ୍ଧୁମାନଙ୍କୁ ଯଥେଷ୍ଟ ସଂଯମ, ସହାନୁଭୂତି ସହ କବିତା ପ୍ରତି ଦୃଷ୍ଟିପାତ କରିବାକୁ ପଡ଼ିଥାଏ । ଏ ଯୁଗରେ ସହାନୁଭୂତି ବା କାହିଁ? ନିଜ ଆସନ ମାଡ଼ି ବସିଥିଲେ ହେଁ ସ୍ୱର୍ଗପ୍ରାପ୍ତି, ଅମରତ୍ୱ ପ୍ରାପ୍ତି । ""ଭଲ ପାଇବା"" ତ ମ୍ୟୁଜିଅମ୍]ରେ ବି କେଉଁଠି ମଣିଷ ସାଇତି ନାହିଁ ଯେ ଜନେ ଦେଖି ଶିଖନ୍ତେ ହେଲେ । ତେଣୁ ଏ ସଂକଳନ ପାଇଁ ମୁଁ ନଅ ବର୍ଷ ଅପେକ୍ଷା ପରେ, ୟା'ର ଆତ୍ମପ୍ରକାଶ ପାଇଁ ଯେଉଁ ପ୍ରକାଶକ ବନ୍ଧୁ ସାହସିକ ପଦକ୍ଷେପ ନେଇଛନ୍ତି ସେ ହେଉଛନ୍ତି ଓଡ଼ିଶା ବୁକ୍ ଷ୍ଟୋରର ସତ୍ତ୍ୱାଧିକାରୀ ଶ୍ରୀ ଗୋବିନ୍ଦ ଚରଣ ପାତ୍ର ଏବଂ କବି ବନ୍ଧୁ ଡକ୍ଟର ପ୍ରସନ୍ନ ମିଶ୍ର ଓ ମୋର ଅନ୍ତରଙ୍ଗ ଶ୍ରୀ ସୁବୋଧ ଦାସଙ୍କ ଅଗାଢ଼ ପ୍ରଚେଷ୍ଟା । ସେମାନେ ମୋର ଓ ମୋ' କବିତା ପଢ଼ିବା ପାଇଁ ଆଗ୍ରହୀ ବନ୍ଧୁମାନଙ୍କ ତରଫରୁ ପ୍ରଥମେ ଧନ୍ୟବାଦାର୍ହ । ନିର୍ବାଚିତ କବିତାଗୁଡ଼ିକ ମୋ' ଜୀବନରେ ଧାଉଁଥିବା ସମୟର ଗୋଟିଏ ଗୋଟିଏ ସ୍ଫୁଲିଙ୍ଗ-ସ୍ଥିରଚିତ୍ର । ସମାଜ ଓ ଜୀବନର ଏମାନେ ଗୋଟିଏ ଗୋଟିଏ ମାନଚିତ୍ର । କୌଣସି ମତବାଦ ସହ ସାଲିସ୍ କରିବାର ଇଚ୍ଛା ପୋଷଣ କରିନାହିଁ । ଜୀବନ-ସ୍କୁଲର କଳାପଟା ଉପରେ ଅଙ୍କିତ କେତୋଟି ଅନୁଭୂତିକୁ ସ୍ୱାଧୀନ ବାଧ୍ୟ ଛାତ୍ରଟିଏ ପରି ଯାହା ଅନୁଭବ କରିଚି, ତାହା ପ୍ରକାଶ କରିଚି । ସନତ୍ ଦାସ ପଟ୍ଟନାୟକ"

Full Product Details

Author:   Sanat Das Patnaik
Publisher:   Black Eagle Books
Imprint:   Black Eagle Books
Dimensions:   Width: 14.00cm , Height: 1.10cm , Length: 21.60cm
Weight:   0.254kg
ISBN:  

9781645603337


ISBN 10:   1645603334
Pages:   196
Publication Date:   25 November 2022
Audience:   General/trade ,  General
Format:   Paperback
Publisher's Status:   Active
Availability:   Available To Order   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.
Language:   Oriya

Table of Contents

Reviews

Author Information

ସନତ୍ ଦାସ ପଟ୍ଟନାୟକ ୨୦ ମଇ ୧୯୪୫ ବୁଦ୍ଧ ପୂର୍ଣ୍ଣିମା ଦିନ ବାରିପଦାରେ ଜନ୍ମଗ୍ରହଣ କରିଥିଲେ । ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟରେ ଦୀର୍ଘଦିନ ଇଂରାଜୀ ଅଧ୍ୟାପନା ପରେ ଅବସର ଗ୍ରହଣ କରି ସମ୍ପ୍ରତି ଭୁବନେଶ୍ୱରରେ ରହୁଛନ୍ତି ।

Tab Content 6

Author Website:  

Customer Reviews

Recent Reviews

No review item found!

Add your own review!

Countries Available

All regions
Latest Reading Guide

MRG2025CC

 

Shopping Cart
Your cart is empty
Shopping cart
Mailing List