|
![]() |
|||
|
||||
Overview"ଶୂନ୍ୟ ବିଚାର ହିଁ ଆତ୍ମ ଜ୍ଞାନର ଉଦ୍]ଗମ, ଯାହାକୁ ଧ୍ୟାନ ବା ଅସ୍ତିତ୍ୱର ପରମ ଧ୍ୱନିକୁ ଶ୍ରବଣ କରିଥାନ୍ତି, ଅନୁଭବୀ । ସେହି ଏକା ବହୁମୂଲ୍ୟ ଘଟଣା । ଅତି ଆବଶ୍ୟକ, ଶୃଙ୍ଖଳା, ଶାନ୍ତି ଓ ସମାଧି ପାଇଁ । ତେବେ ଧ୍ୟାନରୁ ସମାଧି, ସମାଧିରୁ ସମ୍ବୋଧି (ଋଦ୍ଭକ୍ଷସଶଷଗ୍ଧରଦ୍ଭଜ୍ଞରଦ୍ଭଗ୍ଧ) ଉପଲବ୍�ଧ ସମ୍ଭବ । ଯାହାକୁ ଯୋଗର ଶିଖର ଓ ଅସ୍ତିତ୍ୱର ଅନ୍ତିମ ପ୍ରସାଦ କହିଥାନ୍ତି । ସେହି ବୁଦ୍ଧତ୍ୱ ଆମର ଚେତନାର କମଳ । (ୠକ୍ଷକ୍ଟଙ୍ଗରକ୍ସସଦ୍ଭଶ କ୍ଟଲ ଉକ୍ଟଦ୍ଭଗ୍ଦମସକ୍ଟଙ୍କଗ୍ଦଦ୍ଭରଗ୍ଦଗ୍ଦ) କହନ୍ତି । ବ୍ୟକ୍ତିଗତ ଚେତନା ଯେବେ ବ୍ରହ୍ମ ଚୈତନ୍ୟ, ବା ଉକ୍ଟଗ୍ଦଜ୍ଞସମ ଉକ୍ଟଦ୍ଭଗ୍ଦମସକ୍ଟଙ୍କଗ୍ଦଦ୍ଭରଗ୍ଦଗ୍ଦ ସହିତ ମିଶି ଏକାକାର ହୁଏ, ତା\'ରି ସୁଗନ୍ଧ ଧରିତ୍ରୀରେ ଅଦିନ ବସନ୍ତ ଆଣେ । ସନ୍ଥ କହନ୍ତି, ଯେବେ କେହି ଆମ ଭିତରୁ ଉପଲବ୍�ଧ ପାଏ, ତାହା ଅସ୍ତିତ୍ୱର ଅନୁଦାନ ଜଗତବାସୀଙ୍କ ପାଇଁ । ତେଣୁ ସହଜ, ଜାଗୃତ, ଶାନ୍ତ ହୋଇ ପରମ ବିଶ୍ରାମ ପାଇବା ସମସ୍ତଙ୍କର ଅଧିକାର । କିନ୍ତୁ ସମ୍ୟକ ଧ୍ୟାନ ଓ ସମାଧି ଯାତ୍ରାରେ ପାଦ ଦେବା ଅତି ଜରୁରୀ । ସଂବୋଧି ବାସ୍ତବିକ ସମ୍ପଦ । ତାକୁ ଆବିଷ୍କାର କରିବାର କ୍ଷମତା ସମସ୍ତଙ୍କର ଅଛି । କେବଳ ସମ୍ୟକ ଶ୍ରମ, ଶୁଦ୍ଧ ଶ୍ରଦ୍ଧା ଓ ଅନ୍ତର ଶ୍ରବଣ କଲେ ଯଥେଷ୍ଟ ହେବ । ମନୁଷ୍ୟ ଜାତିର ଇତିହାସରେ ଆଗାମୀ ବର୍ଷ ବହୁତ ମହତ୍ତ୍ୱପୂର୍ଣ୍ଣ । ଯଦି ବଡ ଧରଣର ସମ୍ୟକ ଧ୍ୟାନର ଜାଗରଣ ସୁରୁ ନହୁଏ, କୋଟି କୋଟି ଲୋକ ଭୌତିକବାଦର ମହାଗର୍ଭରେ ପଡିବା ସୁନିଶ୍ଚିତ, ଯାହାକୁ କେହି ବଞ୍ଚାଇ ପାରିବେ ନାହିଁ । କେବଳ ବଞ୍ଚିବାର ଓ ବଞ୍ଚାଇବାର ଗୋଟିଏ ରାସ୍ତା ଆତ୍ମ ଜାଗରଣ । ତାହା ପାଇଁ ଏକ ସମ୍ୟକ ଓ ନିଶୁଳ୍କ ଧ୍ୟାନ ଅଭିଯାନରେ ଯୋଗଦାନ ଦେଇ, ସଂବୁଦ୍ଧ, ସମ୍ପୂର୍ଣ୍ଣ ଓ ସମାଧିସ୍ଥ ହୁଅନ୍ତୁ । ସେହି ପରିପ୍ରେକ୍ଷୀରେ ସମସ୍ତ ଦୃଶ୍ୟସ୍ଥ ଓ ଅଦୃଶ୍ୟସ୍ଥ ଆତ୍ମାଙ୍କୁ ବିନମ୍ର ପ୍ରଣତି । ସେହି ପରମ ଆବଶ୍ୟକତାରୁ ଉଦୟ ଏକ ଆମନ୍ତ୍ରଣ, ଯେଉଁ ଜାଗରଣର ସନ୍ଦେଶରୁ ଜନ୍ମ ନେଲା ""ଧ୍ୟାନ ବୁଦ୍ଧତ୍ୱର ବିଜ୍ଞାନ"" ।" Full Product DetailsAuthor: Acharya Swami JagannathPublisher: Black Eagle Books Imprint: Black Eagle Books Dimensions: Width: 14.00cm , Height: 1.20cm , Length: 21.60cm Weight: 0.263kg ISBN: 9781645604372ISBN 10: 1645604373 Pages: 202 Publication Date: 22 August 2023 Audience: General/trade , General Format: Paperback Publisher's Status: Active Availability: Available To Order ![]() We have confirmation that this item is in stock with the supplier. It will be ordered in for you and dispatched immediately. Table of ContentsReviewsAuthor Informationଆଚାର୍ଯ୍ୟ ସ୍ୱାମୀ ଜଗନ୍ନାଥ ବିଶ୍ୱରେ ଜଣେ ଭିନ୍ନକ୍ଷମ ସଂବୁଦ୍ଧ ସନ୍ଥ । ତାଙ୍କରି ସଂସାରୀ ନାମ ଶ୍ରୀ ଜଗନ୍ନାଥ ନାୟକ । ୧୯୫୭ ମସିହା ଫେବୃୟାରୀ ୫ ତାରିଖ ଦିନ ଏକ ସାଧାରଣ ପରିବାରରେ ଜନ୍ମ ନେଇଥିଲେ । ସେ ପିତା ସ୍ୱର୍ଗତ ନୃସିଂହ ଚରଣ ନାୟକ ଓ ମାତା ସ୍ୱର୍ଗତ ଲକ୍ଷ୍ମୀପ୍ରିୟା ନାୟକଙ୍କର ଜ୍ୟେଷ୍ଠ ପୁତ୍ର । ତାଙ୍କର ବାଲ୍ୟକାଳ ଭଦ୍ରକ ଜିଲ୍ଲା (ଧୁଷୁରୀ) ଗ୍ରାମରେ ଅତିବାହିତ ହୋଇଛି । ଜନ୍ମରୁ ଦିବ୍ୟାଙ୍ଗ ଥିବାରୁ ମହାପ୍ରଭୁ ଜଗନ୍ନାଥଙ୍କର ପ୍ରସାଦ ମନେକରି ପରିବାର ବର୍ଗ ଶ୍ରଦ୍ଧାରେ ନାମ ରଖିଥିଲେ ଜଗନ୍ନାଥ । ୧୯୭୯ ମସିହାରେ ରବିଶଙ୍କର ବିଶ୍ୱବିଦ୍ୟାଳୟରେ ପୋଷ୍ଟ ଗ୍ରାଜୁଏସନ୍ କରୁଥିବା ବେଳେ ଭଗବାନ ଓଶୋଙ୍କର ସାନିଧ୍ୟ ପାଇଥିଲେ । କିନ୍ତୁ ଅସ୍ତିତ୍ୱର ନିର୍ଦ୍ଦେଶରେ ଓଶୋଙ୍କର କନିଷ୍ଠ ଭ୍ରାତା ସ୍ୱାମୀ ଶୈଳେନ୍ଦ୍ର ସରସ୍ୱତୀଙ୍କଠାରୁ ସନ୍ୟାସ ଦୀକ୍ଷା ନେଇଥିଲେ । ରାଉରକେଲା ଇସ୍ପାତ କାରଖାନାର ଜଣେ ଅଧିକାରୀ ଥାଇ, ସାଧନାର ଶିଖରକୁ ଯିବା ଏକ ବିରଳ ଦୃଷ୍ଟାନ୍ତ । ଗତ ଡିସେମ୍ବର ୧୭, ୨୦୦୬ ମସିହାରେ ତାଙ୍କର ପ୍ରଥମ ଘଟଣା ଘଟିଥିଲା । ସଦ୍]ଗୁରୁଙ୍କର ନିର୍ଦ୍ଦେଶରେ ତାଙ୍କୁ ଆଚାର୍ଯ୍ୟଶ୍ରୀ ଓଶୋ ଜଗନ୍ନାଥ ନାମରେ ନାମିତ କରାଗଲା । ବର୍ତ୍ତମାନ ସେ ଓଶୋ ସୁଗନ୍ଧ ଆଧ୍ୟାତ୍ମିକ ସଂସ୍ଥାର ଜଣେ ଆଚାର୍ଯ୍ୟ । ତାଙ୍କରି ପ୍ରଚେଷ୍ଟାରେ ଓଡ଼ିଶାର ରାଉରକଲା, ଭୁବନେଶ୍ୱର ଓ ପୁରୀଠାରେ ତିନୋଟି ଧ୍ୟାନକେନ୍ଦ୍ର ସ୍ଥାପିତ ହୋଇଛି । ଚାକିରିରୁ ଅବସର ପରେ, ବିଭିନ୍ନ ସ୍ଥାନରେ ସତ୍]ସଙ୍ଗ ଓ ଧ୍ୟାନ ସାଧନା ଶିବିରର ଆୟୋଜକ ଓ ସଂଚାଳକ । ତାଙ୍କରି ନିଶୁଳ୍କ ଧ୍ୟାନ ଅଭିଯାନର ସଫଳତା ପାଇଁ ଅସ୍ତିତ୍ୱ ନିକଟରେ ଅହୋଭାବ ପ୍ରକଟ କରୁଛି । Tab Content 6Author Website:Countries AvailableAll regions |