|
|
|||
|
||||
Overviewସବୁ ସମୟରେ ସବୁଯୁଗରେ ବିଶ୍ୱଗୁରୁମାନଙ୍କର ମହାବାକ୍ୟର ସ୍ୱତଃସ୍ଫୁର୍ତ୍ତ ପ୍ରବାଦ ଜନଜୀବନକୁ ସ୍ପର୍ଶ କରିଛି । ଏହି ସ୍ପର୍ଶରେ ବ୍ୟକ୍ତିଗତ ଜୀବନରେ ରୂପାନ୍ତରଣ ଆସିଛି, ସାମାଜିକ-ସାଂସ୍କୃତିକ ଜୀବନ ବିବର୍ତ୍ତିତ ହୋଇଛି ଏବଂ ବିଶ୍ୱଚେତନା ସଂପ୍ରସାରିତ ହୋଇଛି । ଐଶ୍ୱରୀୟ ସଂକଳ୍ପ ଫଳରେ ଏସବୁ ସମ୍ଭବ ହେଉଥିଲେ ମଧ୍ୟ ଅଳ୍ପ କେତେକ ଦିବ୍ୟପୁରୁଷଙ୍କ ସାରସ୍ୱତ ଯୋଜନା ଏ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ । ଗୁରୁଦେବ ବାସ୍]ୱାନୀ ସେହିପରି ଜଣେ ବିଶ୍ୱବିଶ୍ରୁତ ଆଧ୍ୟାତ୍ମିକ ଅଗ୍ରଦୂତ । ସବୁପ୍ରକାର ଧାର୍ମିକ ଚେତନା ମଧ୍ୟରେ ରହିଥିବା ଐକ୍ୟ ଏବଂ ବିଶ୍ୱର ବିଭିନ୍ନ ଗୋଷ୍ଠୀ ମଧ୍ୟରେ ସଂପ୍ରୀତିର ଯେଉଁ ଅନ୍ତଃସଲୀଳ ପ୍ରବାହମାନ, ସେ ଦିଗରେ ଆମର ମାନସିକତାକୁ ଗତିଶୀଳ କରିଛନ୍ତି ସାଧୁ ବାସୱାନୀ । ପୁଣି ଏହି ଦିବ୍ୟ ପ୍ରୟାସ ପ୍ରସାରିତ ରୂପ ନେଇଛି ଦାଦା ଜେ.ପି. ବାସୱାନୀଙ୍କ ରଚନା ଓ ସମ୍ଭାଷଣ ମାଧ୍ୟମରେ । ଦାଦା ଜେ.ପି. ବାସୱାନୀଙ୍କ ରଚନାର ପରିସର କେବଳ ପରିବ୍ୟାପ୍ତ ନୁହେଁ, ଏହା ଏପରି ଏକ ଜୀବନିକାରେ ପରିପୂର୍ଣ୍ଣ ଯେ ଏଥିରେ ଅବସାଦକର ସବୁପ୍ରକାର ଜଡ଼ତା ନିଃଶେଷ ହୋଇଥାଏ । ଏହା କେବଳ ଉଚ୍ଚତର ଦର୍ଶନର କଥା ନୁହେଁ, ଏଥିରେ ଦୈନନ୍ଦିନ ଜୀବନର କମନୀୟ ମାର୍ଗଦର୍ଶନ ପ୍ରତିବିମ୍ବିତ । ଏହି ଅମୂଲ୍ୟ ରଚନା ମଧ୍ୟରୁ ବେଶ୍] କେତୋଟି ଓଡ଼ିଆ ଭାଷାରେ ଅନୂଦିତ ହୋଇଛି । ବର୍ତ୍ତମାନ ବାସୱାନୀଙ୍କ ସମସ୍ତ ରତ୍ନଗର୍ଭା ରଚନା ମଧ୍ୟରୁ ଏକ ଅନବଦ୍ୟ ସମ୍ଭାର ""ଦଶ ଶିଖ୍] ଗୁରୁ ଜୀବନୀ ଓ ଦର୍ଶନ"" ଆମର ପଠନ-ବଳୟରେ ଉପଲବ୍]ଧ ହେବାର ସୁଯୋଗ ଆସିଛି । ସମ୍ଭବତଃ ଏହା ଆକସ୍ମିକ ସଂଯୋଗ ନୁହେଁ । ସମଗ୍ର ବିଶ୍ୱରେ ଗୁରୁ ନାନକ ଯେଉଁ ମାନବପ୍ରୀତିର ଅମର ବାଣୀ ଶୁଣାଇଛନ୍ତି ଏବଂ ସେହି ସମ୍ମିଳିତ ସ୍ୱରରେ ଯେଉଁ ଦଶ ଜଣ ଗୁରୁଙ୍କର ସମ୍ପୃକ୍ତି ରହିଛି, ତାହାର ଏକ ସାରସ୍ୱତ ଚିତ୍ର ପ୍ରଦାନ କରିଛନ୍ତି ଦାଦା ଜେ.ପି. ବାସୱାନୀ । ସେହି ଗୁରୁମାନଙ୍କ ଜୀବନର ଦୀପ୍ତିମନ୍ତ ଝଲକ ଓ ବାର୍ତ୍ତା ଓଡ଼ିଆ ଅନୁବାଦରେ ସ୍ଥାନ ପାଇଛି । Full Product DetailsAuthor: Dada Jp Vaswani , Chittaranjan Pattanaik , Braja Kumar SatpathyPublisher: Black Eagle Books Imprint: Black Eagle Books Dimensions: Width: 14.00cm , Height: 1.00cm , Length: 21.60cm Weight: 0.213kg ISBN: 9781645606925ISBN 10: 1645606929 Pages: 178 Publication Date: 05 May 2025 Audience: General/trade , General Format: Paperback Publisher's Status: Active Availability: Available To Order We have confirmation that this item is in stock with the supplier. It will be ordered in for you and dispatched immediately. Language: Oriya Table of ContentsReviewsAuthor Informationଈଶ୍ୱର ଏକ, କିନ୍ତୁ ତାଙ୍କ ପାଖରେ ପହଞ୍ôଚବା ପାଇଁ ପଥ ଅନେକ। ଗୀତାର ଏହି ମୂଳତତ୍ତ୍ୱ ହେଉଛି ଦାଦା ଜେ.ପି. ଭାସୱାନୀଙ୍କର ଆଦର୍ଶ। ସେ ସାଧୁ ଭାସୱାନୀ ମିଶନର ଆଧ୍ୟାତ୍ମିକ ମୁଖ୍ୟ ଥିଲେ। ତାଙ୍କ ଦ୍ୱାରା ଶହ ଶହ ପୁସ୍ତକ ବିଭିନ୍ନ ଭାଷାରେ ରଚିତ ହୋଇଛି। ଦାଦା ଭାସୱାନୀ ଅଗଷ୍ଟ ୨ ତାରିଖ ୧୯୧୮ରେ ଜନ୍ମଗ୍ରହଣ କରିଥିଲେ ଏବଂ ଜୁଲାଇ ୧୨ ତାରିଖ ୨୦୧୮ରେ ଦେହତ୍ୟାଗ କରିଥିଲେ। ଚିତ୍ତରଞ୍ଜନ ପଟ୍ଟନାୟକ (ଜନ୍ମ ଅପ୍ରେଲ ୧, ୧୯୫୧) ଭାରତୀୟ ଷ୍ଟେଟ୍ ବ୍ୟାଙ୍କରୁ ସେବାନିବୃତ୍ତ ହୋଇ ଅନୁବାଦ କାର୍ଯ୍ୟରେ ଏବଂ ଲେଖାଲେଖିରେ ମନୋନିବେଶ କରିଛନ୍ତି। ତାଙ୍କର ତିନୋଟି ଅନୁବାଦ ପୁସ୍ତକ (ଓଡ଼ିଆରୁ ଇଂରାଜୀ) ହେଲା-""ଦି ନ୍ୟୁ ହରିଜନ"", ""ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀ- ଏ ୟୁନିକ୍ ପର୍ସନାଲିଟି"" ଏବଂ 'ଦ ସାଉଣ୍ଡ ଅଫ୍ ସାଇଲେନ୍ସ'। ସେ ହିନ୍ଦୀରୁ ଓଡ଼ିଆକୁ ଅନୁବାଦ କରିଥିବା ପୁସ୍ତକଟି 'ଲବଙ୍ଗ'। ତାଙ୍କର ଅନ୍ୟତମ ପୁସ୍ତକ 'ଜୀବନ ପରେ ଜୀବନ' ସଦ୍ୟ ପ୍ରକାଶିତ। ବ୍ରଜ କୁମାର ଶତପଥୀ ବୃତ୍ତିରେ ବ୍ୟାଙ୍କ ଅଧିକାରୀ ଓ ପ୍ରବୃତ୍ତିରେ ସାହିତ୍ୟ ସେବା ବିଶେଷ କରି ଆଧ୍ୟାତ୍ମିକ ସାହିତ୍ୟ। ଦିବ୍ୟଜୀବନ ସଂଘ, ବ୍ରହ୍ମବିଦ୍ୟା ସମିତି ତଥା ସାଧୁ ଭାସୱାନୀ ମିଶନ ପ୍ରଭୃତି ଅନ୍ତର୍ଜାତିକ ସଂଗଠନର କର୍ମୀ ଓ ସେବକ। ଦାଦା ଭାସୱାନୀଙ୍କ ସାହିତ୍ୟ ଓଡ଼ିଆରେ ପ୍ରଚାର ପ୍ରସାର ମୁଖ୍ୟ ଲକ୍ଷ୍ୟ। ଦାଦାଙ୍କର ଛୋଟବଡ଼ ପ୍ରାୟ ଚଉଦଟି ରଚନା ଓଡ଼ିଆରେ ଅନୁବାଦ କରି ଓଡ଼ିଆ ପାଠକମାନଙ୍କ ପାଖରେ ପହଞ୍ଚାଇବାର ପ୍ରୟାସ ଦିବ୍ୟଜୀବନ ସଂଘର ଅନେକ ସାଧୁ ତଥା ଦାଦା ଭାସୱାନୀଙ୍କ ସମ୍ପର୍କରେ ଆସି ନିଜକୁ ଧନ୍ୟ ମନେ କରନ୍ତି। Tab Content 6Author Website:Countries AvailableAll regions |
||||