|
|
|||
|
||||
Overviewଆଜି ବି ପଛକୁ ଫେରି ଚାହିଁଲେ ମନେପଡ଼େ ସେଇସବୁ ଦିନ। କିଛି କବିତାର। କିଛି ସମାଲୋଚନାର। ୧୯୭୮ରୁ 'ଇସ୍ତାହାର' ସହ ଥିଲି ସମ୍ପୃକ୍ତ। ପ୍ରଫେସର ନିତ୍ୟାନନ୍ଦ ଶତପଥୀଙ୍କ ନିର୍ଦ୍ଦେଶରେ କିଛି ପ୍ରବଂଧ ଲେଖା। ପରେ 'ମୂଲ୍ୟାୟନ'ର ସଂପାଦକ ପ୍ରଫୁଲ୍ଲ ଜଗଦେବଙ୍କ ଅନୁରୋଧରେ ମଧ୍ୟ। ସେଦିନ କବିତାରେ ଅଧିକ ନିମଗ୍ନ ଥିଲି ସତ ତଥାପି ବେଳେବେଳେ ଆବଶ୍ୟକତା ହେତୁ କିଛି କିଛି ସମାଲୋଚନା ଲେଖିଥିଲି। ସେଇସବୁ ସାହିତ୍ୟ ଆଲୋଚନା ବିଦ୍]ଗଧ ପାଠକ ମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲା। ୧୯୭୮ରୁ ୧୯୮୫ ମଧ୍ୟରେ ଏଗୁଡ଼ିକ ମଧ୍ୟରୁ ଅଧିକାଂଶ ବିଭିନ୍ନ ପତ୍ରିକାରେ ପ୍ରକାଶିତ ହୋଇଥିଲା। ନା ନା ଜଞ୍ଜାଳ ଓ ମୋର ଅଳସୁଆମି ପାଇଁ ସମାଲୋଚନା ଗ୍ରନ୍ଥଟିଏ ପ୍ରକାଶ କରିବା ସମ୍ଭବପର ହୋଇ ପାରିନଥିଲା। ଅନେକ କତିପୟ ବଂଧୁଙ୍କର ବାରମ୍ବାର ଅନୁରୋଧ ହେତୁ ବହୁ ବିଳମ୍ବରେ ଏହା ପ୍ରକାଶିତ ହେଉଛି। ବିସ୍ମୃତିର ଗର୍ଭରୁ ଲେଖାସବୁକୁ ଖୋଜି ଲୋଡ଼ି ସଂଗ୍ରହ କରିବାକୁ ବହୁ କଷ୍ଟ ସ୍ୱୀକାର କରିବାକୁ ପଡ଼ିଛି। ଆଶା କରୁଛି ଏହି ସର୍ଜନଶୀଳ ଅନୁଶୀଳନକୁ ପାଠକମାନେ ଶ୍ରଦ୍ଧାର ସହ ଗ୍ରହଣ କରିବେ। - ନିରଂଜନ Full Product DetailsAuthor: Niranjan BehuriaPublisher: Black Eagle Books Imprint: Black Eagle Books Dimensions: Width: 14.00cm , Height: 1.00cm , Length: 21.60cm Weight: 0.213kg ISBN: 9781645606734ISBN 10: 1645606732 Pages: 180 Publication Date: 19 April 2025 Audience: General/trade , General Format: Paperback Publisher's Status: Active Availability: Available To Order We have confirmation that this item is in stock with the supplier. It will be ordered in for you and dispatched immediately. Language: Oriya Table of ContentsReviewsAuthor Informationନିରଞ୍ଜନ ବେହୁରିଆ(୧୯୫୪)ଙ୍କ ଜନ୍ମ କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ନିକଟସ୍ଥ ଗୁଣ୍ଠଳ ଗ୍ରାମରେ। ସେ ସାମ୍ପ୍ରତିକ ସମୟର ଜଣେ ସୁପରିଚିତ କବି। ସତୁରୀ ଦଶକର ଉତ୍ତରାର୍ଦ୍ଧରୁ ସେ କବିତା ରଚନାରେ ବ୍ରତୀ। କବିତାର ନିଆରାପଣ ପାଇଁ ସେ ଯେପରି ଚର୍ଚ୍ଚିତ ସମାଲୋଚନା କ୍ଷେତ୍ରରେ ମଧ୍ୟ ନିଜର ସିଦ୍ଧି ପାଇଁ ସୁବିଦିତ। ତାଙ୍କର ସମାଲୋଚନା ନିଜସ୍ୱ ଦୀପ୍ତି ଦ୍ୟୁତିରେ ଐଶ୍ୱର୍ଯ୍ୟମଣ୍ଡିତ। ଏଥିରେ ରହିଛି ବୌଦ୍ଧିକ ଚିନ୍ତନ, ସୂକ୍ଷ୍ମ ବିଶ୍ଳେଷଣ, ମନନଶୀଳ ଅଧ୍ୟୟନ। ପ୍ରତ୍ୟେକଟି ଆଲୋଚନା ଅନନ୍ୟ ଓ ସ୍ୱତନ୍ତ୍ର। ତାଙ୍କର ସୃଜନ ସମ୍ଭାରଗୁଡ଼ିକ ହେଲା; କବିତା ସଂକଳନ- 'କେଉଁଠି ଥାପିବୁ ପାଦ', 'ଅନ୍ତରଙ୍ଗ ନୀରବତା', ସ୍ମୃତିଲିପି- 'ଗାଆଁର ସ୍ମୃତି ସ୍ମୃତିର ଗାଆଁ' ଇତ୍ୟାଦି। ୨୦୧୪ ମସିହାରେ ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ, ସାକ୍ଷୀଗୋପାଳରୁ ଅଧ୍ୟକ୍ଷ ଭାବେ ଅବସର ଗ୍ରହଣ କରିଛନ୍ତି। ସମ୍ପ୍ରତି ସେ ଭୁବନେଶ୍ୱରରେ ରହୁଛନ୍ତି। 'ଚେତନାର ଚିତ୍ରନଦୀ' ତାଙ୍କ ପ୍ରଜ୍ଞା ଓ ପ୍ରତିଭାର, ଚିନ୍ତା ଓ ଚେତନାର ଏକ ଅମ୍ଳାନ ସ୍ୱାକ୍ଷର। ଗ୍ରନ୍ଥଟିର ଅନ୍ୟ ଏକ ଉଲ୍ଲେଖଯୋଗ୍ୟ ବିଶେଷତ୍ୱ ଭାଷା। ନିରଞ୍ଜନଙ୍କର ଭାଷା କାବ୍ୟଭାଷା। ଏହା ଏତେ କାବ୍ୟିକ ଓ ଛଳଛଳ ଯେ ବେଳେ ବେଳେ କବିତାର ଭ୍ରମ ସୃଷ୍ଟିକରେ। ପୁସ୍ତକଟି ଗବେଷକ ଓ ପାଠକମାନଙ୍କର ଶ୍ରଦ୍ଧାଲାଭ କରିବ ବୋଲି ଆଶା। Tab Content 6Author Website:Countries AvailableAll regions |
||||