|
|
|||
|
||||
Overview""ମୃତ୍ୟୁ ପରେ ମତେ କେହି ଦୟା କରିବ ନାହିିଁ ଅନୁଗ୍ରହ କରି । ଶୋକସଂତପ୍ତ ପରିବାରକୁ ମୋର ସଂବେଦନଶୀଳ ଶୋକ ଓ ସାଂତ୍ୱନାର ବାର୍ତ୍ତା ପଠାଇବନି, ସମ୍ବାଦପତ୍ରରେ ଅକ୍ଷରଟିଏ ଛପାଇବନି, ସ୍ମୃତି ସଭାର ଆୟୋଜନ କରିବ ନାହିଁ, ମୋ ଶ୍ରାଦ୍ଧବାର୍ଷିକୀ କି ଜୟନ୍ତୀ ପାଳିବ ନାହିଁ, ମୋର ଅପ୍ରକାଶିତ ପାଂଡୁଲିପି ସବୁକୁ ମୋ ଚିତା ଭସ୍ମରେ ବିସର୍ଜନ ଦେବ, କାହା ପାଖେ ଭୁଲରେ ହେଲେ ବି କହିବ ନାହିଁ ବିଷାଦଯୋଗର ଜଣେ କବି ଭଳି କବିଟିଏ ଥିଲା ।"" ମୋର ଏଇ ଅଂତିମ ଅନୁରୋଧଟି ରଖିପାରିଲେ ଆତ୍ମା ମୋର ପରମ ଶାନ୍ତି ଲାଭ କରିବ ପରଲୋକରେ । ପରଲୋକଗତ ମଣିଷ ପାଇଁ ଦୟା, ଅନୁକଂପା ଦେଖାଇବା ଚରମ ମୂର୍ଖତା । ନିରବରେ ତାକୁ ତା ବାଟ ଛାଡ଼ି ଦେବାର କଥା । ନିରବତା ହିଁ ଏ ଜୀବନ ପାଇଁ ମୋର ସର୍ବଶ୍ରେଷ୍ଠ ଉପହାର । ଯଶ, ସମ୍ମାନ, ଭୋଗ, ଏ୍ୟୌଶ୍ୱର୍ଯ୍ୟ, ଉପଢ଼ୌକନ, ଅଳଂକାର ପ୍ରତି ମୋର ଲୋଭ ନାହିଁ, ମୋର କୌଣସି ଉଚ୍ଚାଶା ନାହିଁ, ମୋହ ଦୁର୍ବଳତା ନାହିଁ । ଉତ୍ତର ପୁରୁଷମାନେ ମୋର ଅଜବ ଆଦର୍ଶରେ ଅନୁପ୍ରାଣିତ ନ ହୁଅନ୍ତୁ । ନିଜ ପାଇଁ ଯେଉଁ ଅଂଧାରିଆ ରାସ୍ତାଟି ମୁଁ ବାଛିନେଇଛି, ଭୁଲରେହେଲେ ବି ବୁଡ଼ି ଯାଉଥିବା ଆଦିମ ସୂର୍ଯ୍ୟ ସେମାନଙ୍କର ଆଦର୍ଶ ନହେଉ । ନିଜର ଦୃଢ଼ ଆତ୍ମପ୍ରତ୍ୟୟ ଓ ବିଶ୍ୱାସକୁ ନେଇ ବଞ୍ଚନ୍ତୁ ସେମାନେ । ସେମାନେ ନୂଆ ଭାଷାରେ ନୂଆ ଶତାବ୍ଦୀର ଇତିହାସ ଲେଖନ୍ତୁ । ------ ଫନୀ ମହାଂତି, ୧୩ ଡିସେମ୍ବର, ୨୦୨୪, ଭୁବନେଶ୍ୱର Full Product DetailsAuthor: Phani MohantyPublisher: Black Eagle Books Imprint: Black Eagle Books Dimensions: Width: 14.00cm , Height: 0.60cm , Length: 21.60cm Weight: 0.122kg ISBN: 9781645606635ISBN 10: 1645606635 Pages: 98 Publication Date: 11 March 2025 Audience: General/trade , General Format: Paperback Publisher's Status: Active Availability: Available To Order We have confirmation that this item is in stock with the supplier. It will be ordered in for you and dispatched immediately. Language: Oriya Table of ContentsReviewsAuthor Informationନବ୍ୟ ରୋମାଣ୍ଟିକ ଧାରାର କବି ଫନୀ ମହାଂତି ଦୀର୍ଘ ପାଞ୍ଚ ଦଶନ୍ଧିରୁ ଊର୍ଦ୍ଧ୍ୱକାଳ ଧରି ନିରବଚ୍ଛିନ୍ନ ଭାବେ କାବ୍ୟ-କବିତା ଲେଖି ପାଠକୀୟ ଶ୍ରଦ୍ଧାଭାଜନ ହୋଇଛନ୍ତି । ତାଙ୍କର ଏଯାବତ୍ ୨୫ଟି କାବ୍ୟ ଗ୍ରନ୍ଥ, ଗୋଟିଏ ଗଳ୍ପ, ଗୋଟିଏ ଉପନ୍ୟାସିକା ଓ ଦୁଇଟି କବିଙ୍କ କାବ୍ୟ-କବିତା ଉପରେ ଆଧାରିତ ସମାଲୋଚନା ଗ୍ରନ୍ଥ ପ୍ରକାଶ ପାଇଛି । 'ମୃଗୟା', 'ବିଷାଦଯୋଗ', 'ଅହଲ୍ୟା' ଓ ବହୁ ଚର୍ଚ୍ଚିତ 'ପ୍ରିୟତମା' ପରି କବିତା ସଂକଳନ ଇଂରାଜୀ, ହିନ୍ଦୀ, ଅସମୀୟା, ବଂଗଳା, ଗୁଜରାଟି, ମରାଠି, ସାନ୍ତାଳୀ, ମୈଥିଳୀ, ନେପାଳୀ ଓ କୁମାଉନୁ ଭାଷାରେ ଅନୂଦିତ ହୋଇ ପୁସ୍ତକ ଆକାରରେ ପ୍ରକାଶ ପାଇଛି ।ଡ. ମହାନ୍ତି ତାଙ୍କର କାବ୍ୟାକୃତି ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ଓ କେନ୍ଦ୍ରୀୟ ସାହିତ୍ୟ ଅକାଦେମୀ ପୁରସ୍କାର ସମେତ ଫକୀର ମୋହନ ସାହିତ୍ୟଶ୍ରୀ ପୁରସ୍କାର, ଭାନୁଜୀ ରାଓ କବିତା ପୁରସ୍କାର, ସଂସ୍କୃତି ପୁରସ୍କାର, ଗୋଦାବରିଶ କବିତା ପୁରସ୍କାର ସହ ଅନ୍ତର୍ଜାତୀୟ ହିନ୍ଦୀ ପରିଷଦ ପକ୍ଷରୁ ସାହିତ୍ୟ ଶିଖର ଶ୍ରୀ ସମ୍ମାନ ଆଦି ବହୁ ସମ୍ମାନରେ ସମ୍ମାନିତ । Tab Content 6Author Website:Countries AvailableAll regions |
||||