|
|
|||
|
||||
Overviewକବିତ୍ୱ ଏକ ଦୁର୍ଲଭ ଶକ୍ତି । ଏହା ଯେତେବେଳେ ଅବତରଣ କରେ ସାଧାରଣ ମଣିଷ ଅସାଧାରଣ ପାଲଟିଯାଏ । ଏହି ଶକ୍ତି ବଳରେ ସମଗ୍ର ଜୀବଜଗତରେ କଳାପ୍ରାଣତା, କଳ୍ପନା ପ୍ରବଣତା ଚିରଜାଗ୍ରତ ରହିଛି । ସଂସ୍କୃତି ତଥା ସଭ୍ୟତାର କ୍ରମ ଉତ୍ତରିତ ପଥ ଆହୁରି ଉଜ୍ୱଳ ଦିଶୁଛି । ବ୍ୟାସ, ବାଲ୍ମିକୀ, ହୋମର, ଚସରଙ୍କଠାରୁ ଆଜିଯାଏ ଅସଂଖ୍ୟ କବି ଜନ୍ମ ନେଇଛନ୍ତି । ସେହି ଅକ୍ଷର ବ୍ରହ୍ମଙ୍କ ଆଶୀର୍ବାଦରୁ ମହାକାଳ ବକ୍ଷରେ ସେମାନଙ୍କ କୃତିତ୍ୱ ଭାସ୍ୱର ରହିଛି । ଦିନେ ବେଦକୁ ଶୁଣି ଶୁଣି ମନେ ରଖିବାକୁ ହେଉଥିଲା ବୋଲି ବେଦର ଅନ୍ୟନାମ 'ଶ୍ରୁତି' । ପୁଣି ଲିପି ଆବିଷ୍କାର ହେଲା । ମୁଦ୍ରାଯନ୍ତ୍ର ଆସିଲା । ସାହିତ୍ୟ ସୃଷ୍ଟିକୁ ଦୀର୍ଘସ୍ଥାୟୀ କରିବା ଓ ଅତୀତକୁ ବର୍ତ୍ତମାନ ସହିତ ଯୋଡିବାର ପ୍ରକ୍ରିୟା ଆରମ୍ଭ ହେଲା । ପୁଣି ଆସିଲାଣି ଡିଜିଟାଲ ଯୁଗ । ଆଉ କାଗଜ କଲମ ଲୋଡା ପଡିବନି । ଏଭଳି ଦୃତ ପରିବର୍ତ୍ତିତ ସମୟରେ ବିଶିଷ୍ଟ ନୃତତ୍ତ୍ୱବିତ୍ ଗବେଷକ ଡକ୍ଟର ରମେଶ ପ୍ରସାଦ ମହାନ୍ତିଙ୍କର ପ୍ରଥମ କବିତା ସଂକଳନ ପ୍ରକାଶିତ ହେଉଛି । ଏହା ଓଡିଆ କାବ୍ୟଜଗତ ପାଇଁ ଆଶା ଓ ଆଶ୍ୱାସନାର କଥା । ଏହି ସଂକଳନର ଶୀର୍ଷକ 'ଭୋକ', ଯେଉଁଥିରେ ୫୨ ଟି କବିତା ସଂକଳିତ ହୋଇଛି । ଭୋକ ଅଛି ବୋଲି ତ ସଂସାର ଚାଲିଛି । ଏହି ଭୋକ ସଭ୍ୟତାକୁ କର୍ମପ୍ରବଣ କରି ରଖିଛି । ଦେହ, ମନ, ଆତ୍ମା ଏପରିକି କଳାପ୍ରାଣତାର ଭୋକ ରହିଛି । ଏହି ସଂକଳନର କବିତା ଗୁଡିକରେ ତାହା ସ୍ପଷ୍ଟ । ବ୍ୟକ୍ତିଗତ ଜୀବନ ଠାରୁ ଗୋଷ୍ଠୀ ଜୀବନ, ଗ୍ରାମ୍ୟ ଜୀବନ ତଥା ପାରିବାରିକ ଜୀବନର ଗୁରୁତ୍ୱ ଏ କବିତା ଗୁଡିକରେ ଅଧିକ । କବି ଯାହା ଚାହିଁଛନ୍ତି ସ୍ପଷ୍ଟ କରିଛନ୍ତି । ଏପରିକି ରାଜନୀତିକୁ କଟାକ୍ଷ କରିବାକୁ ସେ ଭୁଲି ନାହାନ୍ତି । ସବୁ ଭିତରେ ମଣିଷପଣିଆର ସୁବାସ ତାଙ୍କୁ ସହାନୁଭୂତିସିକ୍ତ କରିଛି । ଅନୁଭୂତି ନଥିଲେ ସହାନୁଭୂତି ଗଭୀର ହୁଏ ନାହିଁ, ଏହା ପରୀକ୍ଷିତ ସତ୍ୟ - ସେହି ସହାନୁଭୂତି ଏ କବିତା ସଂକଳନର ମଞ୍ଜରେ ଅବସ୍ଥିତ । ଅନେକତ୍ର ସରଳ ସୁକୁମାର ଗ୍ରାମ୍ୟ ଭାଷାର ଭାବମୟ ପ୍ରୟୋଗ ମଧ୍ୟ ଆକର୍ଷଣୀୟ । Full Product DetailsAuthor: Ramesh Prasad MohantyPublisher: Black Eagle Books Imprint: Black Eagle Books Dimensions: Width: 14.00cm , Height: 1.10cm , Length: 21.60cm Weight: 0.249kg ISBN: 9781645600930ISBN 10: 1645600939 Pages: 192 Publication Date: 23 November 2022 Audience: General/trade , General Format: Paperback Publisher's Status: Active Availability: Available To Order We have confirmation that this item is in stock with the supplier. It will be ordered in for you and dispatched immediately. Language: Oriya Table of ContentsReviewsAuthor Informationସାମ୍ପ୍ରତିକ ସାରସ୍ୱତ ଅନୁଷ୍ଠାନ ମାନଙ୍କରେ ଡ. ରମେଶ ପ୍ରସାଦ ମହାନ୍ତି ଏକ ସଶ୍ରଦ୍ଧ ନାମ । ସେ ଲେଖନ୍ତି କବିତା ସାମାଜିକ ସମସ୍ୟା ଉପରେ, ଲେଖନ୍ତି ବି କବିତା ଜୀବନ ଆଉ ଯନ୍ତ୍ରଣା ଉପରେ । ପରିବର୍ତ୍ତନଶୀଳ ସମୟର ଚାପାରେ ଦଳିଚକଟି ହୋଇ ସତ୍ତା ହରାଉଥିବା ଜୀବନଶୈଳୀ ଉପରେ ବି ସେ କଲମ ଚାଳନା କରନ୍ତି । ତାଙ୍କ କଲମରୁ ଅଙ୍କୁରି ପଡୁଥିବା ପ୍ରତ୍ୟେକଟି କବିତାରେ ଫୁଟି ଉଠୁଥାଏ ଘନଘୋର ଅନ୍ଧାର ଭିତରୁ ଗୋଟାଏ ଖଦ୍ୟୋତର ଚକ୍]ଚକ୍ ଆଲୋକ ଏବଂ ସେ ଆଲୋକରେ ସେ ବାଟ ଦେଖାଇବାକୁ ଚେଷ୍ଟା କରନ୍ତି ତୁମକୁ, ଆମକୁ, ସମାଜକୁ, ସଭ୍ୟତାକୁ ଆଉ ତାଙ୍କର ପଠନଶୈଳୀ ତାଙ୍କର ପ୍ରତିଟି ସୃଷ୍ଟିକୁ ଋଦ୍ଧିମନ୍ତ କରିଥାଏ । ଜଣେ ନୃତତ୍ତ୍ୱ ଗବେଷକ ହିସାବରେ ତାଙ୍କର ପନ୍ଦରଖଣ୍ଡ ପୁସ୍ତକ, ଏକଶହରୁ ଉର୍ଦ୍ଧ୍ୱ କ୍ଷୁଦ୍ର ନିବନ୍ଧ ଏବଂ ତିରିଶି ଖଣ୍ଡ ପ୍ରକଳ୍ପ ସନ୍ଦର୍ଭ ପ୍ରକାଶିତ । ଉଭୟ ଗବେଷକ ଏବଂ କବି ହିବାବରେ ସେ ଅନେକଗୁଡିଏ ଅନୁଷ୍ଠାନରୁ ପୁରସ୍କାର ପ୍ରାପ୍ତ । ଏହି ସଂକଳନଟି ତାଙ୍କର ପ୍ରଥମ କବିତା ଗ୍ରନ୍ଥ ଏବଂ ଏଥିରେ ସେ ତାଙ୍କ ଗବେଷଣା ଲବ୍]ଧ ଜ୍ଞାନକୁ ଆଧାର କରି ଅନେକ ଗୁଡିଏ କବିତା ମାନଙ୍କୁ ସମ୍ମିଳିତ କରିଛନ୍ତି । ଆଶା ଏହା ନିଶ୍ଚୟ ପାଠକୀୟ ଆଦୃତି ଲାଭ କରିବା ସଙ୍ଗେ ସଙ୍ଗେ ସମାଜକୁ ସୁଧାରିବାରେ ସହାୟକ ହେବ । Tab Content 6Author Website:Countries AvailableAll regions |
||||