|
|
|||
|
||||
Overviewଭାଗବତ ହେଉଛି ଭାବର ବିଷୟ । ଓଡ଼ିଆ ଭାବେ ଏପରି କୌଣସି ବ୍ୟକ୍ତି ନାହିଁ ଯେ ଭାଗବତ ବିଷୟରେ ଜାଣିନାହିଁ । ଶିକ୍ଷିତ ଅଶିକ୍ଷିତ ନିର୍ବିଶେଷରେ ସମସ୍ତଙ୍କ ମୁଖରେ ଭାଗବତର ବାସ । ଭାଗବତ ଦେବତା ସ୍ୱୟଂ । ସେ ଗାଦିଗୋସାଇଁ । ଏଣୁ ତାଙ୍କ ପାଇଁ ଗାଁ ଗାଁରେ ତୋଳା ହୋଇଛି ଭାଗବତ ଘର । ଓଡ଼ିଶାର ପୂର୍ବଞ୍ଚଳରେ ଏହା 'ଭାଗବତ ଟୁଙ୍ଗୀ' ଏବଂ ପଶ୍ଚିମାଞ୍ଚଳରେ 'ଗୁଢ଼ିଘର' ନାମରେ ପରିଚିତ । ଏହା ନ୍ୟାୟାଳୟ, ମନ୍ଦିର, ଅତିଥି ଗୃହ, ସୂଚନା କେନ୍ଦ୍ର, ଶିକ୍ଷାକେନ୍ଦ୍ର ଆଦିର ପରିଚୟ ପାଇଛି । ଏହି ପୁସ୍ତକରେ ଭାଗବତ ସମ୍ୱନ୍ଧରେ ରଚିତ ଦଶଗୋଟି ପ୍ରବନ୍ଧ ସ୍ଥାନ ପାଇଛି । ଆଲୋଚନା ଦୃଷ୍ଟିରୁ ଏହାକୁ ତିନୋଟି ପରିଚ୍ଛେଦରେ ବିଭକ୍ତ କରାଯାଇଛି । ପ୍ରଥମ ପରିଚ୍ଛେଦରେ ଭାଗବତର ସାଂସ୍କୃତିକ ଓ ସାହିତ୍ୟିକ ମୂଲ୍ୟାୟନ, ଦ୍ୱିତୀୟ ପରିଚ୍ଛେଦରେ ଭାଗବତର ଭାଷାତାତ୍ତ୍ୱିକ ମୂଲ୍ୟାୟନ ଏବଂ ତୃତୀୟ ପରିଚ୍ଛେଦରେ ଭାଗବତର ତୁଳନାତ୍ମକ ଅଧ୍ୟୟନ ସ୍ଥାନ ପାଇଛି । Full Product DetailsAuthor: Kalpataru NayakPublisher: Black Eagle Books Imprint: Black Eagle Books Dimensions: Width: 14.00cm , Height: 0.90cm , Length: 21.60cm Weight: 0.172kg ISBN: 9781645608202ISBN 10: 1645608204 Pages: 144 Publication Date: 08 January 2026 Audience: General/trade , General Format: Paperback Publisher's Status: Active Availability: Available To Order We have confirmation that this item is in stock with the supplier. It will be ordered in for you and dispatched immediately. Language: Oriya Table of ContentsReviewsAuthor Informationଡକ୍ଟର କଳ୍ପତରୁ ନାୟକ, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଜଣେ ବରିଷ୍ଠ ଗବେଷକ । ସେ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟରୁ କଳାବିଭୂଷଣ ଉପାଧି ଲାଭ କରିଛନ୍ତି । ଅଧୁନା ସେ ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ଆୟୋଜିତ ଓଡ଼ିଆ ବିଷୟକ ଓଡ଼ିଶା ଶିକ୍ଷାସେବା (ପର୍ଯ୍ୟାୟ-୧) (ଙଋଝ-ଝଗ୍ଧବଶର-୧) ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରି ଆଦର୍ଶ ସ୍ନାତକ ମହାବିଦ୍ୟାଳୟ, ବୌଦ୍ଧର ଓଡ଼ିଆ ବିଭାଗରେ ସହକାରୀ ପ୍ରଫେସର ଭାବେ କାର୍ଯ୍ୟରତ । ତାଙ୍କ ଦ୍ୱାରା ରଚିତ ପୁସ୍ତକଗୁଡ଼ିକର ନାମ - ଭାଗବତର ଭାଷା ବିଶ୍ଳେଷଣ, ବରରୁଚିଙ୍କ ପ୍ରାକୃତ ପ୍ରକାଶ(ସଂ), ଓଡ଼ିଆ ଭାଷାର ମୂଳ ପ୍ରାକୃତ ଭାଷା । ଭାଗବତ ଚର୍ଚ୍ଚା ପୁସ୍ତକଟି ତାଙ୍କର ନୂତନ ଗବେଷଣାଧର୍ମୀ ସମାଲୋଚନା ପୁସ୍ତକ । ଓଡ଼ିଆ ସମାଲୋଚନା କ୍ଷେତ୍ରକୁ ଏହି ପୁସ୍ତକଟି ସମୃଦ୍ଧ କରିବା ସହ ପାଠକୀୟ ଶ୍ରଦ୍ଧାଲାଭ କରିବ ବୋଲି ଲେଖକଙ୍କର ଆଶା ଓ ବିଶ୍ୱାସ । Tab Content 6Author Website:Countries AvailableAll regions |
||||