|
![]() |
|||
|
||||
Overviewକଥା ସମ୍ରାଟ ଫକୀରମୋହନୋତ୍ତର ଓଡ଼ିଆ ଗଳ୍ପ ସାହିତ୍ୟ ଜଗତର ଅପ୍ରତିଦ୍ୱନ୍ଦ୍ୱୀ, ଅନୁପମ ବିନ୍ଧାଣି ସୁରେନ୍ଦ୍ର ମହାନ୍ତି । ସେଇ ମୂର୍ଦ୍ଧନ୍ୟ ସ୍ରଷ୍ଟାଙ୍କର ନିର୍ବାଚିତ ୨୬ ଗୋଟି ଗଳ୍ପ ଉପରେ ଆଧାରିତ ଡ. ସେଣଙ୍କର ଏକ ଭିନ୍ନ ସ୍ୱାଦର ଦ୍ୱାଦଶ ସମୀକ୍ଷା ପୁସ୍ତକ 'ଭାବ ଓ ଭାଷାର ସମ୍ରାଟ ସୁରେନ୍ଦ୍ର' । ଆଲୋଚିତ ପ୍ରତିଟି ଗଳ୍ପର ଭାଷା ବିଭବ ସହ ଭାବ ବିଳାସର ଚାତୁର]୍ୟ୍ୟପୂର୍ଣ୍ଣ ଚିତ୍ରାୟନ ପୁସ୍ତକଟିର ଅନନ୍ୟ ଆକର୍ଷଣ । ବିପୁଳ ପାଠକୀୟ ଶ୍ରଦ୍ଧାଲାଭ କଲେ ଶ୍ରମ ସାର୍ଥକ ହେବ । Full Product DetailsAuthor: Sarbeswar SenaPublisher: Black Eagle Books Imprint: Black Eagle Books Dimensions: Width: 14.00cm , Height: 1.30cm , Length: 21.60cm Weight: 0.290kg ISBN: 9781645604983ISBN 10: 1645604985 Pages: 224 Publication Date: 29 December 2023 Audience: General/trade , General Format: Paperback Publisher's Status: Active Availability: Available To Order ![]() We have confirmation that this item is in stock with the supplier. It will be ordered in for you and dispatched immediately. Table of ContentsReviewsAuthor Informationସାମ୍ପ୍ରତିକ ଓଡ଼ିଆ ସମାଲୋଚନା ସାହିତ୍ୟ ଜଗତରେ ଡକ୍ଟର ସର୍ବେଶ୍ୱର ସେଣ ଜଣେ ବହୁ ବିଦିତ, ବହୁ ଚର୍ଚ୍ଚିତ ପ୍ରାଜ୍ଞପୁରୁଷ । ବିଶିଷ୍ଟ ଶିକ୍ଷାବିତ୍], ନିପୁଣ ସ୍ତମ୍ଭକାର, ଲବ୍ଧପ୍ରତିଷ୍ଠ ପ୍ରାବନ୍ଧିକ ଭାବେ ତାଙ୍କର ଅମାପ ଖ୍ୟାତି । ବିଶ୍ଳେଷଣାତ୍ମକ ଦୃଷ୍ଟିଭଙ୍ଗୀର ଅପରୂପ ସୁଷମା ତାଙ୍କୁ ସ୍ୱତନ୍ତ୍ର କରି ଚିହ୍ନାଇଦିଏ । ନିରପେକ୍ଷ ଚିନ୍ତନ, ପ୍ରକାଶ ଶୈଳୀର ଅଭିନବତ୍ୱ, ବ୍ୟବହାରିକ ଗଦ୍ୟ ଭାଷା ସହିତ କବିତ୍ୱପୂର୍ଣ୍ଣ ଯୁଗଳବନ୍ଦୀର ସୁନ୍ଦର ଉପସ୍ଥାପନ-ଏସବୁ ତାଙ୍କୁ ସୁଧୀ ପାଠକ ମହଲରେ ଏକ ନିଆରା ଆସନ ପ୍ରଦାନ କରିଛି । ମୌଳିକ ପ୍ରତିବେଦନ, ସଠିକ ଆକଳନ, ବୁଦ୍ଧିଦୀପ୍ତ ବିଭାରେ ତାଙ୍କ ସୃଷ୍ଟି ଅତୀବ ମଞ୍ଜୁଳ । ତାହାହିଁ ତାଙ୍କର ସ୍ୱତନ୍ତ୍ରତା, ଅନନ୍ୟ ବିଶେଷତ୍ୱ ।ଏ-ଯାବତ୍ ଡ. ସେଣ ଆମ ସାରସ୍ୱତ ଜଗତକୁ ୧୧ ଖଣ୍ଡ ସମାଲୋଚନା ଧର୍ମୀ ପୁସ୍ତକ ଭେଟି ଦେଇଛନ୍ତି । ଲେଖକଙ୍କ ଦ୍ୱାରା ରଚିତ 'କାଳ ଓ କଳାର ଶିଳ୍ପୀ ସୁରେନ୍ଦ୍ର' ପ୍ରବନ୍ଧ ପୁସ୍ତକ ପୂର୍ବରୁ ପ୍ରକାଶିତ । ଏଥିରେ ସୁରେନ୍ଦ୍ରଙ୍କ ସମକାଳୀନ ଶିକ୍ଷା, ସାହିତ୍ୟ, ସାମ୍ବାଦିକତା, ରାଜନୀତିକ ପ୍ରାଣସ୍ପନ୍ଦନର ଚିତ୍ର ଏକ ଅଭିନବ କଳାତ୍ମକ ଶୈଳୀରେ ବିଶ୍ଳେଷଣ କରାଯାଇଛି । Tab Content 6Author Website:Countries AvailableAll regions |