|
![]() |
|||
|
||||
Overview୧୯୯୦-୯୧ ମସିହା ଭାରତର ଅର୍ଥନୈତିକ ଇତିହାସର ଏକ ସନ୍ଧିକ୍ଷଣ । ଏହି ସମୟରେ ହିଁ ଭାରତର ଆର୍ଥିକ ଉଦାରୀକରଣ ନୀତିର ପ୍ରଚଳନ ହୋଇଥିଲା । ଏହି ଆର୍ଥିକ ଉଦାରୀକରଣ ବ୍ୟବସ୍ଥାର ପ୍ରଭାବ ବିଗତ ତିରିଶବର୍ଷ ଧରି ଭାରତୀୟ ଜନଜୀବନରେ ଅନେକ ପରିବର୍ତ୍ତନ ଆଣିଛି । ବିଦେଶୀ କମ୍ପାନୀମାନେ ଭାରତୀୟ ବଜାରରେ ପ୍ରବେଶ କରିଥିବାରୁ ଭାରତୀୟ ଗ୍ରାହକମାନେ ଲାଭବାନ ହୋଇଛନ୍ତି । ବିଦେଶୀ ପୁଞ୍ଜିର ସଫଳ ବିନିଯୋଗ ହେତୁ ଭାରତୀୟ ପ୍ରତିଭୂତି ବଜାରର ସୂଚନାଙ୍କ ବହୁମାତ୍ରାରେ ବୃଦ୍ଧିପାଇଛି । ଆୟାତ-ନିର୍ଯ୍ୟାତ ଆଇନ୍]ରେ ପରିବର୍ତ୍ତନ ହେତୁ ଭାରତୀୟ କମ୍ପାନୀମାନେ ବିଶ୍ୱ ବଜାରରେ ନିଜର ଉତ୍ପାଦ ବିକିବା ସହ ନୂତନ ଜ୍ଞାନକୌଶଳ ଆହରଣ କରି ବିଦେଶୀ କମ୍ପାନୀମାନଙ୍କୁ କିଣିବାରେ ସକ୍ଷମ ହୋଇଛନ୍ତି । ଆର୍ଥିକ ଉଦାରୀକରଣର ଏହିଗୁଡ଼ିକ ହେଲା ଯୁକ୍ତାତ୍ମକ ପ୍ରଭାବ । ସମାଜରେ ବଢ଼ୁଥିବା ଧନୀ-ଗରିବର ତାରତମ୍ୟ, ଭ୍ରଷ୍ଟାଚାର, ସର୍ବସାଧାରଣ ସମ୍ପତ୍ତି ଉପରେ ପ୍ରମୁଖ ଭାରତୀୟ ନିଜ କ୍ଷେତ୍ର କମ୍ପାନୀମାନଙ୍କର ଲୋଲୁପଦୃଷ୍ଟି ଏବଂ ସାଂସ୍କୃତିକ ପ୍ରଦୂଷଣ ସହ ଯୌଥ ପାରିବାରିକ ବ୍ୟବସ୍ଥାର ଭଙ୍ଗୁରତା ବୃଦ୍ଧିପାଇବା ଅତ୍ୟନ୍ତ ଚିନ୍ତାର ବିଷୟ । ନବେ ଦଶକର ଆରମ୍ଭରୁ ମୋର ଧ୍ୟାନ, ଅନୁଶୀଳନ ଓ ଗବେଷଣା ଭାରତର ଅର୍ଥନୈତିକ ବ୍ୟବସ୍ଥା, ବଜାର ଓ ଏହାର ପ୍ରଭାବ ଏବଂ ଗ୍ରାହକୀୟ ବ୍ୟବହାର ଉପରେ ରହିଛି । ବଜାର ବ୍ୟବସ୍ଥା ଓ ଗ୍ରାହକ ବ୍ୟବହାରର ଛାତ୍ର ଏବଂ ପରବର୍ତ୍ତୀ ସମୟରେ ଶିକ୍ଷକ ହୋଇଥିବାରୁ ମୁଁ ବିଭିନ୍ନ ସମୟରେ ସାଧାରଣ ପାଠକମାନଙ୍କ ପାଇଁ ବୋଧଗମ୍ୟ ଭାଷାରେ 'ବଜାର ଯୁଦ୍ଧ' ନାମରେ ବିଭିନ୍ନ ଖବରକାଗଜ ଓ ପତ୍ରପତ୍ରିକାରେ ଲେଖିବା ଆରମ୍ଭ କରିଥିଲି । ଅର୍ଥନୀତିର ଜଟିଳ ଗଣିତ ଓ ବ୍ୟାଖ୍ୟାରୁ ମୁକ୍ତ କରି ବଜାର ଓ ବ୍ରାଣ୍ଡ ସମ୍ବନ୍ଧୀୟ ବିଭିନ୍ନ ରୋଚକ ତଥ୍ୟମାନଙ୍କୁ ସାଧାରଣ ପାଠକ ସାମ୍]ନାରେ ପ୍ରସ୍ତୁତ କରିଥିଲି । ଏପରି ଏକ ସ୍ତମ୍ଭ ପ୍ରକାରାନ୍ତରେ ଓଡ଼ିଶାର ଖବରକାଗଜ ଜଗତରେ ଏକ ସଫଳ ପରୀକ୍ଷା ବୋଲି ଅନେକ ମତ ଦେଇଥିଲେ । Full Product DetailsAuthor: Tapan Kumar PandaPublisher: Black Eagle Books Imprint: Black Eagle Books Dimensions: Width: 14.00cm , Height: 1.00cm , Length: 21.60cm Weight: 0.218kg ISBN: 9781645604211ISBN 10: 1645604217 Pages: 166 Publication Date: 31 August 2023 Audience: General/trade , General Format: Paperback Publisher's Status: Active Availability: Available To Order ![]() We have confirmation that this item is in stock with the supplier. It will be ordered in for you and dispatched immediately. Table of ContentsReviewsAuthor Informationଡକ୍ଟର ତପନ କୁମାର ପଣ୍ଡା ବ୍ୟବସାୟ ପରିଚାଳନା କ୍ଷେତ୍ରରେ ଭାରତରେ ଜଣେ ଜଣାଶୁଣା ପ୍ରାଧ୍ୟାପକ । ସେ ଏକାଧାରରେ କବି, ଗାଳ୍ପିକ ଓ ଅନୁବାଦକ । ଯୁକ୍ତରାଷ୍ଟ୍ର ଆମେରିକାର ହ୍ୟୁଷ୍ଟନ୍ ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ଲାଭକରି ସେ ଭାରତର ପ୍ରମୁଖ ଅନୁଷ୍ଠାନ ଭାରତୀୟ ପ୍ରବନ୍ଧ ସଂସ୍ଥାନରେ ପ୍ରାଧ୍ୟାପକ ଭାବରେ କାର୍ଯ୍ୟ କରିଛନ୍ତି । ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ଲେଖୁଥିବା ଡ. ପଣ୍ଡା ପ୍ରମୁଖ ଭାରତୀୟ ଓ ବହୁଦେଶୀୟ କମ୍ପାନୀମାନଙ୍କ ପାଇଁ ବହୁ ବିଜ୍ଞାପନ ଲେଖିବା ସହ ତାଙ୍କର ପଚିଶଟି ବହି ଜାତୀୟ ଓ ଅନ୍ତର୍ଜାତୀୟ ପ୍ରକାଶକଙ୍କ ଦ୍ୱାରା ପ୍ରକାଶିତ ହୋଇଛି । ଜଣେ ସଫଳ ଅନୁବାଦକ ଭାବରେ ସେ ୭ଟି ଓଡ଼ିଆ ଗଳ୍ପ ଓ ଉପନ୍ୟାସ ପୁସ୍ତକକୁ ଇଂରାଜୀରେ ଅନୁବାଦ କରିଛନ୍ତି । 'ଦି ନକ୍ସଲାଇଟ୍ ଏଣ୍ଡ ଅଦର୍ ଷ୍ଟୋରିଜ୍]' ଗଳ୍ପ ସଂକଳନ ସମେତ ତାଙ୍କର ଦୁଇଟି ମୌଳିକ ଗଳ୍ପ ପୁସ୍ତକ ଓ ଦୁଇଟି ମୌଳିକ କବିତା ପୁସ୍ତକ ରହିଛି । ସମ୍ପ୍ରତି ପୁଣେ ସ୍ଥିତ ଏମ୍]ଆଇଟି ବିଶ୍ୱଶାନ୍ତି ବିଶ୍ୱ ବିଦ୍ୟାଳୟରେ ଉପକୁଳଗୁରୁ ହିସାବରେ କାର୍ଯ୍ୟରତ ଡ. ପଣ୍ଡା ତପସ୍ୟା ଫାଉଣ୍ଡେସନ୍]ର ପ୍ରତିଷ୍ଠାତା । ସେ ରାଜ୍ୟ ତଥା ଜାତୀୟ ସ୍ତରର ଖବରକାଗଜରେ ବଜାର, ଅର୍ଥନୀତି ଓ ବ୍ୟବସାୟ ସମ୍ବନ୍ଧୀୟ ଅନେକ ସ୍ତମ୍ଭ ଲେଖିବା ସହ ବିଭିନ୍ନ ଟେଲିଭିଜନ ଚ୍ୟାନେଲର ଆଲୋଚନାରେ ଭାଗ ନିଅନ୍ତି । 'ବଜାର ଯୁଦ୍ଧ' ସ୍ତମ୍ଭ ଶୀର୍ଷକରେ ତାଙ୍କର ପ୍ରକାଶିତ ଅନେକ ଆଲେଖ୍ୟମାନଙ୍କ ମଧ୍ୟରୁ ବଛା ବଛା ଲେଖାମାନଙ୍କୁ ନେଇ ଏହି ସଂକଳନଟି ପ୍ରକାଶିତ ହେଉଛି । Tab Content 6Author Website:Countries AvailableAll regions |