Baibhaba Manobigyana (Positive Psychology)

Author:   Fakir Mohan Sahoo ,  Kalpana Sahoo
Publisher:   Black Eagle Books
ISBN:  

9781645601371


Pages:   350
Publication Date:   29 May 2024
Format:   Paperback
Availability:   Available To Order   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Our Price $47.52 Quantity:  
Add to Cart

Share |

Baibhaba Manobigyana (Positive Psychology)


Add your own review!

Overview

ବୈଭବ ମନୋବିଜ୍ଞାନର ପରିକଳ୍ପନା କେବଳ ଏକ ସାରସ୍ୱତ ଅଭୀପ୍]ସା ନୁହେଁ, ଏହା ଏକ ସଚେତନଶୀଳ ଦାୟିତ୍ୱବୋଧର ପରିପ୍ରକାଶ । ଆମର ସମସ୍ତ ଆର୍ଥିକ ପ୍ରଗତି ସତ୍ତ୍ୱେ ବ୍ୟକ୍ତିଗତ ଜୀବନ ଯେପରି ବିଷାଦଗ୍ରସ୍ତ ହୋଇଉଠୁଛି ଏବଂ ସମଷ୍ଟିଗତ ଜୀବନ ଯେପରି ବେଦନାକ୍ଳିଷ୍ଟ ହୋଇଉଠୁଛି, ସେ ପରିପ୍ରେକ୍ଷୀରେ ବିଷବୟଳରୁ ମୁକ୍ତ ହେବାର ଇଚ୍ଛା ଏକ ସ୍ୱାଭାବିକ ପ୍ରକ୍ରିୟା । ସୌଭାଗ୍ୟବଶତଃ ମନୋବିଜ୍ଞାନ ଓ ସମାଜବିଜ୍ଞାନର ଅଧ୍ୟୟନ ଓ ଗବେଷଣା ରାଜ୍ୟରେ ମଧ୍ୟ ଏ ପ୍ରକାର ମାନସିକତା ପ୍ରତିଧ୍ୱନିତ । ପୁସ୍ତକଟି ଅନୁସନ୍ଧିତ୍ସୁ ସମସ୍ତ ପାଠକପାଠିକା ପାଇଁ ଉଦ୍ଦିଷ୍ଟ । ତଥାପି ପ୍ରଚଳିତ ପାଠ୍ୟକ୍ରମକୁ ପୁରୋଭାଗରେ ରଖି କେତେକ ସ୍ୱତନ୍ତ୍ର ସତର୍କତା ଅବଲମ୍ବନ କରାଯାଇଛି । ଭାବ ଓ ଭାଷା ମଧ୍ୟରେ ସମନ୍ୱୟ ରକ୍ଷା କରିଯିବାର ପ୍ରଯତ୍ନ ହୋଇଛି । ଓଡ଼ିଆ ଭାଷା ଆଧୁନିକ ଭାବଧାରାର ବାହକ ହୋଇପାରେ, ଲେଖକ ଏପରି ବିଶ୍ୱାସର ଏକାନ୍ତ ଅନୁଗତ । ସୁତରାଂ ସାରସ୍ୱତ ସୌନ୍ଦର୍ଯ୍ୟ ପ୍ରତି ସମ୍ମାନ ରକ୍ଷା କରାଯାଇ ପୁସ୍ତକଟି ରଚନା କରାଯାଇଛି । ପ୍ରତ୍ୟେକ ଛାତ୍ରଛାତ୍ରୀ ଏବଂ ଶ୍ରଦ୍ଧାଶୀଳ ପାଠକପାଠିକା ଉପକୃତ ହେଲେ ପରବର୍ତ୍ତୀ ଯୋଜନା ଅଧିକ ତ୍ୱରାନ୍ୱିତ ହେବ ।

Full Product Details

Author:   Fakir Mohan Sahoo ,  Kalpana Sahoo
Publisher:   Black Eagle Books
Imprint:   Black Eagle Books
Dimensions:   Width: 14.00cm , Height: 2.00cm , Length: 21.60cm
Weight:   0.445kg
ISBN:  

9781645601371


ISBN 10:   1645601374
Pages:   350
Publication Date:   29 May 2024
Audience:   General/trade ,  General
Format:   Paperback
Publisher's Status:   Active
Availability:   Available To Order   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Table of Contents

Reviews

Author Information

ଡ. ଫକୀର ମୋହନ ସାହୁ ପିଏଚ୍].ଡି. (କୁଇନ୍ସ, କାନାଡ଼ା) ବର୍ତ୍ତମାନ ଏକ୍ସ.ଆଇ.ଏମ୍]. ବିଶ୍ୱବିଦ୍ୟାଳୟରେ (ଭୁବନେଶ୍ୱର) ପରିଦର୍ଶକ ପ୍ରଫେସର୍ ରୂପେ କାର୍ଯ୍ୟରତ । ସେ ଉତ୍କଳ ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନ ବିଭାଗର (ଅଗ୍ରଶିକ୍ଷା କେନ୍ଦ୍ର) ପୂର୍ବତନ ପ୍ରଫେସର୍ ଓ ବିଭାଗୀୟ ମୁଖ୍ୟ ରୂପେ ତିନି ଦଶନ୍ଧିରୁ ଅଧିକ କାଳ ଶିକ୍ଷାଦାନ କରିଛନ୍ତି । ଏତଦ୍]ବ୍ୟତୀତ ଆଇ.ଆଇ.ଟି. (ଭୁବନେଶ୍ୱର) ଏବଂ ଆଇ.ଆଇ.ଏମ୍]. (ରାଞ୍�ଚ) ସହିତ ତାଙ୍କର ଶିକ୍ଷାଦାନ ସମ୍ପୃକ୍ତି ରହିଛି । ସେ ରାଜ୍ୟଗୋଷ୍ଠୀ ବୃତ୍ତି ଲାଭ କରି କାନାଡ଼ାର କୁଇନ୍ସ ବିଶ୍ୱବିଦ୍ୟାଳୟରୁ ପିଏଚ୍].ଡି. ଡିଗ୍ରୀ ହାସଲ କରିଥିଲେ ଏବଂ ଏହି ବିଶ୍ୱବିଦ୍ୟାଳୟରେ କିଛିକାଳ ଶିକ୍ଷାଦାନ ମଧ୍ୟ କରିଥିଲେ । ଭାରତର ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ଏମିରିଟସ୍ ଫେଲୋସିପ୍ ଏବଂ କାରିୟର ପ୍ରାୟ ଚାଳିଶଜଣ ଗବେଷକ ତାଙ୍କର ତତ୍ତ୍ୱାବଧାନରେ ପି.ଏଚ୍].ଡି. ଉପାଧି ଲାଭ କରିଛନ୍ତି । ବହୁ ସଂଖ୍ୟକ ଗବେଷଣା ପ୍ରକଳ୍ପ ଓ ସମ୍ମିଳନୀର ଯୋଗଦେବା ପାଇଁ ସେ ବହୁଦେଶ ଭ୍ରମଣ କରିଛନ୍ତି । ଏଗୁଡ଼ିକ ମଧ୍ୟରେ କାନାଡ଼ା, ଆମେରିକା, ଇଂଲଣ୍ଡ, ଫ୍ରାନ୍ସ, ଜର୍ମାନୀ, ବେଲ୍]ଜିୟମ, ହଲାଣ୍ଡ, ସ୍ପେନ୍], ସୁଇଜର୍]ଲାଣ୍ଡ, ତୁର୍କୀ, ଅଷ୍ଟ୍ରେଲିଆ, ସିଙ୍ଗାପୁର୍ ଏବଂ ସଂଯୁକ୍ତ ଆରବ ରାଷ୍ଟ୍ର ଅନ୍ତର୍ଭୁକ୍ତ । ମନୋବିଜ୍ଞାନ ଓ ପରିଚାଳନା ବିଜ୍ଞାନର ଅଧ୍ୟାପନା ଓ ଗବେଷଣା ବ୍ୟତୀତ ଓଡ଼ିଆ ଭାଷାରେ ପ୍ରବନ୍ଧ-ସାହିତ୍ୟ ଓ ଆଧ୍ୟାତ୍ମିକ ସାହିତ୍ୟ ରଚନାରେ ତାଙ୍କର ସ୍ୱୀକୃତି ରହିଛି । ତାଙ୍କର ରଚିତ ପୁସ୍ତକର ସଂଖ୍ୟା ୪୦ରୁ ଊର୍ଦ୍ଧ୍ୱ ଏବଂ ଏଥିପାଇଁ ସେ ପ୍ରଜାତନ୍ତ୍ର ପ୍ରଚାର ସମିତିର ଝଙ୍କାର ପୁରସ୍କାର ବ୍ୟତୀତ ଓଡ଼ିଶା ସାହିତ୍ୟ ଏକାଡେମୀର ବରିଷ୍ଠ ସାହିତ୍ୟ ସାଧକ ସମ୍ମାନ ଲାଭ କରିଛନ୍ତି । ଡ. କଳ୍ପନା ସାହୁ ବର୍ତ୍ତମାନ ଭୁବନେଶ୍ୱରସ୍ଥିତ ଢଓଗ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର୍ ରୂପେ ଅବସ୍ଥାପିତ । ସେ ଏହି ବିଶ୍ୱବିଦ୍ୟାଳୟର ମାନବ ସମ୍ବଳ ସ୍କୁଲ୍]ରେ Organizational Behaviour ଏବଂ ମନୋବିଜ୍ଞାନ-ସମ୍ବନ୍ଧୀୟ ବିଷୟମାନ ଶିକ୍ଷାପ୍ରଦାନ କରନ୍ତି । ସୁଖାନୁଭୂତି ସମ୍ପର୍କରେ ଗବେଷଣା କରି ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚ୍].ଡି. ଉପାଧି ହାସଲ କରିଛନ୍ତି । ଦୀର୍ଘ ପନ୍ଦର ବର୍ଷରୁ ଅଧିକ ସମୟର ଗବେଷଣା ଓ ଅଧ୍ୟାପନା ଅଭିଜ୍ଞତା ରହିଛି । ସୁଖାନୁଭୂତି ବ୍ୟତୀତ ଭାବ-ବୁଦ୍ଧି, ଅଧ୍ୟାତ୍ମ-ବୁଦ୍ଧି, ନେତୃତ୍ୱ ଶୈଳୀ, ବ୍ୟକ୍ତିତ୍ୱ, ଉତ୍କର୍ଷ କାର୍ଯ୍ୟ-ଜୀବନ, ଆଶାବାଦିତା ଏବଂ କାର୍ଯ୍ୟଦକ୍ଷତା ବଳୟ ସମ୍ପର୍କରେ ତାଙ୍କର ଅଧ୍ୟାପନା ଓ ଗବେଷଣା ରହିଛି । ବିଶେଷତଃ ବୈଭବ ମନୋବିଜ୍ଞାନର ବହୁ ଦିଗବିଦିଗ ସମ୍ପର୍କରେ ତାଙ୍କର ଗବେଷଣା ରହିଛି । ତାଙ୍କର ବହୁ ଗବେଷଣାମୂଳକ ସନ୍ଦର୍ଭ ଦେଶ ବିଦେଶର ପତ୍ରିକାରେ ସ୍ଥାନ ପାଇଛି । ଶିକ୍ଷାର୍ଥୀ ଓ ଜନସାଧାରଣଙ୍କ ପାଇଁ ଉପଯୋଗୀ ଉପଦେଶନ (କାଉନ୍]ସେଲିଂ) କ୍ଷେତ୍ରରେ ସେ ସୁନାମ ଅର୍ଜ୍ଜନ କରିଛନ୍ତି ।

Tab Content 6

Author Website:  

Customer Reviews

Recent Reviews

No review item found!

Add your own review!

Countries Available

All regions
Latest Reading Guide

MRG2025CC

 

Shopping Cart
Your cart is empty
Shopping cart
Mailing List