|
![]() |
|||
|
||||
Overview"ବଦଳିବାର ବେଳ ଗୋଟିଏ ଅସ୍ପୃହା; ଯେଉଁଥିରେ ବ୍ୟକ୍ତି-ମଣିଷଟି ସାମାଜିକ ମଣିଷରେ ରୂପାନ୍ତରିତ ହେବାର ଅନିନ୍ଦ୍ୟ ଅଭିଳାଷ ତା' ଭିତରେ ରହିଥାଏ । ରାଜନୀତିକ ଇଚ୍ଛାଶକ୍ତି ଓ ନିଷ୍ଠାପର ଶାସନତନ୍ତ୍ର ହେଉଛି ଏକମାତ୍ର ଆୟୁଧ, ଯାହା ମାଧ୍ୟମରେ ସମାଜର ପରିବର୍ତ୍ତନ ସମ୍ଭବପର ହୋଇଥାଏ । ମାତ୍ର ଏହି ଦୁଇଟି ବ୍ୟବସ୍ଥାର ଅପାରଗତା ଓ ନିଷ୍କ୍ରିୟତା କେବଳ ଦେଶର ପ୍ରଗତିରେ ପ୍ରତିବନ୍ଧକ ସାଜେ ନାହିଁ, ପରନ୍ତୁ ଜୀବନ ବଞ୍�ଚବାର ସୁଖଦ ମୂହୂର୍ତ୍ତଗୁଡ଼ିକୁ ଧୂଳିଧୂସରିତ କରିଥାଏ ବୋଲି କବି ନାୟକ ଅନୁଭବ କରିଛନ୍ତି । ଗଣତନ୍ତ୍ର ରୂପାନ୍ତରିତ ହୋଇଛି ଥାଳତନ୍ତ୍ରରେ ଏବଂ ଶାସନ ବ୍ୟବସ୍ଥାରେ ଅନାଡ଼ି ଅପରାଧୀଙ୍କ ଭିଡ଼ ସମାଜକୁ ତ୍ରସ୍ତ କରିଛି । ରାଜନୈତିକ ପ୍ରକ୍ରିୟା ଓ ଏଥିରେ ଅଂଶୀଭୂତ କିଛି ମଣିଷଙ୍କ ଅର୍ଥଲିପ୍]ସୁ ମନୋଭାବ ଓ କ୍ଷମତାର ପ୍ରଲୋଭନ ଜନଗଣଙ୍କୁ ଗୋଟିଏ ଅନିଶ୍ଚିତ ଜୀବନ ମଧ୍ୟକୁ ମୁହାଁଇ ଦେଇଛି । ଫଳତଃ, ମନ୍ଦାମଣିଷ ଭିତରେ ସୃଷ୍ଟି ହୋଇପାରୁନାହିଁ ପ୍ରତିବାଦର ସ୍ୱର ଓ ସମାଜ ପରିବର୍ତ୍ତନ ନିମନ୍ତେ ଆନ୍ତରିକ ଆକାଙ୍]କ୍ଷା । ବିକାଶ ନିମନ୍ତେ ଉଦ୍ଦିଷ୍ଟ ଅର୍ଥକୁ ଆତ୍ମସାତ୍ ନିରନ୍ତର କରିଚାଲିଛନ୍ତି ଜନନାୟକଙ୍କଠାରୁ ଦାପ୍ତରିକ ଜନତା ପର୍ଯ୍ୟନ୍ତ । ତେଣୁ କବି କୁହନ୍ତି- ""କର୍କଟ ରୋଗର କୋଷ ପରି ବଟି ତେଣୁ ଅଣାୟତ୍ତ, ଯାହା ବିନାଶ କରି ଚାଲିଛି ଆମ ନୈତିକତା ଓ ବିକାଶର ପଥ ।""" Full Product DetailsAuthor: Krupa Sindhu NayakPublisher: Black Eagle Books Imprint: Black Eagle Books Dimensions: Width: 14.00cm , Height: 0.60cm , Length: 21.60cm Weight: 0.132kg ISBN: 9781645603931ISBN 10: 1645603938 Pages: 98 Publication Date: 10 May 2023 Audience: General/trade , General Format: Paperback Publisher's Status: Active Availability: Available To Order ![]() We have confirmation that this item is in stock with the supplier. It will be ordered in for you and dispatched immediately. Table of ContentsReviewsAuthor Informationଡ. କୃପାସିଂଧୁ ନାୟକ (୧୯୪୬) ଆଧୁନିକ ଓଡ଼ିଆ କାବ୍ୟଧାରାର ଜଣେ ଅନନ୍ୟ ପ୍ରଗତିଶୀଳ ଓ ମାନବବାଦୀ କବି; ମଞ୍ଚ ତଥା ବେତାର ନାଟ୍ୟକାର । ଜନ୍ମ ଶିକ୍ଷକ ପରିବାରରେ ।ବୃତ୍ତିରେ ସରକାରୀ ସେବାନିବୃତ୍ତ ଶଲ୍ୟ ଚିକିତ୍ସା ମୁଖ୍ୟ ପ୍ରାଧ୍ୟାପକ । ଶଲ୍ୟ ଚିକିତ୍ସା ସମ୍ପର୍କିତ କିଛି ରୋଗରେ ଆକ୍ୟୁପଂକ୍]ଚରର ସଫଳତା ନେଇ ପିଏଚ୍]ଡ଼ି କରିଥିବା ଭାରତର ଜଣେ ବିରଳ ଗବେଷକ । କୈଶୋରରୁ ସୃଜନ ପ୍ରତିଭା ପ୍ରତିଫଳିତ ହୋଇଥିଲା ତାଙ୍କ ପ୍ରକାଶିତ ପ୍ରଥମ କବିତା ଗ୍ରନ୍ଥ 'ସ୍ମୃତି ମାନଙ୍କର' (୧୯୭୭)ରେ । ବିଶ୍ୱଚେତନା ସଞ୍ଚାରୀ ତାଙ୍କ ଶବ୍ଦ ଚିତ୍ରରେ ମଣିଷକୃତ ବୈଷମ୍ୟ ଓ ବିବାଦ ହେତୁ ବିପନ୍ନ ବସୁଧାକୁ ମାନବିକତାର ବିଶ୍ୱାୟନରେ ସୁସ୍ଥ, ସୁନ୍ଦର ଓ ସମୃଦ୍ଧ କରିବାର ସମ୍ଭାବନା ନେଇ ସୃଜିତ 'ବଦଳିବାର ବେଳ' । ପୂର୍ବ ପ୍ରକାଶିତ କାବ୍ୟଗ୍ରନ୍ଥ 'କାଗଜ ଘରର କାବ୍ୟ', 'ଭଙ୍ଗା ସମୟ', 'ନୀରବତାର ଶବ୍ଦ', 'ବାୟା ଚଢ଼େଇର ଦୁଃଖ', 'ବ୍ୟଥା ଯେଉଁଠି ଥିଲା' ଓ 'ଅତିକ୍ରମଣ'ରେ ବି ଆଶାବାଦର ଅଭିନବ ସ୍ୱର ଉତ୍ତରିତ । ଅନେକ କବିତା ସଂକଳନ ହିନ୍ଦୀ, ଇଂରାଜୀ ଓ ବଙ୍ଗଳା ଅନୁବାଦ ଜରିଆରେ ସେ ବହୁ ଦିନରୁ ଦେଶ ବିଦେଶର ବୃହତ୍ତର ପାଠକ ସମାଜରେ ସୁପରିଚିତ । ଓଡ଼ିଶା ସାହିତ୍ୟ ଏକାଡ଼େମୀ, ଭୁବନେଶ୍ୱର (୨୦୨୦), ସାରଳା ସାହିତ୍ୟ ସଂସଦ, କଟକ (୨୦୧୬) ସମେତ ଅନେକ ମର୍ଯ୍ୟାଦାଜନକ ରାଜ୍ୟସ୍ତରୀୟ ସମ୍ମାନ ଏବଂ ଜାତୀୟ ସ୍ତରରେ ପ୍ରୟାଗରୁ ହିନ୍ଦୀ ସାହିତ୍ୟ ସମ୍ମେଳନ ସ୍ୱର୍ଣ୍ଣ ଜୟନ୍ତୀ ସମ୍ମାନ (୧୯୯୯) ଓ ଅଖିଳ ଭାରତୀୟ ଭାଷା ବିକାଶ ସଂଗଠନ, ହିନ୍ଦୀ ସଂସ୍ଥାନ ଲକ୍ଷ୍ନୌରୁ 'କବି ଗୌରବ ସମ୍ମାନ' (୨୦୦୯) ପାଇ ସେ ଓଡ଼ିଆ କାବ୍ୟଜଗତକୁ ଗୌରବାନ୍ୱିତ କରିଛନ୍ତି । Tab Content 6Author Website:Countries AvailableAll regions |