|
![]() |
|||
|
||||
Overview'ଆସାମୀ ଓ ଅନ୍ୟାନ୍ୟ ନାଟକ'ରେ ଯେଉଁ ତିନିଟି ନାଟକ ସଂକଳିତ ହୋଇଛି ସେଗୁଡ଼ିକ ହେଲା 'ଆସାମୀ', 'ନୂଆ ଠିକଣା' ଏବଂ 'ମାୟା' । ଏ ନାଟକଗୁଡ଼ିକ ୨୦୧୬ ଓ ୨୦୧୭ରେ ଯଥାକ୍ରମେ ଉତ୍ତରପୁରୁଷ, ନାଟ୍ୟଚେତନା ଓ ଶତାବ୍ଦୀର କଳାକାର ଦ୍ୱାରା ପ୍ରଥମେ ମଞ୍ଚସ୍ଥ ହୋଇଥିଲା । ନାଟକ ସଂପର୍କରେ ନାଟକ 'ଆସାମୀ', ନୋଟ୍ ଓ ଭୋଟ୍]ର ରାଜନୀତି ଭିତରେ ଛନ୍ଦି ପଡ଼ିଥିବା, ମାଟି ଓ ଭାଟିର ବିଷଚକ୍ରରୁ ମୁକୁଳି ପାରୁ ନ ଥିବା ଗୋଟେ ସାଧାରଣ ପରିବାରର କାହାଣୀ; ଯେଉଁ ପରିବାର କେବଳ ଚାହୁଁଥଲା, ଦିନରେ ଦୁଇଓଳି ଭାତ, ରାତିରେ ଦି ପହଡ଼ ମିଠା ନିଦ ଏବଂ ଗୋଟେ ଗେଲବସରିଆ ଘରକରଣା । କିନ୍ତୁ ମଝିବାଟରେ ନିଶାପାଣି ଭଳି ଅପଦେବତାର ବିଷବୃଷ୍ଟି ଜାଳିପୋଡ଼ି ଛାରଖାର କରିଦିଏ ସେମାନଙ୍କର ସ୍ୱପ୍ନ । ସମୟକ୍ରମେ ନିଶାସକ୍ତ ମଣିଷ ବୁଝିପାରେ - ଯୋଉ ନିଶାପାଣିକୁ ସେ ଅମୃତ ଭାବି ଦିନେ ଓଠ ପାଖରେ ଧରିଥିଲା, ସେଇ ନିଶାପାଣି ହଳାହଳ ବିଷ ହେଇ ତାର ସୁନା ସଂସାରକୁ ଚୂନା କରିଚି । ମାତ୍ର ସେତେବେଳକୁ ଅନେକ ବିଳମ୍ବ ହୋଇଯାଇଥାଏ । ନିଜର ସ୍ୱପ୍ନ ଓ ସମ୍ଭାବନାଠାରୁ ସେ ଚାଲିଯାଇଥାଏ ଅପହଞ୍ଚ ଦୂରତାକୁ । ମାଟି, ଭାଟି, ନୋଟ୍ ଓ ଭୋଟ୍]ର ମୁନାଫାଖୋର ପଞ୍ଝା, ନାରୀ ମାଉଁସ ଲୋଭୀ କପଟୀମାନଙ୍କର ଭୋକ ଏବଂ ଠିକାଦାରୀ ଶାସନ ବ୍ୟବସ୍ଥାର ଶିକାର ହୁଏ ଏଇ ସାଧାରଣ ମଣିଷ । କ୍ରମେ ସାଧାରଣ ମଣିଷଟି ପରିଣତ ହୁଏ ସଇତାନ୍]ରେ । ନିରପରାଧ ନାଗରିକଟି ରୂପାନ୍ତରିତ ହୁଏ ଅପରାଧୀରେ । ତା ମଥାରେ ମାରିଦିଆଯାଏ ଆସାମୀର ମୋହର । ତେବେ ପ୍ରଶ୍ନ ଉଠେ- ପ୍ରକୃତରେ ଆସାମୀ କିଏ? Full Product DetailsAuthor: Gourahari DasPublisher: Black Eagle Books Imprint: Black Eagle Books Dimensions: Width: 14.00cm , Height: 1.00cm , Length: 21.60cm Weight: 0.227kg ISBN: 9781645604020ISBN 10: 1645604020 Pages: 172 Publication Date: 29 May 2023 Audience: General/trade , General Format: Paperback Publisher's Status: Active Availability: Available To Order ![]() We have confirmation that this item is in stock with the supplier. It will be ordered in for you and dispatched immediately. Table of ContentsReviewsAuthor Information"ଗଳ୍ପ, ଉପନ୍ୟାସ ଏବଂ ଜଳଛବି ରଚନା କ୍ଷେତ୍ରରେ ଅସାମାନ୍ୟ ପ୍ରସିଦ୍ଧି ଅର୍ଜନ କରିଥିବା ଗୌରହରି ଦାସ (୧୯୬୦) ମଧ୍ୟ ଜଣେ ଯଶସ୍ୱୀ ନାଟ୍ୟକାର । ତାଙ୍କର ପ୍ରଥମ ନାଟକ ""ଅପରାଧ' ୨୦୦୦ ମସିହାରେ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ଦ୍ୱାରା ଆୟୋଜିତ ନୂଆ ନାଟକ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲା । ଏହାପରେ ତାଙ୍କର ""ଆମ ଘର ନକ୍]ସା' ୨୦୨୧ରେ ପ୍ରକାଶିତ ହୋଇଥିଲା । ତାଙ୍କ ଲିଖିତ ""ଆସାମୀ', ""ମାୟା' ଏବଂ ""ନୂଆ ଠିକଣା' ତିନିଟି ନାଟକ ଏହି ସଂକଳନରେ ସ୍ଥାନିତ ହୋଇଅଛି । ଏତଦ୍ ଭିନ୍ନ ଗୌରହରି ଦାସଙ୍କ କାହାଣୀ ଆଧାରିତ ""ଅହଲ୍ୟାର ବାହାଘର', ""ଫୁଲନୋଳ', ""ଆମ୍ଭେ ସବୁ ଶ୍ୱାନପାଳ', ""ଶିକୁଳି' ପ୍ରଭୃତି ବହୁ ନାଟକ ଓଡ଼ିଶାର ବିଶିଷ୍ଟ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶନାରେ ବିଭିନ୍ନ ମଞ୍ଚରେ ମଞ୍ଚସ୍ଥ ହୋଇଅଛି । ସେହିପରି ""ଘର', ""ଛୁଆ ବାଆଜି', ""ଖୋଳପା', ""ହସ୍ତାକ୍ଷର' ପ୍ରଭୃତି ଟେଲିଭିଜନ୍ ସିରିଆଲ୍ ଓ ଟେଲି-ସିନେମା ଭାବରେ ପ୍ରସାରିତ ହୋଇଅଛି । ୨୦୨୨ରେ ଇଣ୍ଡିଆନ୍ ପାନୋରମାରେ ସ୍ଥାନୀତ ଏବଂ ବିଭିନ୍ନ ସ୍ୱଦେଶୀ-ବିଦେଶୀ ପୁରସ୍କାର ଲାଭ କରିଥିବା ଓଡ଼ିଆ ଫିଲ୍ମ ""ପ୍ରତୀକ୍ଷା' ଗୌରହରି ଦାସଙ୍କ କ୍ଷୁଦ୍ରଗଳ୍ପ ""ବାପା' ଉପରେ ଆଧାରିତ ।ଗୌରହରି ଦାସ ଜାତୀୟ ଏବଂ ରାଜ୍ୟସ୍ତରରେ ବହୁ ପୁରସ୍କାର ଲାଭ କରିଛନ୍ତି । ତା ମଧ୍ୟରୁ କେତୋଟି ହେଲା ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ଶାରଳା ପୁରସ୍କାର, କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ଏବଂ ଉତ୍କଳ ସାହିତ୍ୟ ସମାଜ ପୁରସ୍କାର । ତାଙ୍କ ସାହିତ୍ୟର ବିଶେଷତ୍ୱ ହେଲା, ସକଳ ଅନ୍ଧାର ଭିତରେ ଏହା ଆସ୍ଥାର ଆଲୋକ ଦେଖାଇଥାଏ ।" Tab Content 6Author Website:Countries AvailableAll regions |