Ardha Satabdira Odisha O Tahinre Mo Sthana

Author:   Godabarisha Mishra
Publisher:   Black Eagle Books
ISBN:  

9781645604129


Pages:   218
Publication Date:   15 June 2023
Format:   Paperback
Availability:   Available To Order   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Our Price $36.96 Quantity:  
Add to Cart

Share |

Ardha Satabdira Odisha O Tahinre Mo Sthana


Overview

ପୂଜ୍ୟପାଦ ସ୍ୱର୍ଗତ ପଣ୍ଡିତଜୀ, ଲିଖିତ ସମଗ୍ର ଚରିତକୁ ତୁଣ୍ଡେ ତୁଣ୍ଡେ ଡାକିଯାଇଥିଲେ ଓ ତାହା ଲେଖିଥିଲେ ବାଣପୁର ହାଇସ୍କୁଲର ଶିକ୍ଷକ ଶ୍ରୀ ଜଗନ୍ନାଥ ମହାପାତ୍ର । ଏହି ଲିଖିତ ପାଣ୍ଡୁଲିପିର ଚାରିଭାଗରୁ ତିନିଭାଗ, ସାମାନ୍ୟ କିଛି ପରିବର୍ତ୍ତନ କରି, ପଣ୍ଡିତଜୀ ପୁଣି ନିଜ ହାତରେ ଲେଖିଯାଇଛନ୍ତି । ବାକିତକ ଶ୍ରୀଯୁକ୍ତ ମହାପାତ୍ରଙ୍କ ହାତଲେଖାରେ ଅଛି । ପାଣ୍ଡୁଲିପିକୁ ଅକ୍ଷୁଣ୍ଣ ଓ ଅବ୍ୟାହତ ରଖି ଏହି ମୁଦ୍ରଣ କରାଯାଇଛି । ଆତ୍ମଚରିତକୁ ଦୁଇଭାଗରେ ବିଭକ୍ତ କରିବା ପୂଜ୍ୟପାଦ ପଣ୍ଡିତଜୀଙ୍କର ଅଭିପ୍ରେତ ଥିଲା । ନିଜର ଜନ୍ମଠାରୁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ଅର୍ଥାତ୍ ୧୯୩୬ ମସିହାର ଆରମ୍ଭକାଳ ପର୍ଯ୍ୟନ୍ତ, ପ୍ରାୟ ପଚାଶ ବର୍ଷର ବିଷୟ-ବସ୍ତୁ ପ୍ରଥମ ଭାଗରେ ରହିବା କଥା ଏବଂ ଜୀବନର ପଚାଶ ବର୍ଷର ପରବର୍ତ୍ତୀ ବିଷୟ-ବସ୍ତୁ ଦ୍ୱିତୀୟ ଭାଗରେ ଆଲୋଚ୍ୟ । ସେ ଯେ ସୂଚୀପତ୍ର କରିଛନ୍ତି, ସେଥିରେ ପ୍ରଥମ ଭାଗର ପଞ୍ଚଚାଳିଶ ପରିଚ୍ଛେଦରୁ ଚଉତିରିଶଟି ମାତ୍ର ଲେଖିଛନ୍ତି; ବାକିତକ ଅଲେଖା ରହିଯାଇଛି । ଦ୍ୱିତୀୟ ଭାଗର ସୂଚୀ ଆୟୋଜନ କରି, ସେ ନିଜେ ଲିପିବଦ୍ଧ କରିଥିଲେ ମଧ୍ୟ କିଛି ହେଲେ ବିଷୟ ଲେଖିଯାଇପାରିନାହାନ୍ତି । ଆତ୍ମଚରିତ ଲେଖିବା ସ୍ଥିର କରି ଲେଖା ସେ ୧୯୫୧ ମସିହାର ପୂଜା ସମୟରେ ଆରମ୍ଭ କଲେ । ୧୯୫୬ ମସିହା ଜୁଲାଇ ୨୬ ତାରିଖ ଦିନ ଅପରିକଳ୍ପନୀୟ ଭାବରେ ତାଙ୍କୁ ହଠାତ୍ ବିଦାୟ ନେଇ ଯିବାକୁ ପଡ଼ିଲା ଏ ମର୍ତ୍ତ୍ୟପୁରରୁ ଅମରଧାମକୁ । ସୁତରାଂ ଆତ୍ମଚରିତ, ତାଙ୍କ କଳ୍ପିତ ଆଉ କେତେ କାର୍ଯ୍ୟ ପରି, ଅପୂର୍ଣ୍ଣ ଅବସ୍ଥାରେ ରହିଗଲା । ଏହା ୧୯୫୧ରେ ଲେଖାଯାଇଥିବାରୁ, ସମସାମୟିକ ଘଟନାକୁ ଲକ୍ଷ୍ୟ କରି କେତେକ ସ୍ଥଳରେ ଲେଖା ରହିଛି । ପାଠକ ଯଥାଭାବରେ ତାହା ହୃଦ୍]ବୋଧ କରିବା ଆଶା କରାଯାଏ ।

Full Product Details

Author:   Godabarisha Mishra
Publisher:   Black Eagle Books
Imprint:   Black Eagle Books
Dimensions:   Width: 14.00cm , Height: 1.30cm , Length: 21.60cm
Weight:   0.281kg
ISBN:  

9781645604129


ISBN 10:   1645604128
Pages:   218
Publication Date:   15 June 2023
Audience:   General/trade ,  General
Format:   Paperback
Publisher's Status:   Active
Availability:   Available To Order   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Table of Contents

Reviews

Author Information

ଗୋଦାବରୀଶ ମିଶ୍ର (୧୮୮୬-୧୯୫୬): ଓଡ଼ିଆ ସାହିତ୍ୟ ଧାରାର ଯଶସ୍ୱୀ ସାହିତ୍ୟିକ ପଣ୍ଡିତ ଗୋଦାବରୀଶ ମିଶ୍ର ଜଣେ ଅଦ୍ୱିତୀୟ ସ୍ରଷ୍ଟାପୁରୁଷ । ୧୮୮୬ ଖ୍ରୀଷ୍ଟାବ୍ଦ ଅକ୍ଟୋବର ୨୬ ତାରିଖରେ ସେ ପୁରୀ ଜିଲ୍ଲା ଅନ୍ତର୍ଗତ ବାଣପୁରରେ ଭୂମିଷ୍ଠ ହୋଇଥିଲେ । ପୁରୀ ଜିଲ୍ଲା ସ୍କୁଲ୍]ରୁ ପ୍ରବେଶିକା ପରୀକ୍ଷା, ରେଭେନ୍]ଶା କଲେଜରୁ ଏଫ୍].ଏ. (ଆଇ.ଏ) ଓ ବି.ଏ. ପରେ କଲିକତାରୁ ଅର୍ଥନୀତିରେ ଏମ୍].ଏ. ଶିକ୍ଷାଲାଭ କରି ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ସତ୍ୟବାଦୀ ବନବିଦ୍ୟାଳୟରେ ଶିକ୍ଷକ ଭାବରେ ଯୋଗଦାନ କରିଥିଲେ । ସେ ଏକାଧାରରେ ଥିଲେ ସାହିତ୍ୟିକ, ରାଜନୀତିକ ନେତା ଓ ସମାଜସେବୀ । ସାହିତ୍ୟ କ୍ଷେତ୍ରରେ ବହୁମୁଖୀ ପ୍ରତିଭାର ଅଧିକାରୀ ଗୋଦାବରୀଶ ମିଶ୍ର ଅସଂଖ୍ୟ କବିତା, ନାଟକ, ଉପନ୍ୟାସ, କ୍ଷୁଦ୍ରଗଳ୍ପ, ପ୍ରବନ୍ଧ ଓ ଶିଶୁସାହିତ୍ୟ ରଚନା କରିଛନ୍ତି । ତାଙ୍କର ସାହିତ୍ୟ କୃତିଗୁଡ଼ିକ ମଧ୍ୟରେ ରହିଛି- ଆଲେଖିକା, କଳିକା, କିଶଳୟ, ଚୟନିକା, କୁସୁମ, କବିତା ଚୟନ, ଗୀତାୟନ, ଗୀତିଗୁଚ୍ଛ ଓ ଶିଶୁ କବିତା ଇତ୍ୟାଦି କାବ୍ୟକୃତି, 'ପୁରୁଷୋତ୍ତମ ଦେବ' ଓ 'ମୁକୁନ୍ଦଦେବ' ନାଟକ ଦ୍ୱୟ ଇଂରାଜୀରୁ ଅନୂଦିତ 'ଅଭାଗିନୀ', '୧୮୧୭', 'ଘଟାନ୍ତର' ଓ 'ନିର୍ବାସିତ' ଭଳି ଚାରିଗୋଟି ଉପନ୍ୟାସ, 'ପଞ୍ଚବୀର' ଓ 'ପୁଆଣିଘର' ପ୍ରମୁଖ ଗଳ୍ପ ସଂକଳନ । ୧୯୬୨ ମସିହାରେ ଗୋଦାବରୀଶ ମିଶ୍ରଙ୍କ ଆତ୍ମଜୀବନୀ 'ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ' ନିମନ୍ତେ ତାଙ୍କୁ ମରଣୋତ୍ତର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ହୋଇଛି । ଓଡ଼ିଆ ସାହିତ୍ୟରେ ସ୍ୱତନ୍ତ୍ର ସମ୍ମାନର ଅଧିକାରୀ ଶ୍ରୀ ମିଶ୍ର ୧୯୫୬ ଖ୍ରୀଷ୍ଟାବ୍ଦ ଜୁଲାଇ ୨୬ ତାରିଖରେ ଦେହତ୍ୟାଗ କରିଥିଲେ ।

Tab Content 6

Author Website:  

Countries Available

All regions
Latest Reading Guide

NOV RG 20252

 

Shopping Cart
Your cart is empty
Shopping cart
Mailing List