|
![]() |
|||
|
||||
Overviewସୌଭାଗ୍ୟ କୁମାର ମିଶ୍ର (୧୯୪୧) ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ କବିତା କ୍ଷେତ୍ରରେ ଜଣେ ବହୁ ପରିଚିତ ପ୍ରୟୋଗବାଦୀ କବି । ତାଙ୍କ କବିତାରେ ଆଧୁନିକ ସମସ୍ୟାବହୁଳ ସାମାଜିକ ଜୀବନର ଅସହାୟତା, ଆଶଙ୍କା, ଦ୍ୱନ୍ଦ୍ୱ ଓ ସଂଘର୍ଷର ଚିତ୍ର ଉତ୍]କୀର୍ଣ୍ଣ । ରୋମାଣ୍ଟିକ୍]ଧର୍ମୀ, ଭାବପ୍ରବଣତା, ବିଚ୍ଛିନ୍ନତାବୋଧ, ମୃତ୍ୟୁ ସମ୍ପର୍କୀୟ ଦାର୍ଶନିକ ଅବବୋଧ ଓ ଈଶ୍ୱରଚେତନା ତାଙ୍କ କବିତାର ମୁଖ୍ୟସ୍ୱର । ଭାଷା ପ୍ରୟୋଗରେ ପରିମିତତା ଏବଂ ବସ୍ତୁ ଉପସ୍ଥାପନାରେ ନାଟକୀୟତା ତାଙ୍କ କବିତାରେ ପ୍ରାଧାନ୍ୟ ଲାଭ କରିଛି । କବିତାରେ ମିଥ୍], ପ୍ରତୀକ ଓ ଚିତ୍ରକଳ୍ପ ବ୍ୟବହାରରେ ଓ ଅନ୍ୟାନ୍ୟ ଆଙ୍ଗିକଗତ ପରୀକ୍ଷା-ନିରୀକ୍ଷାରେ ସେ ବହୁ ସଫଳତାର ଅଧିକାରୀ । ତାଙ୍କ ପ୍ରକାଶିତ କବିତା ସଂକଳନ ମଧ୍ୟରେ 'ଆତ୍ମନେପଦୀ', 'ମଧ୍ୟପଦଲୋପୀ', 'ନଈ ପହଁରା', 'ଅନ୍ଧ ମହୁମାଛି', 'ବଜ୍ରଯାନ', 'ଦ୍ୱା ସୁପର୍ଣ୍ଣା', 'ମଣିକର୍ଣ୍ଣିକା', 'ଅନ୍ୟତ୍ର', 'ସଚରାଚର', 'ଉଜ୍ଜୟିନୀ' ଆଦି ଉଲ୍ଲେଖଯୋଗ୍ୟ । ସେ 'ଅନ୍ଧ ମହୁମାଛି' ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ, 'ଦ୍ୱା ସୁପର୍ଣ୍ଣା' ପାଇଁ ସାହିତ୍ୟ ଅକାଦେମୀ ଓ ଗଙ୍ଗାଧର ଜାତୀୟ ପୁରସ୍କାର ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପୁରସ୍କାର ଲାଭ କରିଛନ୍ତି । Full Product DetailsAuthor: Soubhagya Kumar MisraPublisher: Black Eagle Books Imprint: Black Eagle Books Dimensions: Width: 14.00cm , Height: 0.80cm , Length: 21.60cm Weight: 0.168kg ISBN: 9781645605300ISBN 10: 1645605302 Pages: 126 Publication Date: 06 March 2024 Audience: General/trade , General Format: Paperback Publisher's Status: Active Availability: Available To Order ![]() We have confirmation that this item is in stock with the supplier. It will be ordered in for you and dispatched immediately. Table of ContentsReviewsAuthor InformationTab Content 6Author Website:Countries AvailableAll regions |