Trasta Krushnasara

Author:   Sugyani Kumari Sahu
Publisher:   Black Eagle Books
ISBN:  

9781645608790


Pages:   76
Publication Date:   25 May 2026
Format:   Paperback
Availability:   Available To Order   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Our Price $36.96 Quantity:  
Add to Cart

Share |

Trasta Krushnasara


Overview

କବିଟିଏ ଏକ ଭିନ୍ନ ଇଲାକାର ଅଧିବାସୀ; ଯେଉଁ ଇଲାକାରେ ସେ ବିଚରଣ କରେ ତା'ର ଅନୁଭୂତି-ଜିଜ୍ଞାସା-ସୁଷୁପ୍ତି ଆଦି ଆତ୍ମସ୍ଥ କରି। ସମସ୍ତ ଜାଗତିକ ପ୍ରବଣତା ସତ୍ତ୍ୱେ ସେ ଲାଭକରେ ପୁନର୍ଜନ୍ମ- ଯେଉଁଥିରେ ହିଁ କବିତ୍ୱର ହୁଏ ପାଶ୍ୱର୍ ପରିବର୍ତ୍ତନ। ଏହି ନିୟମାନୁଯାୟୀ କବିତା ମଧ୍ୟ କୌଣସି ଶୃଙ୍ଖଳରେ ବନ୍ଦୀ ନୁହେଁ ଅବା କୌଣସି ଜାଗତିକ ପ୍ରାପ୍ତି-ଅପ୍ରାପ୍ତିବୋଧର ସଂସାଧିତ ପରିପ୍ରେକ୍ଷା ନୁହେଁ। ହୁଏତ କେହି କେହି କହିପାରନ୍ତି ଚେତନାର ଉତ୍ତରଣ କର୍ତ୍ତୃକ ବାୟବୀୟ ଉପଲବ୍]ଧିର ପରିମାପନ ନିମନ୍ତେ କବିତାର ଜନ୍ମ। ମାତ୍ର ମୁଁ ଏଠାରେ କହିରଖେ ବର୍ଣ୍ଣନାତୀତ ଦୁଃଖ- ଅସହ୍ୟ ଯନ୍ତ୍ରଣାବୋଧରୁ ଶବ୍ଦଟିଏ ଜନ୍ମନିଏ କବିତା ପାଇଁ; ଯିଏକି ଆଜନ୍ମ ସ୍ୱୟଂସମ୍ପୂର୍ଣ୍ଣ ସମସ୍ତ ବିକଳ ଅନୁଭବକୁ ପ୍ରକଟିତ କରିବା ନିମିତ୍ତ। ଯିଏ କ୍ଷରଣ କରିପାରେ ଅସଂଖ୍ୟ ହୃଦୟରେ ଅସମ୍ଭବ ଯନ୍ତ୍ରଣା; ପୁଣି ଉପଶମି ପାରେ ଅସଂଖ୍ୟ ଚକ୍ଷୁର ଅବାରିତ ଅଶ୍ରୁ। ଯାହାର ଉପସ୍ଥିତି ସବୁ ଅନୁପସ୍ଥିତିର ଉପଲବ୍]ଧି; ସବୁ ନୀରବତାର ନିରବଧି ବିକଳ ଆର୍ତ୍ତି। ଏତେ କଥା ଲେଖିସାରିଲା ପରେ ଆଉ କ'ଣ ବାକି ରହିଲା ଯେ ତାକୁ ପୁଣି ଆଉ ବର୍ଣ୍ଣିବି? ଓଡ଼ିଆ କବିତାର ବିଶାଳ ଜଳରାଶିରେ 'ତ୍ରସ୍ତ କୃଷ୍ଣସାର' ମୋର ଛୋଟ ହୁଲିଡଙ୍ଗାଟିଏ। ଭାସି ଭାସି ଯାଇ ବିଶାଳ ବାଲୁକାରାଶିରେ ଲାଗିଲାପରି ପାଠକମାନଙ୍କର ବିଶାଳ ହୃଦୟ ଓ ମନକୁ ଛୁଇଁପାରିବାର ଆସ୍ପର୍ଦ୍ଧା ରଖିଲେ ଧନ୍ୟ ହେବ। ---ସୁଜ୍ଞାନୀ

Full Product Details

Author:   Sugyani Kumari Sahu
Publisher:   Black Eagle Books
Imprint:   Black Eagle Books
Dimensions:   Width: 14.00cm , Height: 0.50cm , Length: 21.60cm
Weight:   0.100kg
ISBN:  

9781645608790


ISBN 10:   1645608794
Pages:   76
Publication Date:   25 May 2026
Audience:   General/trade ,  General
Format:   Paperback
Publisher's Status:   Active
Availability:   Available To Order   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.
Language:   Oriya

Table of Contents

Reviews

Author Information

ଶବ୍ଦର ନିରବତା ଭିତରେ ଅନୁଭୂତିର ସ୍ୱରକୁ ଖୋଜୁଥିବା ଡକ୍ଟର ସୁଜ୍ଞାନୀ କୁମାରୀ ସାହୁ ଜଣେ ସୁପରିଚିତ ସାହିତ୍ୟସ୍ରଷ୍ଟା, ଗବେଷକ ଓ ଅଧ୍ୟାପିକା। ସୃଜନଶୀଳତା ଓ ଗବେଷଣାର ଯୁଗଳ ସାଧନାରେ ସେ ନିରନ୍ତର ଭାବେ ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧିପଥରେ ନିଜକୁ ନିୟୋଜିତ କରିଆସୁଛନ୍ତି। ସାହିତ୍ୟ ଓ ଶିକ୍ଷା-ଏହି ଦୁଇ ସମାନ୍ତରାଳ ପଥର ନିରବ ଯାତ୍ରୀ ଭାବେ ସେ ଅନୁଭବ, ଅନ୍ୱେଷଣ ଓ ଅଭିବ୍ୟକ୍ତିର ଏକ ସ୍ୱତନ୍ତ୍ର ପରିସର ଗଢ଼ିଛନ୍ତି। ଅଧ୍ୟାପନା, ଗବେଷଣା ଓ ସାହିତ୍ୟସାଧନାର ସୁନିବିଡ଼ ସମନ୍ୱୟ ତାଙ୍କ ଲେଖନୀକୁ ଦେଇଛି ଏକ ସ୍ୱତନ୍ତ୍ର ସ୍ୱର ଓ ସଂବେଦନାର ଗଭୀରତା। ଜୀବନର ସୂକ୍ଷ୍ମ ଅନୁଭବ, ସମ୍ପର୍କର ଅଦୃଶ୍ୟ ଟାଣାପଣ, ସମାଜର ଅକଥିତ ସତ୍ୟ, ଅନୁଚ୍ଚାରିତ ବେଦନା ଓ ନାରୀମନର ନିରବ ସ୍ପନ୍ଦନ ତାଙ୍କ ସୃଜନର ପ୍ରମୁଖ ଅନୁଷଙ୍ଗ। ତାଙ୍କ ପାଇଁ କବିତା କେବଳ କଳ୍ପନାର ଉଡ଼ାଣ ନୁହେଁ; ବରଂ ମନୁଷ୍ୟଜୀବନର ଅନୁଚ୍ଚାରିତ ଅନୁଭୂତି, ନିରବ ସଂବେଦନା ଓ ଅନ୍ତର୍ମନର ଅକୁହା କଥାର ଏକ ସଜୀବ ଦଲିଲ୍।ସାହିତ୍ୟସାଧନା ସହିତ ଗବେଷଣାକ୍ଷେତ୍ରରେ ମଧ୍ୟ ତାଙ୍କ ଅବଦାନ ସ୍ୱତନ୍ତ୍ର ପରିଚୟ ବହନ କରେ। ଓଡ଼ିଆ ଭାଷା, ସାହିତ୍ୟ ଓ ପ୍ରଯୁକ୍ତିବିଦ୍ୟାର ସମନ୍ୱୟ କ୍ଷେତ୍ରରେ ତାଙ୍କ ଗବେଷଣା ଉଲ୍ଲେଖନୀୟ। ବିଶେଷକରି ଓଡ଼ିଆ ଭାଷାର ପ୍ରାୟୋଗିକ ବ୍ୟବହାର ଓ Optical Character Recognition (OCR) କ୍ଷେତ୍ରରେ ଗବେଷଣା କରି ସେ ଡକ୍ଟରେଟ୍ ଉପାଧି ଅର୍ଜନ କରିଛନ୍ତି। ସଂପ୍ରତି ସେ କଟକ ସ୍ଥିତ ଶୈଳବାଳା ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟରେ ସହକାରୀ ପ୍ରାଧ୍ୟାପିକା ଭାବେ କାର୍ଯ୍ୟରତ। ଏପର୍ଯ୍ୟନ୍ତ ପ୍ରକାଶିତ ତାଙ୍କର ସାତଟି ପୁସ୍ତକ ମଧ୍ୟରୁ ଏହା ହେଉଛି ତୃତୀୟ କବିତା ସଂକଳନ। ଏହି କାବ୍ୟସଂଗ୍ରହରେ ସଞ୍ଚିତ ହୋଇଛି ତାଙ୍କ ଅନ୍ତର୍ମନର କିଛି ନିରବ ଅନୁଭୂତି, ଜୀବନବୋଧ, ସ୍ମୃତି ଓ ସଂବେଦନାର ସୃଜନଶୀଳ ପ୍ରତିଧ୍ୱନି-ଯାହା ପାଠକମନରେ ଏକ ନିରବ ସ୍ପର୍ଶ ରଖିଯିବାର ଆଶା ବହନ କରେ।

Tab Content 6

Author Website:  

Countries Available

All regions
Latest Reading Guide

RGJ26

 

Shopping Cart
Your cart is empty
Shopping cart
Mailing List