|
![]() |
|||
|
||||
Overview"ଉତ୍କଳଗୌରବ ମଧୁସୂଦନ ଦାସ ଓରଫ୍ ମଧୁବାବୁ ଓଡ଼ିଆ ଜାତିର ଚିର ନମସ୍ୟ । ପ୍ରତିଟି ଓଡ଼ିଆର ମାନସ ପଟରେ ସେ ହେଉଛନ୍ତି ଅନ୍ୟତମ ସ୍ମରଣୀୟ ବ୍ୟକ୍ତିତ୍ୱ । ଓଡ଼ିଶାର ସ୍ୱାଭିମାନକୁ ପ୍ରତିଷ୍ଠା କରିବା କ୍ଷେତ୍ରରେ ତାଙ୍କର ଯେଉଁ ଜୀବନବ୍ୟାପୀ ସାଧନା ଚାଲୁ ରହିଥିଲା, ତା'ର ପଟାନ୍ତର ନାହିଁ । ଊନବିଂଶ ଶତାବ୍ଦୀ ହେଉଛି ଓଡ଼ିଶାରେ ନବଜାଗରଣର ସମୟ । ଏହି ଶତାବ୍ଦୀରେ ଓଡ଼ିଶାରେ ବହୁ ମହାମନୀଷୀ ଜନ୍ମଗ୍ରହଣ କରି ଉତ୍କଳମାତାଙ୍କର ମୁଖଶ୍ରୀକୁ ଉଜ୍ଜ୍ୱଳ କରିଥିଲେ । ମଧୁବାବୁ ସେହି କୃତବିଦ୍ୟ ମନୀଷୀମାନଙ୍କ ମଧ୍ୟରେ ଅନ୍ୟତମ । ସୁପ୍ତ ପ୍ରାୟ ଓଡ଼ିଆ ଜାତିକୁ ନୂତନ ପ୍ରାଣ ସ୍ପନ୍ଦନରେ ଚଳଚଞ୍ଚଳ କରିବାରେ ମଧୁବାବୁଙ୍କର ପ୍ରଯତ୍ନ ପ୍ରୟାସ ବେଶ୍ ପ୍ରଣିଧାନଯୋଗ୍ୟ । ମଧୁବାବୁଙ୍କ ଜୀବନ ଓଡ଼ିଶାର ରାଜନୈତିକ ଇତିହାସର ଇତିବୃତ୍ତି କହିଲେ ଅତ୍ୟୁକ୍ତି ହେବନାହିଁ । ଓଡ଼ିଶା ପାଇଁ ସେ ନିରନ୍ତର ଚିନ୍ତା କରୁଥିଲେ । ଭାଷାଭିତ୍ତିକ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଦିଗରେ ତାଙ୍କର ଭୂମିକା ଥିଲା ଅତୁଳନୀୟ । ଓଡ଼ିଶାର ସ୍ୱାଭିମାନ ଏବଂ ଅସ୍ମିତାକୁ ଅକ୍ଷୁଣ୍ଣ ରଖିବା ପାଇଁ ସେ ଆଜୀବନ ଥିଲେ ସଂକଳ୍ପବଦ୍ଧ । ଓଡ଼ିଶା ପାଇଁ, ଓଡ଼ିଆ ଜାତି ପାଇଁ ସେ ଥିଲେ ସମର୍ପିତ ପୁରୁଷ । ଏହି ମହୀୟାନ୍ ପୁରୁଷ ହେଉଛନ୍ତି ମଧୁବାବୁ, ବାରିଷ୍ଠର ମଧୁସୂଦନ ଦାସ । ଊନବିଂଶ ଶତାବ୍ଦୀ ଓଡ଼ିଶା ପାଇଁ ଥିଲା ଅଭ୍ୟୁଦୟର ସମୟ । ଏହି କାଳରେ ଓଡ଼ିଶାର ଚିନ୍ତାନାୟକମାନେ ରାଜ୍ୟପାଇଁ, ଦେଶପାଇଁ, ଭାଷାପାଇଁ, ଅସ୍ମିତା ପାଇଁ ଚିନ୍ତା କରୁଥିଲେ । ତଦନୁସାରେ ମଧ୍ୟ କାର୍ଯ୍ୟ କରୁଥିଲେ । ଓଡ଼ିଶାର ସଂକଟ ମୁହୂର୍ତ୍ତରେ ଯୋଗଜନ୍ମା ମଧୁବାବୁ ଆବିର୍ଭାବ ହୋଇ ଉତ୍କଳ ମାତାଙ୍କର ମୁଖଶ୍ରୀଙ୍କୁ ସମ୍ମୁଜ୍ୱଳ କରିଥିଲେ । ଏହି ପରିପ୍ରେକ୍ଷୀରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର କାଳଜୟୀ ପଂକ୍ତିଟି ମନକୁ ଆସେ । ତାହା ହେଉଛି - ""ପରହିତ ଲାଗି ମରେ ଯେ ମହୀରେ ସେହି ଏକା ସୁପୁରୁଷ ।""" Full Product DetailsAuthor: Premananda MohapatraPublisher: Black Eagle Books Imprint: Black Eagle Books Dimensions: Width: 14.00cm , Height: 1.70cm , Length: 21.60cm Weight: 0.372kg ISBN: 9781645605485ISBN 10: 1645605485 Pages: 292 Publication Date: 28 April 2024 Audience: General/trade , General Format: Paperback Publisher's Status: Active Availability: Available To Order ![]() We have confirmation that this item is in stock with the supplier. It will be ordered in for you and dispatched immediately. Table of ContentsReviewsAuthor Informationପ୍ରଫେସର ପ୍ରେମାନନ୍ଦ ମହାପାତ୍ର ସାଂପ୍ରତିକ ସମୟର ଜଣେ ପ୍ରତିଭାବାନ୍ ସାରସ୍ୱତ ଗବେଷକ, ସମାଲୋଚକ ଓ ସୁବକ୍ତା । ଓଡ଼ିଶା ସରକାରଙ୍କ ଅଧୀନରେ ବିଭିନ୍ନ ସରକାରୀ ମହାବିଦ୍ୟାଳୟରେ ପ୍ରଫେସର ମହାପାତ୍ର କୃତିତ୍ୱର ସହ ଅଧ୍ୟାପନା କରିଆସିଛନ୍ତି । ରେଭେନ୍]ଶା ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗ, ଅନୁଗୁଳ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଏବଂ ଭୁବନେଶ୍ୱରସ୍ଥିତ ବି.ଜେ.ବି. ସ୍ୱୟଂଶାସିତ ମହାବିଦ୍ୟାଳୟ ଓଡ଼ିଆ ବିଭାଗରେ ପ୍ରଫେସର ମହାପାତ୍ର ବିଭାଗ ମୁଖ୍ୟ ରୂପେ କାର୍ଯ୍ୟ ସମ୍ପାଦନ କରିଛନ୍ତି । ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ପ୍ରଫେସର ମହାପାତ୍ରଙ୍କର ଅଦ୍ୟାବଧି ଅନେକ ସମାଲୋଚନା ପୁସ୍ତକ ପ୍ରକାଶିତ । ଡକ୍ଟର ମହାପାତ୍ର ଓଡ଼ିଶା ଲୋକ ସେବକ ମଣ୍ଡଳଙ୍କ ଆନୁକୂଲ୍ୟରେ 'ଗୁରୁ ଗୌରବ' ଉପାଧିପ୍ରାପ୍ତ । Tab Content 6Author Website:Countries AvailableAll regions |