|
|
|||
|
||||
Overview""ବେଶଘର"" କବିତା ସଂକଳନରେ ସ୍ଥାନିତ ପ୍ରତ୍ୟେକ କବିତା ଏକ ଦର୍ପଣ- ପ୍ରେମ, ପ୍ରତିରୋଧ, ଅନ୍ୟାୟ, ଅବିଚାର, ବିଦ୍ରୋହ, ବିଦ୍ରୂପ, ସମୟର ନିରନ୍ତର ସ୍ପନ୍ଦନର ଅଦୃଶ୍ୟ ରୂପରେଖ ଓ ଆତ୍ମାର ସ୍ତରୀଭୂତ କ୍ଷେ।।ଭର ଅବିକଳ ପ୍ରତିଫଳନ । ଭାଷାର ସରଳତା ଓ ଭାବର ଗଭୀରତାରେ ସମୃଦ୍ଧ ଏହି କବିତାଗୁଡ଼ିକ ଜୀବନର ଭଂଗୁର ସୌନ୍ଦର୍ଯ୍ୟକୁ ଅନୁସନ୍ଧାନ କରେ ଓ ଦୈନନ୍ଦିନ ଜୀବନରେ ନିହାତି ମାମୁଲି ମନେ ହେଉଥିବା ମୁହୂର୍ତ୍ତର ସାକ୍ଷୀ ପାଲଟି ଆମ ଚତୁଃପାର୍ଶ୍ୱର ବିଶ୍ୱକୁ କେବଳ ପ୍ରତିଫଳିତ କରେନାହିଁ, ପାଠକକୁ ଗଭୀର ଭାବପ୍ରବଣତାରେ ଆଚ୍ଛନ୍ନ, ଆଲୋଡ଼ିତ ଓ ଆନ୍ଦୋଳିତ କରେ। ସତ୍ୟ ଏବଂ ନ୍ୟାୟ ପ୍ରତି ପ୍ରତିବଦ୍ଧତାରେ ସମୁଜ୍ଜ୍ୱଳ କବିତାଗୁଡ଼ିକ ସ୍ପର୍ଦ୍ଧା ଏବଂ ସମ୍ବେଦନଶୀଳତାର ପ୍ରତିରୂପ ପାଲଟି ପାଠକକୁ ସାହସ ଏବଂ ସାନ୍ତ୍ୱନା ପ୍ରଦାନ କରେ। Full Product DetailsAuthor: Gayatribala PandaPublisher: Black Eagle Books Imprint: Black Eagle Books Dimensions: Width: 14.00cm , Height: 0.80cm , Length: 21.60cm Weight: 0.168kg ISBN: 9781645607434ISBN 10: 1645607437 Pages: 140 Publication Date: 08 September 2025 Audience: General/trade , General Format: Paperback Publisher's Status: Active Availability: Available To Order We have confirmation that this item is in stock with the supplier. It will be ordered in for you and dispatched immediately. Language: Oriya Table of ContentsReviewsAuthor Informationଗାୟତ୍ରୀବାଳା ପଣ୍ଡା ଓଡ଼ିଆ ସାହିତ୍ୟର ଏକ ଶକ୍ତିଶାଳୀ ସ୍ୱର। ଯେଉଁ ସ୍ୱର ଅନ୍ତରଙ୍ଗ ଏବଂ ଅସୀମ ସମ୍ଭାବନାର ସ୍ରୋତ ପରି ପ୍ରବାହିତ ହୁଏ । ଯେଉଁ ସ୍ୱର କୋମଳ ଅଥଚ ଅଦମ୍ୟ। ଯେଉଁ ସ୍ୱର ସ୍ମୃତିର ସଙ୍ଗୀତ, ନୀରବତାର ନାଦ, ଯନ୍ତ୍ରଣାର ତୀବ୍ରତା ଏବଂ ସତ୍ୟର ଶକ୍ତି ବହନ କରେ, ଯାହା ଅଶ୍ରୁତ ଓ ଅଦୃଶ୍ୟକୁ ଜୀବନ୍ୟାସ ଦିଏ। ଦୀର୍ଘ ତିନି ଦଶନ୍ଧିରୁ ଊର୍ଦ୍ଧ୍ୱ କାଳ କବିତା, ଗପ, ଉପନ୍ୟାସ, ପ୍ରବନ୍ଧ ଓ ଖବରକାଗଜରେ ସ୍ତମ୍ଭ ରଚନା କରି ସେ ଯଥେଷ୍ଟ ପାଠକୀୟ ସ୍ୱୀକୃତି ହାସଲ କରିଛନ୍ତି। ଉଭୟ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପାଇଥିବା କବି ଗାୟତ୍ରୀବାଳା ପଣ୍ଡାଙ୍କର ବର୍ତ୍ତମାନ ସୁଦ୍ଧା ୩୫ଟି ପୁସ୍ତକ ପ୍ରକାଶିତ ହୋଇ ରାଜ୍ୟ ଓ ଜାତୀୟସ୍ତରରେ ବେଶ୍ ପାଠକୀୟ ଆଦୃତି ଲାଭ କରିଛି। କେବଳ ହୃଦୟରୁ ନୁହେଁ, ଜୀବନ୍ତ ଅଭିଜ୍ଞତାର ମଜ୍ଜାରୁ ଆତ୍ମପ୍ରକାଶ କରିଥିବା ""ବେଶଘର"" କବିତା ସଂକଳନ ତାଙ୍କ ସୃଷ୍ଟି ସଂଭାରରେ ଏକ ସ୍ମରଣୀୟ ସଂଯୋଜନ। Tab Content 6Author Website:Countries AvailableAll regions |
||||